ETV Bharat / state

ସିଟି ହସ୍ପିଟାଲ ଦାବିରେ ବିଧାୟକଙ୍କ ଘର ଆଗରେ ଆନ୍ଦୋଳନ - public protest infront of bargarh mla debesh acharya house for demanding ct hospital

ବରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ କୁ ସିଟି ହସପିଟାଲରେ ପରିଣତ କରିବା ପାଇଁ ଜନସାଧାରଣ ଦାବି କରି ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ଘର ଘେରାଉ କରିଛନ୍ତି । ଅଧିକ ପଢନ୍ତୁ...

public protest infront of bargarh mla debesh acharya house for demanding ct hospital
ବିଧାୟକଙ୍କ ଘର ଆଗରେ ଆନ୍ଦୋଳନ କଲେ ବରଗଡବାସୀ
author img

By

Published : Feb 3, 2020, 1:48 AM IST

ବରଗଡ: ସହରରେ ଥିବା ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସିଟି ହସପିଟାଲରେ ପରିଣତ କରିବା ପାଇଁ ଦାବି କରି ଜନସାଧାରଣ ଜୋରଦାର ଆନ୍ଦୋଳନ କରିଛନ୍ତି । ରବିବାର ବରଗଡର ଜନସାଧାରଣ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ଘର ସମ୍ମୁଖରେ ରାସ୍ତାରୋକ କରି ଆନ୍ଦୋଳନ କରିଥିଲେ । ପୁରୁଣା ଡାକ୍ତରଖାନାରେ ସମସ୍ତ ଚିକିତ୍ସା ବ୍ୟବସ୍ଥା କରାଯିବ ବୋଲି ଜନସାଧାରଣଙ୍କୁ ବିଧାୟକ ଦେବେଶ ଆଚାର୍ଯ୍ୟ ବୁଝାସୁଝା କରିବା ପରେ ଲୋକେ ଆନ୍ଦୋଳନରୁ ଓହରିଥିଲେ ।

ବିଧାୟକଙ୍କ ଘର ଆଗରେ ଆନ୍ଦୋଳନ କଲେ ବରଗଡବାସୀ

ରବିବାର ବିରୋଧୀ କଂଗ୍ରେସ ଓ ବିଜେପି ଦଳ ପକ୍ଷରୁ ଅନଶନ କରାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ଜନସାଧାରଣ ରାସ୍ତାକୁ ଓହ୍ଲାଇ ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିଥିଲେ । ତେବେ ରାଜ୍ୟ ସରକାର ବରଗଡର ପୁରୁଣା ହସ୍ପିଟାଲକୁ PHC ଘୋଷଣା କରିଥିଲେ ମଧ୍ୟ ସ୍ଥାନୀୟ ଲୋକେ ଏହାକୁ ସ୍ଵୀକାର କରିନାହାଁନ୍ତି । ବରଗଡ ଡାକ୍ତରଖାନାକୁ ସିଟି ହସ୍ପିଟାଲ ଘୋଷଣା କରାଯାଉ, ଯେଉଁଥିରେ ଜନସାଧାରଣ ସମସ୍ତ ପ୍ରକାରର ରକ୍ତ ପରୀକ୍ଷାର ସୁବିଧା ସହିତ ୨୪ ଘଣ୍ଟିଆ ଡାକ୍ତର ସେବା ମଧ୍ୟ ପାଇପାରିବେ ବୋଲି ଦାବି କରି ଶତାଧିକ ମହିଳା ଓ ପୁରୁଷ ବିଧାୟକଙ୍କ ଘରକୁ ଘେରିଥିଲେ ।

ତେବେ ବରଗଡ ଡାକ୍ତରଖାନାରେ ପୂର୍ବପରି ଚିକିତ୍ସା ବ୍ୟବସ୍ଥା କରାଯିବ ବୋଲି ବିଧାୟକ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଇବାରେ ସଫଳ ହୋଇଥିଲେ । ଅନ୍ୟପଟେ ବରଗଡ ସାଂସଦ ସୁରେଶ ପୂଜାରୀ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ପୁରୁଣା ଡାକ୍ତରଖାନାକୁ ସିଟି ହସ୍ପିଟାଲ ଘୋଷଣା କରିବା ସହିତ କ୍ୟାନସର ହସ୍ପିଟାଲ ଓ ଗବେଷଣା କେନ୍ଦ୍ର ପାଇଁ ଅନୁରୋଧ କରିଛନ୍ତି ।

ବରଗଡରୁ ରାଜେଶ ସରାପ , ଇଟିଭି ଭାରତ

Intro:ବରଗଡ଼ ସହରରେ ଥିବା ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନାକୁ ସିଟି ହସ୍ପିିଟାଲ କରାଯାଉ ବୋଲି ଜନସାଧାରଣଙ୍କ ଦାବି ଏବେ ତୀବ୍ର ଆଂଦୋଳନର ରୂପ ନେଇଛି | ଆଜି ବରଗଡର ଜନସାଧାରଣ ବିଧାୟକ ଦେବେଶ ଆଚାର୍ଯ୍ୟ ଙ୍କ ଘର ସମ୍ମୁଖରେ ରାସ୍ତାରୋକ କରି ଆନ୍ଦୋଳନ କରିଥିଲେ | ପୁରୁଣା ଡାକ୍ତରଖାନାରେ ସମସ୍ତ ଚିକିତ୍ସା ବ୍ୟବସ୍ଥା କରାଯିବ ବୋଲି ଜନସାଧାରଣଙ୍କୁ ବିଧାୟକ ଶ୍ରୀ ଦେବେଶ ଆଚାର୍ଯ୍ୟ ବୁଝାସୁଝା କରିବା ପରେ ଯାଇ ଲୋକେ ଆନ୍ଦୋଳନରୁ ଓହରିଥିଲେ |
Body:ଗତକାଲି ବିରୋଧୀ କଂଗ୍ରେସ ଓ ବିଜେପି ଦଳ ପକ୍ଷରୁ ଅନଶନ କରାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ଜନସାଧାରଣ ରାସ୍ତାକୁ ଅହଲ୍ଲାଇ ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିଥିଲେ | ତେବେ ରାଜ୍ୟ ସରକାର ବରଗଡର ପୁରୁଣା ହସ୍ପିଟାଲ କୁ PHC ଘୋଷଣା କରିଥିଲେ ମଧ୍ୟ ସ୍ଥାନୀୟ ଏହାକୁ ସ୍ଵୀକାର କରିନାହାନ୍ତି | ବରଗଡ ଡାକ୍ତରଖାନାକୁ ସିଟି ହସ୍ପିଟାଲ ଘୋଷଣା କରାଯାଉ ଯେଉଁଥିରେ ଜନସାଧାରଣ ସମସ୍ତ ପ୍ରକାରର ରକ୍ତ ପରୀକ୍ଷାର ସୁବିଧା ସହିତ ୨୪ ଘଣ୍ଟିଆ ଡାକ୍ତର ସେବା ମଧ୍ୟ ପାଇପାରିବେ ବୋଲି ଦାବି କରିଛନ୍ତି ଏବଂ ଆଜି ଶତାଧିକ ମହିଳା ଓ ପୁରୁଷ ବିଧାୟକଙ୍କ ଘରକୁ ଘେରିଥିଲେ |Conclusion: ତେବେ ବରଗଡ ଡାକ୍ତରଖାନାରେ ପୂର୍ବପରି ଚିକିତ୍ସା ବ୍ୟବସ୍ଥା କରାଯିବ ବୋଲି ବିଧାୟକ ଉତ୍ୟକ୍ତ ଲୋକଙ୍କୁ ବୁଝାଇବାରେ ସଫଳ ହୋଇଥିଲେ |
ଅନ୍ୟପଟେ ବିଜେପି ଦଳର ବରଗଡ ସାଂସଦ ସୁରେଶ ପୁଝାରୀ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ପୁରୁଣା ଡାକ୍ତରଖାନାକୁ ସିଟି ହସ୍ପିଟାଲ ଘୋଷଣା କରିବା ସହିତ କେନ୍ସର ହସ୍ପିଟାଲ ଓ ଗବେଷଣା କେନ୍ଦ୍ର ପାଇଁ ଅନୁରୋଧ କରିଛନ୍ତି |
ବାଇଟ 1- ରଞ୍ଜୁ ଭେଷରା ( ସ୍ଥାନୀୟ ମହିଳା )
ବାଇଟ 2- ଦେବେଶ ଆଚାର୍ଯ୍ୟ ( ବିଧାୟକ , ବରଗଡ )
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.