ବରଗଡ: ମୋଦି ସରକାରର କୁ ପୁରିଲା 100 ଦିନ । ଏନେଇ ପ୍ରତିକ୍ରିୟା ରଖିଛନ୍ତି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ । କେନ୍ଦ୍ର ସରକାରଙ୍କଠୁ ଅନେକ କିଛି ଆଶା ରହିଥିବା ସାଂସଦ ଆଚାର୍ଯ୍ୟ କହିଛନ୍ତି । ନିର୍ବାଚନ ପୂର୍ବରୁ ଯାହା ଯାହା ସରକାର ପ୍ରତିଶ୍ରୃତି ଦେଇଥିଲେ ତାହା ପୁରଣ କରିବେ ବୋଲି ଆଶାବାଦୀ ଥିବା ପ୍ରସନ୍ନ କହିଛନ୍ତି ।
ଫନି ସହାୟତା ପାଇଁ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରସନ୍ନ ଆଚାର୍ଯ୍ୟ । ଆଗାମୀ ଦିନରେ ଓଡିଶା ପ୍ରତି ମୋଦି ସରକାର ସକାରାତ୍ମକ ଦୃଷ୍ଟି ଭଙ୍ଗି ଗ୍ରହଣ କରିବେ ବୋଲି ଆଶା ଥିବା ପ୍ରସନ୍ନ କହିଛନ୍ତି । ଅନ୍ୟପକ୍ଷେ ବେକାରୀ ସମସ୍ୟାକୁ ନେଇ ମୋଦି ବିଗତ 45 ବର୍ଷର ସରକାରୀ ତଥ୍ୟ ବିଷୟରେ କହିଛନ୍ତି ପ୍ରସନ୍ନ ।
ଭାରତର ଆର୍ଥିକ ସ୍ଥିତି ଦୋଦୁଲ୍ୟମାନ ଅବସ୍ଥାରେ ଥିବା ପ୍ରସନ୍ନ ପ୍ରତିକ୍ରିୟା ଦେଇଛନ୍ତି । ଏଥିସହ ଉତ୍କଟ ବେକାରୀ ସମସ୍ୟାରୁ ଭାରତର ଯୁବକଙ୍କୁ ରକ୍ଷା କରିବାପାଇଁ ମୋଦି ସକାରାତ୍ମକ ପଦକ୍ଷେପ ନେବେ ବୋଲି ପ୍ରସନ୍ନ ଆଶା କରିଛନ୍ତି ।