ETV Bharat / state

ଧାନ ବିକ୍ରିକୁ ନେଇ ଅସନ୍ତୋଷ, ଜିଲ୍ଲାପାଳଙ୍କ ଅଫିସ ଆଗରେ ଆନ୍ଦୋଳନ

author img

By

Published : Dec 5, 2019, 9:50 PM IST

ସଙ୍କଟରେ ଭାତହାଣ୍ଡି । ଧାନ ବିକ୍ରିକୁ ନେଇ ତେଜୁଛି ଅସନ୍ତୋଷ । ଜିଲ୍ଲାପାଳଙ୍କ ଅଫିସ ଆଗରେ ଚାଷୀଙ୍କ ଆନ୍ଦୋଳନ ।

_protest of farmers
ଧାନ ବିକ୍ରିକୁ ନେଇ ଅସନ୍ତୋଷ

ବରଗଡ: ଓଡିଶାର ଭାତହାଣ୍ଡି ବର୍ତ୍ତମାନ ସଙ୍କଟରେ । ଧାନ ବିକ୍ରିକୁ ନେଇ ଗୁରୁବାର ପୁଣି ଚାଷୀ ଆନ୍ଦୋଳନ କରିଛନ୍ତି । ଗତ ସପ୍ତାହରେ ଧାନ ବିକ୍ରିରେ ଅବ୍ୟବସ୍ଥା ଏବଂ ଟୋକନ ବ୍ୟବସ୍ଥାକୁ ବିରୋଧ କରି ରାଜରାସ୍ତାରେ ଧାନ ବସ୍ତା ରଖି ଚାଷୀ ଆନ୍ଦୋଳନ କରିଥିବାବେଳେ ଗୁରୁବାର ଜିଲ୍ଲାପାଳଙ୍କ ଅଫିସ ଆଗରେ ଆନ୍ଦୋଳନ କରିଛନ୍ତି ।

ଧାନ ବିକ୍ରିକୁ ନେଇ ଅସନ୍ତୋଷ

ଚଳିତ ବର୍ଷ ଖରିଫ ଫସଲରେ ଧାନ ସଂଗ୍ରହ ପ୍ରକ୍ରିୟାରେ ଦେଖାଯାଇଛି ଅନିୟମିତତା । ସରକାରଙ୍କ ଟୋକନ ବ୍ୟବସ୍ଥାର ନିୟମ ଯୋଗୁଁ ଚାଷୀକୁ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିବା ବେଳେ ମିଲର୍ସ ଧାନ ଉଠାଉ ନଥିବାରୁ ଏବେ ହଜାର ହଜାର ବସ୍ତା ଧାନ ମଣ୍ଡିରେ ପଡିରହିଛି । ଯାହା ଏବେ ଚାଷୀଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି । ବରଗଡ ଜିଲ୍ଲା ଭେଡ଼େନ ବ୍ଲକ ଅନ୍ତର୍ଗତ ରେଶମ ମାର୍କେଟ ୟାର୍ଡରେ ଗତ ୧୫ ତାରିଖରୁ ୨୦ ହଜାରରୁ ଊର୍ଦ୍ଧ୍ଵ ଧାନ ପଡିଥିବା ବେଳେ ବିକ୍ରି ହେଉନାହିଁ ଧାନ ।

ଚାଷୀ ରବି ଫସଲ ପାଇଁ ପ୍ରସ୍ତୁତ ହେଉଥିବ ବେଳେ ହାତରେ କିନ୍ତୁ ପଇସା ନାହି । ଅନ୍ୟପଟେ ଅଳ୍ପ ମାତ୍ରାରେ ଧାନ ବିକ୍ରି ହେଉଛି ଏବଂ କୁଇଣ୍ଟାଲ ପିଛା ୪ କେଜି ଧାନ କଟନୀ ଛଟନୀରେ ଯାଉଛି । ଜିଲ୍ଲା ପ୍ରଶାସନ ସବୁ ଜାଣି ମଧ୍ୟ ଚୁପଚାପ ବସିରହିଛି । ଚାଷୀ ଯେତେ ଅଭିଯୋଗ କଲେ ସୁଦ୍ଧା କୌଣସି ସୁଫଳ ମିଳିପାରୁ ନାହିଁ।

ଏପରିକି ସିଏସଓ ଚାଷୀଙ୍କୁ ଦୁର୍ବ୍ୟବହାର ଦେଖାଉଥିବା ଅଭିଯୋଗ ହେଉଛି । ତେବେ ଏଥିରେ ଅତିଷ୍ଠ ହୋଇ ରେଶମ ଓ ପଧାନପାଳି ଅଞ୍ଚଳର ଶତାଧିକ ଚାଷୀ ଗୁରୁବାର ବରଗଡ ଜିଲ୍ଲାପାଳ ଅଫିସ ଆଗରେ ଧାରଣାରେ ବସିଥିଲେ । ଜିଲ୍ଲା ପ୍ରଶାସନ ଚାଷୀଙ୍କ ସହିତ ଆଲୋଚନା କରିଥିଲେ ଏବଂ ରେଶମ ମଣ୍ଡିକୁ ଯାଇ ପ୍ରଶାସନ ନିଜେ ଧାନ ସବୁ ବିକ୍ରି କରିବେ ବୋଲି ରାଜି ହେବାରୁ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।

ବରଗଡରୁ ରାଜେଶ ସରାପ୍, ଇଟିଭି ଭାରତ

Intro: ବରଗଡ ଜିଲାର ଚାଷୀ ପାଇଁ ଧାନ ହିଁ ତାର ଲକ୍ଷ୍ମୀ | ନୂତନ ଧାନକୁ ଲକ୍ଷ୍ମୀ ରୂପେ ପୂଜା କରିଥାଏ ଏଠାକାର ଚାଷୀ ହେଲେ ଲକ୍ଷ୍ମୀ ଙ୍କ ପାଇଁ ଭାତହାଣ୍ଡିର ଚାଷୀ କେବେ ରାଜରାସ୍ତାରେ ଓହଲ୍ଲାଉଛି ତ ଆଉକେବେ ଆନ୍ଦୋଳନକୁ | ମାର୍ଗଶିର ମାସ ଗୁରୁବାର ଦିନରେ ଘରେ ଘରେ ମାଁ ଲକ୍ଷ୍ମୀ ପୂଜାପାଉଥିବା ବେଳେ ଚାଷୀଙ୍କ ଲକ୍ଷ୍ମୀ କିନ୍ତୁ ରାଜରାସ୍ତାରେ | ଗତ ଗୁରୁବାର ଧାନ ନେଇ ରାଜରାସ୍ତାରେ ଚାଷୀ ଆନ୍ଦୋଳନ କରିଥିବା ବେଳେ ଆଜି ପୁଣି ଧାନ ପାଇଁ ଜିଲ୍ଲାପାଳଙ୍କ ଅଫିସ ଆଗରେ ଆନ୍ଦୋଳନରେ ବସିଛନ୍ତି ଚାଷୀ |
Body:ଚଳିତ ବର୍ଷ ଖରିଫ ଫସଲରେ ଧାନ ସଂଗ୍ରହ ପ୍ରକ୍ରିୟାରେ ଦେଖାଯାଇଛି ଅନିୟମିତତା | ସରକାରଙ୍କ ଟୋକନ ବ୍ୟବସ୍ଥାର ନିୟମ ଯୋଗୁଁ ଚାଷୀକୁ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିବା ବେଳେ ମିଲର୍ସ ଧାନ ଉଠାଉନଥିବାରୁ ଏବେ ହଜାର ହଜାର ବସ୍ତା ଧାନ ମଣ୍ଡି ମାନଙ୍କରେ ପଡିରହିଛି | ଯାହା ଏବେ ଚାଷୀଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି | ବରଗଡ ଜିଲ୍ଲା ଭେଡ଼େନ ବ୍ଲକ ଅନ୍ତର୍ଗତ ରେଶମ ମାର୍କେଟ ୟାର୍ଡରେ ଗତ ୧୫ ତାରିଖରୁ ୨୦ ହଜାର ରୁ ଊର୍ଦ୍ଧ୍ଵ ଧାନ ପଡିଥିବା ବେଳେ ବିକ୍ରି ହେଉନାହିଁ ଏହି ମଣ୍ଡିର ଧାନ | ଚାଷୀ ରବି ଫସଲ ପାଇଁ ପ୍ରସ୍ତୁତ ହେଉଠିବ ବେଳେ କିନ୍ତୁ ଚାଷୀ ହାତରେ ପଇସା ନାହି | ଅନ୍ୟପଟେ ଯେଉଁ ଅଳ୍ପ ମାତ୍ରାରେ ଧାନ ବିକ୍ରି ହେଉଛି କୁଇଣ୍ଟାଲ ପିଛା ୪ କେଜି ଧାନ ବେନିୟମ ଭାବେ କଟାଯାଉଛି ଏବଂ ଜିଲ୍ଲା ପ୍ରଶାସନ ଜାଣି ମଧ୍ୟ ଚୁପଚାପ ବସିରହିଛି | ଚାଷୀ ଯେତେ ଅଭିଯୋଗ କଲେ ସୁଦ୍ଧା କୌଣସି ସୁଫଳ ମିଳିପାରୁ ନାହି ଓଲଟା ସିଏସଓ ଚାଷୀଙ୍କୁ ଦୁର୍ବ୍ୟବହାର ଦେଖାଉଥିବା ଅଭିଯୋଗ ହେଉଛି | ତେବେ ଉତ୍ୟକ୍ତ ହୋଇ ରେଶମ ଓ ପଧାନପାଳି ଅଞ୍ଚଳର ଶତାଧିକ ଚାଷୀ ଆଜି ବରଗଡ ଜିଲ୍ଲାପାଳ ଅଫିସ ଆଗରେ ଧାରଣାରେ ବସିଥିଲେ | ତେବେ ଜିଲ୍ଲା ପ୍ରଶାସନ ଚାଷୀଙ୍କ ସହିତ ଆଲୋଚନା କରିଥିଲେ ଏବଂ ରେଶମ ମଣ୍ଡିକୁ ଯାଇ ପ୍ରଶାସନ ନିଜେ ଧାନ ସବୁ ବିକ୍ରି କରିବେ ବୋଲି ରାଜି ହେବାରୁ ଆନ୍ଦୋଳନ ପ୍ରତ୍ୟାହୃତ୍ୟ ହୋଇଥିଲା | ଚାଷୀ ନେତା ଲିଙ୍ଗରାଜ ଓ ରମେଶ ମହାପାତ୍ର ଚାଷୀଙ୍କ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇଥିଲେ |

ବାଇଟ ୧- ସୁଧନ ପାତ୍ର ( ଚାଷୀ )
ବାଇଟ ୨- ନରେନ ପ୍ରଧାନ ( ଚାଷୀ )
ବାଇଟ୩- ଦେବାର୍ଚନ ଭେଷରା ( ଏସିଏସଓ) Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.