ETV Bharat / state

ପୁରା ଉଆଁସ ପରମ୍ପରାକୁ ବଜାୟ ରଖିଲେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ - ପଶ୍ଚିମ ଓଡ଼ିଶା

ହଳ ଓ ହଳିଆକୁ ସମ୍ମାନିତ କରିବା ପାଇଁ ପଶ୍ଚିମ ଓଡ଼ିଶାରେ ପାଳନ ହୋଇଆସୁଛି ନିଆରା ପର୍ବ । କୃଷିଭିତ୍ତିକ ପର୍ବ ସପ୍ତପୁରୀ ଅମାବାସ୍ୟାରେ ପରମ୍ପରା ଅନୁଯାୟୀ ମାଟି ଓ କାଠରେ ତିଆରି ବଳଦକୁ ପୂଜା କରାଯାଏ ।

ଫଟୋ ସୌଜନ୍ଯ: ସମ୍ବାଦଦାତା, ବରବଡ଼
author img

By

Published : Sep 1, 2019, 2:14 AM IST

ବରଗଡ: ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ପର୍ବ ସପ୍ତପୁରୀ ଅମାବାସ୍ୟା ବା ପୁରା ଉଆଁସ ପର୍ବ ଘରେ ଘରେ ପାଳିତ ହୋଇଯାଇଛି । ଏହି ପର୍ବକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି ବରଗଡର ଦିବ୍ୟାଙ୍ଗ ଛାତ୍ରଛାତ୍ରୀ । ପଶ୍ଚିମ ଓଡ଼ିଶାର ସଂସ୍କୃତି ଓ ପରମ୍ପରାକୁ ଉଜ୍ଜିବୀତ ରଖିବା ସହ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ।

ଏହିଦିନ ଘରେ ଘରେ ମାଟି ଓ କାଠରେ ତିଆରି ବଳଦକୁ ପୂଜା କରିବାର ବହୁ ପୁରାତନ ପରମ୍ପରା ରହିଛି । ମାତ୍ର ସମୟର ପରିବର୍ତ୍ତନ ସ୍ରୋତରେ ଏହା ହଜିବାକୁ ବସିଲାଣି । ତେବେ ବରଗଡ ଦିବ୍ୟାଙ୍ଗ ସ୍କୁଲର ପିଲାମାନେ ଦୀର୍ଘ ବର୍ଷ ହେବ ଉତ୍ସାହ ଉଦ୍ଦୀପନାର ସହ ଏହାକୁ ପାଳନ କରି ଆସୁଛନ୍ତି ।

ଭିଡ଼ିଓ ସୌଜନ୍ଯ: ସମ୍ବାଦଦାତା, ବରବଡ଼

ସମୟ ବଦଳୁଛି ଆଉ ତା’ସହ ବଦଳୁଛି ମଣିଷର ଜୀବନ ଜୀବିକା । ଏପରି ପରିବର୍ତ୍ତନ ସ୍ରୋତରେ ସଂସ୍କୃତି ଓ ପରମ୍ପରା ମଧ୍ୟ ଲୋପ ପାଇ ବସିଥିବା ବେଳେ ଏଥିରୁ ବାଦ୍ ପଡ଼ିନି ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ପର୍ବ ସପ୍ତପରି ଅମାବସ୍ୟା ବା ପୁରାଉଆଁସ । ଦିନ ଥିଲା ପଶ୍ଚିମ ଓଡିଶାର ପ୍ରତିଟି କୃଷକ ପରିବାରରେ କାଠ ଓ ମାଟିରେ ତିଆରି ବଳଦକୁ ପୁଜା କରାଯାଉଥିଲା ।

ଘରେ ଘରେ ପିଠା ପଣାର ଆସର ଜମୁଥିଲା । ଯେହେତୁ ବଳଦକୁ କୃଷକର ବନ୍ଧୁ ସହ ତୁଳନା କରାଯାଏ ଛୋଟ ଛୋଟ ପୁଅମାନେ କୃଷକ ବେଶରେ ସଜ୍ଜିତ ହୋଇ ମାଟି ବଳଦକୁ ଗାଁ ଦାଣ୍ଡରେ ଟାଣିଥାନ୍ତି । ଝିଅ ମାନେ ସେହି ମାଟି ବଳଦକୁ ସ୍ଥାନେ ସ୍ଥାନେ ପୁଜା କରିଥାନ୍ତି । ଯାହାକୁ ଦିବ୍ୟାଙ୍ଗ ପିଲାମାନେ ବଞ୍ଚାଇ ରଖିଛନ୍ତି ।

ପୁରାତନ କଥା ଅନୁସାରେ ଅକ୍ଷୟ ତୃତୀୟା ଠାରୁ ଚାଷୀ ତାହାର ଚାଷ କାର୍ଯ୍ୟ ଆରମ୍ଭ କରିଥାଏ । ଭାଦ୍ରବ ଅମାବାସ୍ୟା ଦିନ ଚାଷ କାର୍ଯ୍ୟ ସଂପୂର୍ଣ୍ଣ କରିଥାଏ ଚାଷୀ । ତେଣୁ ଏହି ଦିନରେ ସେ ହଳ ଓ ହଳିଆକୁ ସମ୍ମାନିତ କରିବା ପାଇଁ ଏହି ପର୍ବ ପାଳନ କରିଥାଏ ।

ପଶ୍ଚିମ ଓଡିଶାର ଏହି ମହାନ ପରମ୍ପରାକୁ ଆଗକୁ ଆଣିବା ପାଇଁ ଏହି ପିଲାମାନେ ଖୁବ ଧୁମଧାମରେ ପର୍ବକୁ ପାଳନ କରିଛନ୍ତି । ଏହି ଅବସରରେ ଏକ ବିରାଟ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା । ଏଥିରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ପାରମ୍ପରିକ କୃଷକ ଭାବେ ସଜ୍ଜିତ ହୋଇଥିଲେ ।

ସହରର ସବୁ ଛକରେ ଏମାନଙ୍କୁ ସ୍ବାଗତ କରାଯାଇଥିଲା । ଦିବ୍ୟାଙ୍ଗ ସ୍କୁଲର ଏପରି ପ୍ରଚେଷ୍ଟାକୁ ସବୁ ମହଲରୁ ପ୍ରଶଂସା କରାଯାଇଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:ଓଡ଼ିଶାର କୃଷିଭିତ୍ତିକ ପର୍ବ ସପ୍ତପୁରି ଅମାବାସ୍ୟା ବା ପୁରା ଉଆଁସ ପର୍ବ ଘରେ ଘରେ ପାଳିତ ହୋଇଥିବା ବେଳେ\nବରଗଡ ଭିନ୍ନକ୍ଷମ ସ୍କୁଲର ଛାତ୍ର ଛାତ୍ରି ମାନେ ସମୁହ ଏହାକୁ ପାଳନ କରି ପଶ୍ଚିମ ଓଡ଼ିଶାର ସଂସ୍କୃତି ଓ ପରଂପରା କୁ ଉଜ୍ଜିବିତ ରଖି ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି । ଏହିଦିନ ଘରେଘରେ ମାଟି ଓ କାଠରେ ତିଆରି ବଳଦ କୁ ପୂଜା କରିବାର ବହୁ ପୁରାତନ ପରଂପରା ରହିଛି, ମାତ୍ର ସମୟର ପରିବର୍ତ୍ତନ ସ୍ରୋତରେ ଏହା ହଜିବାକୁ ବସିଲାଣି । ତେବେ ବରଗଡ ଭିନ୍ନକ୍ଷମ ସ୍କୁଲର ଛାତ୍ର ଛାତ୍ରି ମାନେ ଦୀର୍ଘ ବର୍ଷ ହେବ ଉତ୍ସାହ ଉଦ୍ଦିପନାର ସହ ଏହାକୁ ପାଳନ କରି ଆସୁଛନ୍ତି ।
Body: ସମୟ ବଦଳୁଛି ଆଉ ତା ସହ ବଦଳୁଛି ମଣିଷର ଜୀବନ ଜୀବିକା । ଆଉ ଏପରି ପରିବାର୍ତ୍ତନ ସ୍ରୋତରେ ସଂସ୍କୃତି ଓ ପରଂପରା ମଧ୍ୟ ଲୋପ ପାଇବସିଥିବାବେଳେ ଏଥିରୁ ବାଦ୍ ପଡ଼ିନି ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ପର୍ବ ସପ୍ତପରି ଅମାବସ୍ୟା ବା ପୁରାଉଆଁସ । ଦିନ ଥିଲା ପଶ୍ଚିମ ଓଡିଶାର ପ୍ରତିଟି କୃଷକ ପରିବାରରେ କାଠ ଓ ମାଟିରେ ତିଆରି ବଳଦ କୁ ପୁଜା କରାଯାଉଥିଲା ,ଘରେ ଘରେ ପିଠା ପଣାର ଆସର ଜମୁଥିଲା ଏବଂ ଯେହେତୁ ବଳଦ କୁ କୃଷକର ବନ୍ଧୁ ସହ ତୁଳନା କରାଯାଏ ଛୋଟ ଛୋଟ ପୁଅ ମାନେ କୃଷକ ବେଶରେ ସଜ୍ଜିତ ହୋଇ ମାଟି ବଳଦକୁ ଗାଁ ଦାଣ୍ଡରେ ଟାଣିଥାନ୍ତି ଓ ଝିଅ ମାନେ ସେହି ମାଟି ବଳଦକୁ ସ୍ଥାନେ ସ୍ଥାନେ ପୁଜା କରିଥାନ୍ତି । ତେବେ ଏହି ଦୃଶ୍ୟ ଆଉ ଗାଁଗଣ୍ଡାରେ ଦେଖିବାକୁ ମିଳୁନଥିବା ବେଳେ ବରଗଡ ଭିନ୍ନକ୍ଷମ ସ୍କୁଲର ଛାତ୍ର ଛାତ୍ରି ମାନେ ଏହି ମହାନ ପରଂପରାକୁ ଉଜ୍ଜିବିତ ରଖିବା ସହ ଉତ୍ସାହ ଉଦ୍ଦିପନାର ସହ ଏହି ପର୍ବ କୁ ପାଳନ କରିଛନ୍ତି ।
ପୁରାତନ କଥା ଅନୁସାରେ ଅକ୍ଷୟ ତୃତୀୟା ଠାରୁ ଚାଷୀ ତାର ଚାଷ କାର୍ଯ୍ୟ ଆରମ୍ଭ କରିଥାଏ ଏବଂ ଭାଦ୍ରବ ଅମାବାସ୍ୟା ଦିନ ଚାଷ କାର୍ଯ୍ୟ ସଂପୂର୍ଣ୍ଣ କରିଥାଏ ,ତେଣୁ ଏହି ଦିନରେ ସେ ହଳ ଓ ହଳିଆକୁ ସମ୍ମାନିତ କରିବା ପାଇଁ ଏହି ପର୍ବ ପାଳନ କରିଥାଏ । ପଶ୍ଚିମ ଓଡିଶାର ଏହି ମହାନ ପରଂପରା କୁ ଆଗକୁ ଆଣିବା ପାଇଁ ବରଗଡ ଭିନ୍ନକ୍ଷମ ସ୍କୁଲର ଛାତ୍ର ଛାତ୍ରି ମାନେ ଗତ କିଛି ବର୍ଷ ହେବ ଏହି ପର୍ବ ପାଳନ କରିଆସୁଥିବା ବେଳେ ଚଳିତ ବର୍ଷ ମଧ୍ୟ ଖୁବ ଧୁମଧାମରେ ଏହି ପର୍ବ ପାଳନ କରିଛନ୍ତି । ଏହି ଅବସରରେ ଏକ ବିରାଟ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା,ଏଥିରେ ଭିନ୍ନକ୍ଷମ ଛାତ୍ର ଛାତ୍ରି ମାନେ ପାରଂପାରିକ କୃଷକ ଭାବେ ସଜ୍ଜିତ ହୋଇଥିଲେ । ସହରର ସବୁ ଛକରେ ଏମାନଙ୍କୁ ସ୍ୱାଗତ କରାଯାଇ ଥିବା ବେଳେ ଭିନ୍ନକ୍ଷମ ସ୍କୁଲର ଏପରି ପ୍ରଚେଷ୍ଟାକୁ ପ୍ରଶଂସା କରାଯାଇଛି |
Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.