ETV Bharat / state

ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ଧାରଣାରେ ଶ୍ରମିକ - ବିଜେପୁରବାସୀ

ଧାରଣାରେ ବସିଲେ ବରଗଡ଼ ଚିନି କାରଖାନା କର୍ମଚାରୀ । ମିଥ୍ୟା ଘୋଷଣା କରି ବିଜେପୁରବାସୀଙ୍କୁ ଭୁଆଁ ବୁଲାଇବା ପାଇଁ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ବୋଲି କହିଛନ୍ତି ଅସନ୍ତୁଷ୍ଟ କାରଖାନା କର୍ମଚାରୀ ।

ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ଧାରଣାରେ ଶ୍ରମିକ
author img

By

Published : Oct 15, 2019, 2:35 AM IST

ବରଗଡ: ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ବରଗଡ଼ ଚିନି କାରଖାନା କର୍ମଚାରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିନି କାରଖାନା ପାଇଁ 11କୋଟି ଟଙ୍କାର ଘୋଷଣା କରିଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇନାହିଁ ଏବଂ ଏବେ ପୁଣି ମିଥ୍ୟା ଘୋଷଣା କରି ବିଜେପୁରବାସୀଙ୍କୁ ଭୁଆଁ ବୁଲାଇବା ପାଇଁ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ବୋଲି କହିଛନ୍ତି ଅସନ୍ତୁଷ୍ଟ କାରଖାନା କର୍ମଚାରୀ ।

ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ଧାରଣାରେ ଶ୍ରମିକ

ବରଗଡ ଚିନି କାରଖାନା କର୍ମଚାରୀ 25 ମାସର ଦରମା ନପାଇ ତଳିତଳାନ୍ତ ହୋଇପଡିଥିବା ବେଳେ ଜିଲ୍ଲାର ଆଖୁ ଚାଷୀମାନଙ୍କ ମଧ୍ୟ ସମାନ ଦୁର୍ଦଶା ହୋଇପଡିଛି । ତେବେ ଡିସେମ୍ବର 2018 ମସିହାରୁ ଚିନି କାରଖାନା କର୍ମଚାରୀ ମାନେ ଦୀର୍ଘ 73 ଦିନ ଧରି ଆନ୍ଦୋଳନ ଜାରି ରଖିଥିଲେ କିନ୍ତୁ ଗତ ସାଧାରଣ ନିର୍ବାଚନ ପୂର୍ବରୁ ଫେବୃଆରୀ ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ସୋହେଲା ଇଛାପାଲି ଗସ୍ତରେ ଘୋଷଣା କରିଥିଲେ ଯେ ବରଗଡ଼ ଚିନି କାରଖାନାର ପୁନଃ ଉଦ୍ଧାର କରାଯିବା ସହ କର୍ମଚାରୀଙ୍କ ବକେୟା ଦରମା ପାଇଁ 11 କୋଟି ପ୍ରଦାନ କରାଯିବ । ହେଲେ ଆଜକୁ ଆଠ ମାସ ବିତିଯାଇଥିଲେ ମଧ୍ୟ ଚିନି କର୍ମଚାରୀଙ୍କ ସେହି ଅବସ୍ଥାରେ ରହିଛନ୍ତି ।

ତେବେ ବିଜେପୁର ଉପନିର୍ବାଚନର ପ୍ରଚାର ପ୍ରସାର ପାଇଁ ବହୁ ନେତା ଓ ମନ୍ତ୍ରୀ ଏହି ଅଞ୍ଚଳକୁ ଆସୁଥିବା ବେଳେ ଏବେ ପୁଣିଥରେ ଚିନି କର୍ମଚାରୀଙ୍କ ଏହି ଆନ୍ଦୋଳନ ମୁଣ୍ଡ ଟେକିଛି । ଏଥର କର୍ମଚାରୀଙ୍କ ଏହି ଆନ୍ଦୋଳନରେ ଜୟକିଷାନ ଆନ୍ଦୋଳ ସଙ୍ଗଠନ ଓ ଆମ ଆଦମୀ ଦଳ ମଧ୍ୟ ସମର୍ଥନ ଜଣାଇଛନ୍ତି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:ବିଜେପୁର ଉପନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁରକୁ ପ୍ରଚାର ପାଇଁ ଆସିବା ପୂର୍ବରୁ ବରଗଡ଼ ଚିନି କାରଖାନା କର୍ମଚାରୀ ବରଗଡ଼ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ । ସାଧାରଣ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିନି କାରଖାନା ପାଇଁ ୧୧ କୋଟି ଟଙ୍କାର ଘୋଷଣା କରିଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇନାହିଁ ଏବଂ ଏବେ ପୁଣି ମିଥ୍ୟା ଘୋଷଣା କରି ବିଜେପୁର ବାସୀଙ୍କୁ ଭୁଆଁ ବୁଲାଇବା ପାଇଁ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ବୋଲି କହିଛନ୍ତି ଅସନ୍ତୁଷ୍ଟ ଚିନି କର୍ମଚାରୀ ଗଣ ।

Body:ବରଗଡ଼ ଚିନି କାରଖାନା କର୍ମଚାରୀ ମାନେ ୨୫ ମାସର ଦରମା ନପାଇ ତଳିତଳାନ୍ତ ହୋଇପଡିଥିବା ବେଳେ ଜିଲ୍ଲାର ଆଖୁ ଚାଷୀମାନଙ୍କ ମଧ୍ୟ ସମାନଦୁର୍ଦଶା ହୋଇପଡିଛି । ତେବେ ଡ଼ିସେମ୍ବର ୨୦୧୮ ମସିହାରୁ ଚିନି କାରଖାନା କର୍ମଚାରୀ ମାନେ ଦୀର୍ଘ ୭୩ ଦିନ ଧରି ଆନ୍ଦୋଳନ ଜାରୀରଖିଥିଲେ କିନ୍ତୁ ଗତ ସାଧାରଣ ନିର୍ବାଚନ ପୂର୍ବରୁ ଫେବ୍ରୁଆରୀ ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ସୋହେଲା ଇଛାପାଲି ଗସ୍ତରେ ସେ ସର୍ବସମ୍ମୁଖରେ ଘୋଷଣା କରିଥିଲେ ଯେ ବରଗଡ଼ ଚିନି କାରଖାନାର ପୁନଃ ଉଦ୍ଧାର ପାଇଁ ଏବଂ କର୍ମଚାରୀ ମାନଙ୍କ ବକେୟା ଦରମା ପାଇଁ ୧୧ କୋଟି ପ୍ରଦାନ କରାଯିବ । ହେଲେ ଆଜକୁ ଆଠ ମାସ ବିତିଯାଇଥିଲେ ମଧ୍ୟ ଚିନି କର୍ମଚାରୀଙ୍କ ସେହି ଅବସ୍ଥା । ନା ସେମାନଙ୍କୁ ମିଳିଛି ତାଙ୍କର ବକେୟା ଦରମା ନା ଉଦ୍ଧାର କରାଯାଇଛି ଏହି ଚିନି କାରଖାନା ।

ତେବେ ବିଜେପୁର ଉପନିର୍ବାଚନର ପ୍ରଚାର ପ୍ରସାର ପାଇଁ ବହୁ ନେତା ଓ ମନ୍ତ୍ରୀ ଏହି ଅଂଚଳକୁ ଆସୁଥିବା ବେଳେ ଏବେ ପୁଣି ଥରେ ଚିନି କର୍ମଚାରୀଙ୍କ ଏହି ଆନ୍ଦୋଳନ ମୁଣ୍ଡ ଟେକିଛି । ଏଥର କର୍ମଚାରୀଙ୍କ ଏହି ଆନ୍ଦୋଳନରେ ଜୟକିଷାନ ଆନ୍ଦୋଳ ସଙ୍ଗଠନ ଓ ଆମ ଆଦମୀ ଦଳ ମଧ୍ୟ ସମର୍ଥନ ଜଣାଇଛନ୍ତି ।
ବାଇଟ ୧- ସୁବ୍ରତ ସାହୁ ( ସାଧାରଣ ସମ୍ପାଦକ , ଚିନି କାରଖାନା )
ବାଇଟ ୨- ଭବାନୀ ସାହୁ ( ଆମ ଆଦମୀ )
ବାଇଟ୩- ରମେଶ ମହାପାତ୍ର ( ଜୟକିଷାନ ଆନ୍ଦୋଳନ ସଙ୍ଗଠନ)

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.