ETV Bharat / state

‘ରଙ୍ଗବତୀ’ରେ ଦୁଲୁକିଲା ଦରବାର, ଖୁସି ହେଲେ କଂସ ମହାରାଜ - rangabati dance perform by bengal artist

ଜମିଲା କଂସ ଦରବାର । ନାଚଗୀତରେ ଝୁମିଲେ କଂସ ମହାରାଜ । କିନ୍ତୁ ସବୁ ନାଚଗୀତ ଠାରୁ ମହାରାଜାଙ୍କ ମନ ମୋହିଛି କଲିକତାରୁ ଆସିଥିବା କଳାକାରଙ୍କ ରଙ୍ଗବତୀ ଗୀତରେ ନାଚ । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

RANGABATI DANCE
ରଙ୍ଗବତୀ ନାଚରେ ଦୁଲୁକିଲା କଂସ ଦରବାର
author img

By

Published : Jan 2, 2020, 4:49 PM IST

ବରଗଡ: କଂସ ଦରବାରରେ ନାଚଗୀତର ଆସର । ସମ୍ବଲପୁର ପ୍ରସିଦ୍ଧ ରଙ୍ଗବତୀ ଗୀତରେ ତାଳେ ତାଳେ ନୃତ୍ୟ ପରିବେଷଣ କଲେ ବଙ୍ଗୀୟ କଳାକାର । କଳାକାରଙ୍କ ନୃତ୍ୟଗୀତ ମଥୁରା ନରେଶଙ୍କ ମନମୁଗ୍ଧ କରିଛି । ଆଉ ଖୁସିରେ ରାଜଦରବାରରେ କଳାକାରଙ୍କୁ ସମ୍ମାନିତ କରିଛନ୍ତି ମହାରାଜା କଂସ ।

ରଙ୍ଗବତୀ ନାଚରେ ଦୁଲୁକିଲା କଂସ ଦରବାର

ମଥୁରା ନରେଶ କଂସ ମହାରାଜଙ୍କର ମନୋରଞ୍ଜନ ପାଇଁ ରାଜ୍ୟ ତଥା ରାଜ୍ୟବାହାରୁ କଳାକାର ଆସି ପହଞ୍ଚିଥିଲେ । ମହାରାଜଙ୍କୁ ଖୁସି କରାଇବା ପାଇଁ ନିଜ ନିଜର ନୃତ୍ୟ ଗୀତର ପରିଦର୍ଶନ କରିଥିଲେ କିନ୍ତୁ କଂସ ମହାରାଜ କଲିକତା ରୁ ଆସିଥିବା କଳାକାର ମାନଙ୍କର ନାଚଗୀତ ଦେଖି ମୁଗ୍ଧ ହୋଇଥିଲେ । ଆଉ ଖୁସିରେ ଝୁମି ଉଠିଥିଲେ |

କଲିକତାରୁ ଆସିଥିବା ଏହି କଳାକାର ମାନେ ପ୍ରସିଦ୍ଧ ସମ୍ବଲପୁରୀ ରଙ୍ଗବତୀ ଗୀତକୁ ବଙ୍ଗାଳୀ ଭାଷାରେ ଅନୁବାଦ କରି ନିଜର ପାରମ୍ପରିକ ବେଶଭୂଷାରେ ନୂତନ ଶୈଳୀର ନୃତ୍ୟ ପ୍ରଦର୍ଶନ କରିଥିଲେ | ମଥୁରା ରାଜ୍ୟରେ ବାହାର ରାଜ୍ୟର କଳାକାର ମାନେ ରଙ୍ଗବତୀ ଗୀତକୁ ଏତେ ସୁନ୍ଦର ଭାବରେ ପ୍ରଦର୍ଶନ କରିଥିବାରୁ ଖୁସି ଜାହିର କରିଥିଲେ କଂସ ମହାରାଜା ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:ବିଶ୍ଵ ଦରବାରରେ ଦୁଲୁକି ଉଠିଲା ବଙ୍ଗଳା ଭାଷାର ରଙ୍ଗବତୀ ଗୀତ ଓ ନାଚ | ବରଗଡ ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରାର ବିଶ୍ଵ ଦରବାରରେ ସୁଦୂର କଳିକତାର କଳାକାର ମାନେ ରଙ୍ଗବତୀ ନାଚ ଓ ଗୀତରେ କଂସ ମହାରାଜଙ୍କର ମନମୁଗ୍ଧ କରିଦେଇଛନ୍ତି | ଅତି ଖୁସିରେ କଂସ ମହାରାଜ କଳିକତାର କଳାକାର ମାନଙ୍କୁ ସମ୍ମାନିତ ସହିତ ପୁରସ୍କାର ବିତରଣ କରିଛନ୍ତି ରାଜ ଦରବାର ଠାରେ |
Body:ମଥୁରା ନରେଶ କଂସ ମହାରାଜ ଙ୍କର ମନୋରଞ୍ଜନ ପାଇଁ ଦେଶ ତଥା ଦେଶ ବାହାରୁ ବହୁ ସ୍ଥାନରୁ କଳାକାର ମାନେ ଆସି ପହଞ୍ଚିଥିଲେ ଏବଂ ନିଜ ନିଜର ନୃତ୍ୟ ଗୀତର ପରିଦର୍ଶନ କରିଥିଲେ କିନ୍ତୁ କଂସ ମହାରାଜ କଲିକତା ଠାରୁ ଆସିଥିବା କଳାକାର ମାନଙ୍କର ନାଚଗୀତ ଦେଖି ମୁଗ୍ଧ ହୋଇଥିଲେ ଓ ଖୁଶିରେ ଝୁମୀ ଉଠିଥିଲେ | କଲିକତା ଠାରୁ ଆସିଥିବା ଏହି କଳାକାର ମାନେ ପ୍ରସିଦ୍ଧ ସମ୍ବଲପୁରୀ ରଙ୍ଗବତୀ ଗୀତ କୁ ବଙ୍ଗାଳୀ ଭାଷାରେ ଅନୁବାଦ କରି ବଙ୍ଗଳା ବେଶଭୂଶା ରେ ଏକ ନୂତନ ଶୈଳୀର ନାଚ ପ୍ରଦର୍ଶନ କରିଥିଲେ | ମଥୁରା ରାଜ୍ୟରେ ଅନ୍ୟ ରାଜ୍ୟର କଳାକାର ମାନେ ରଙ୍ଗବତୀ ଗୀତକୁ ଏତେ ସୁନ୍ଦର ଭାବରେ ପ୍ରଦର୍ଶନ କରିଥିଲେ ଯେ ମଥୁରା ନଗର ମହାରାଜ କଂସ ବିଶେଷ ଆନନ୍ଦିତ ହୋଇ ପୁରସ୍କାର ପ୍ରଦାନ କରିଥିଲେ |
ବାଇଟ 1- ଦୀପା ଘୋଷ ( କଲିକତା, କଳାକାର )
ବାଇଟ 2- ମଲୟ ଭୋଶ ( କଲିକତା କଳାକାର )
ବାଇଟ 3- ଅଜୟ ମଜୁମଦାର ( କଲିକତା, ଗୁରୁ )Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.