ETV Bharat / state

କୃଷିବିଲକୁ ବିରୋଧ କରି ରାଜ୍ୟର ବିଭିନ୍ନ ସ୍ଥାନରେ ଆନ୍ଦୋଳନ - new agriculture bill

କୃଷିବିଲକୁ ବିରୋଧ କରି ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆନ୍ଦୋଳନ । ବିଭିନ୍ନ ସ୍ଥାନରେ ଧାରଣା ଏବଂ ବିକ୍ଷୋଭ । ଅଧିକ ପଢନ୍ତୁ...

Protests in various parts of the state against new agriculture bill
କୃଷିବିଲକୁ ବିରୋଧ କରି ରାଜ୍ୟର ବିଭିନ୍ନ ସ୍ଥାନରେ ଆନ୍ଦୋଳନ
author img

By

Published : Dec 5, 2020, 10:03 PM IST

ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ନୂତନ କୃଷି ବିଲକୁ ବିରୋଧ କରି ଚାଷୀ ଆନ୍ଦୋଳନ ଜାରି ରହିଛି । ଦେଶର ରାଜଧାନୀ ଦିଲ୍ଲୀରେ ଚାଷୀଙ୍କ ଆରପାର ଲଢେଇ ଜାରି ରହିଥିବା ବେଳେ ଏହାର ସମର୍ଥନରେ ବିଭିନ୍ନ ସ୍ଥାନରେ ଧାରଣା ଏବଂ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ଏହାସହିତ ଆଜି ରାଜ୍ୟରେ ମଧ୍ୟ ବିଭିନ୍ନ ସ୍ଥାନରେ ଚାଷୀଙ୍କ ପ୍ରତିବାଦ ଦେଖିବାକୁ ମିଳିଥିଲା । ସଂଯୁକ୍ତ କିଷାନ ମୋର୍ଚ୍ଚା ତରଫରୁ ଦିଆଯାଇଥିବା ସର୍ବଭାରତୀୟ ଧାରଣାର ଡ଼ାକରା ଅନୁଯାୟୀ ଆଜି ନବ ନିର୍ମାଣ କୃଷକ ସଙ୍ଗଠନ ତରଫରୁ ବରଗଡ଼ ଜିଲ୍ଲାରେ ଶାନ୍ତି ପୂର୍ଣ୍ଣ ଧାରଣା ଅନୁଷ୍ଠିତ ହୋଇଯାଇଛି । ବରଗଡ଼ ଗାନ୍ଧୀ ଛକ ଠାରେ ନବନିର୍ମାଣ କୃଷକ ସଙ୍ଗଠନ ର ସମସ୍ତ ସଦସ୍ୟ ଏକତ୍ରିତ ହୋଇ କେନ୍ଦ୍ର ସରକାରଙ୍କ କଲା ବିଲକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଯେ ପର୍ଯ୍ୟନ୍ତ କେନ୍ଦ୍ର ସରକାର କଳା କୃଷି ଆଇନର ସମ୍ପୂର୍ଣ୍ଣ ପ୍ରତ୍ୟାହାର ନକରିଛନ୍ତି, ସେ ପର୍ଯ୍ୟନ୍ତ ଲଢ଼େଇ ପଲ୍ଲୀ ରୁ ଦିଲ୍ଲୀ ପର୍ଯ୍ୟନ୍ତ ଚାଲିବ ବୋଲି ସଙ୍ଗଠନର ପକ୍ଷରୁ କୁହାଯାଇଛି ।

କୃଷିବିଲକୁ ବିରୋଧ କରି ରାଜ୍ୟର ବିଭିନ୍ନ ସ୍ଥାନରେ ଆନ୍ଦୋଳନ
ସେପଟେ ଦେଶବ୍ୟାପି କେନ୍ଦ୍ର ଦ୍ୱାରା ପାରିତ କୃଷି ଆଇନକୁ ବିରୋଧ କରି କୃଷକ ମାନେ ଆନ୍ଦୋଳନ ଜାରି ରଖିଥିବା ବେଳେ ମୟୂରଭଞ୍ଜ ଜିଲ୍ଲା ନବ ନିର୍ମାଣ କୃଷକ ସଙ୍ଘ ପକ୍ଷରୁ ସମର୍ଥନ କରି ବାରିପଦାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । କେନ୍ଦ୍ର ସରକାରଙ୍କ କୃଷିବିଲକୁ ମୟୂରଭଞ୍ଜ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ବିରୋଧ କରାଯାଇଛି । କେନ୍ଦ୍ର ର କୃଷି ବିଲକୁ ନେଇ ସର୍ବ ଭାରତୀୟ ସ୍ଥରରେ ବିରୋଧ ଓ ଧାରଣା ଦେବାସହ କୃଷକମାନେ ଦିଲ୍ଲୀରେ ୮ଦିନ ଧରି ଆନ୍ଦୋଳନ ଜାରି ରଖି ଥିବାବେଳେ ମୟୂରଭଞ୍ଜ ଜିଲ୍ଲାର କୃଷକମାନେ ସମର୍ଥନ ଜଣାଇଛନ୍ତି। ଭାରତ ବର୍ଷରେ ୭୦ଭାଗ କୃଷକଙ୍କ ଜୀବନ ଜୀବିକା ନିର୍ବାହ କରୁଛନ୍ତି। ହେଲେ କେନ୍ଦ୍ର ସରକାର କୃଷି ଵିଲ ଆଣିବା ପୂର୍ବରୁ କାହିଁକି କୃଷକଙ୍କୁ ନଜଣାଇ ଏଭଳି କୃଷକ ମାରିବା ନୀତି ଵିଲ ପାସ କରି ସରକାର ଦୋମୁହାଁନୀତି ଅବଲମ୍ବନ କରୁଥିବା କରିଛନ୍ତି ଆନ୍ଦୋଳନକାରୀ । ମୟୂରଭଞ୍ଜ ଜିଲ୍ଲାରେ ଏହି ବିଲକୁ ବିରୋଧ କରି ଆଜି ବାରିପଦାରେ ଆନ୍ଦୋଳନ କରିବା ସହ ଏହି ବିଲକୁ କେନ୍ଦ୍ର ସରକାର ପ୍ରତ୍ୟାହୃତ ନକରନ୍ତି ଆଗାମୀ ୮ ତାରିଖରେ ଭାରତ ବନ୍ଦ ଡାକରାକୁ ସମର୍ଥନ ଦିଆଯିବ ବୋଲି କହିଛନ୍ତି ।ସେହିପରି କେନ୍ଦ୍ର ସରକାରଙ୍କ ନୂତନ କୃଷିନୀତିକୁ ବିରୋଧ କରି କେନ୍ଦ୍ରାପଡା ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ତିନିମୁହାଣି ଠାରେ ପ୍ରତିବାଦ ସଭା ଓ କୁଶପୁତ୍ତଳିକା ଦାହ କରାଯାଇଛି । ସଂଯୁକ୍ତ କିଷାନ ମୋର୍ଚ୍ଚାର ଆହ୍ୱାନକ୍ରମେ ତିନିମୁହାଣି ରାମ ମନ୍ଦିରରୁ ଏକ ରାଲି ମାଧ୍ୟମରେ ଚାଷ ବଞ୍ଚାଅ,ଚାଷୀ ବଞ୍ଚାଅ,ଦେଶ ବଞ୍ଚାଅ ନାରାଦେଇ ତିନିମୁହାଣି ଛକ ଠାରେ ପହଞ୍ଚି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅମିତସାହାଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ। ଯେଉଁ ପର୍ଯ୍ୟନ୍ତ ଏହି କୃଷି ଆଇନକୁ ପରିବର୍ତ୍ତନ କରାନଯାଇଛି ସାରା ଦେଶରେ ଏହିପରି ଆନ୍ଦୋଳନ ଜାରି ରହିବ ବୋଲି ଉପସ୍ଥିତ କୃଷକମାନେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.