ETV Bharat / state

ଜମାକାରୀଙ୍କ ଲକ୍ଷଲକ୍ଷ ଟଙ୍କା ଖାଇଗଲା ବରଗଡ ମୁଖ୍ୟ ଡାକଘର - ପୋଷ୍ଟ ଅଫିସ ଆଗରେ ଧାରଣାରେ ବସିଲେ ଜମାକାରୀ

ବରଗଡ ବ୍ଳକ ଅନ୍ତର୍ଗତ ବରାହଗୋଡାସ୍ଥିତ ଡାକଘରେ ଅର୍ଥ ଜମାକାରୀଙ୍କ ଲକ୍ଷାଧିକ ଟଙ୍କା ହଡପ କରିଦିଆଯାଇଥିବା ଘଟଣାରେ ସୋମବାର  ବରାହଗୋଡା ଗ୍ରାମବାସୀ ବରଗଡ ଥାନା ଛକ ସ୍ଥିତ ମୁଖ୍ୟ ଡାକଘର ସମ୍ମୁଖରେ ଧାରଣା ଦେଇଛନ୍ତି।

post office ghotala in baragarh
ପୋଷ୍ଟ ଅଫିସ ଆଗରେ ଧାରଣାରେ ବସିଲେ ଜମାକାରୀ
author img

By

Published : Jan 20, 2020, 6:20 PM IST

ବରଗଡ: ବରଗଡ ମୁଖ୍ୟ ଡାକଘରକୁ ଘେରାବନ୍ଦୀ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ବରହାଗୁଡା ଗ୍ରାମବାସୀ । ବରଗଡ ବ୍ଳକ ଅନ୍ତର୍ଗତ ବରାହଗୋଡାସ୍ଥିତ ଡାକଘରେ ଅର୍ଥ ଜମାକାରୀଙ୍କ ଲକ୍ଷାଧିକ ଟଙ୍କା ହଡପ କରିଦିଆଯାଇଥିବା ଘଟଣାରେ ସୋମବାର ବରାହଗୋଡା ଗ୍ରାମବାସୀ ବରଗଡ ଥାନା ଛକ ସ୍ଥିତ ମୁଖ୍ୟ ଡାକଘର ସମ୍ମୁଖରେ ଧାରଣା ଦେଇଛନ୍ତି। ଏଥିସହ ଲକ୍ଷାଧିକ ଟଙ୍କା ହଡପ କରିଥିବା ଡାକ କର୍ମଚାରୀଙ୍କ ବିରୋଧରେ ବରଗଡ ଟାଉନ ଥାନାରେ ଏତଲା ଦେବା ସହ ଅପରାଧୀଙ୍କ ଗିରଫ ଦାବି କରିଛନ୍ତି ଗ୍ରାମବାସୀ |

ପୋଷ୍ଟ ଅଫିସ ଆଗରେ ଧାରଣାରେ ବସିଲେ ଜମାକାରୀ

ସୂଚନା ଅନୁଯାୟୀ, ଟାଉନ ଥାନା ଅନ୍ତର୍ଗତ ବାରହାଗୁଡ଼ା ଗ୍ରାମରେ ଥିବା ପୋଷ୍ଟ ଅଫିସରେ ବହୁ ଚାଷୀ ସୁକନ୍ୟା ଯୋଜନା , ଆରଡି ଓ ସେଭିଙ୍ଗ ଖାତା ଖୋଲି ଅର୍ଥ ଜମା କରିଆସୁଥିଲେ । ମାତ୍ର ଜମାକାରୀଙ୍କ ଖାତାରେ ପୋଷ୍ଟ ଅଫିସର ଷ୍ଟାମ୍ପ ଓ ଜମା କରାଯାଇଥିବା ଅର୍ଥର ପରିମାଣ ଉଲ୍ଲେଖ କରାଯାଇଛି ।

କିନ୍ତୁ ଏହି ରାଶି ପୋଷ୍ଟ ଅଫିସରେ ଜମା ହୋଇନଥିବାରୁ ବହୁ ଜମାକାରୀ ତୋରା ପୋଷ୍ଟ ଅଫିସକୁ ଘେରାଉ କରିଥିଲେ | ଜମାକାରୀଙ୍କ ଲକ୍ଷାଧିକ ଟଙ୍କା ସହକାରୀ ବ୍ରାଞ୍ଚ ପୋଷ୍ଟ ମାଷ୍ଟର ରମେଶ ମଲ୍ଲିକ ହଡପ କରିଥିବା ଜାଣି ଲୋକେ ରମେଶକୁ ବରଗଡ ଟାଉନ ଥାନାରେ ଧରାଇଥିଲେ । ସେଠାରେ ସେ ୭ ଲକ୍ଷ ଟଙ୍କା ଉଠାଇ ନେଇଥିବା ସ୍ଵୀକାର କରିଥିଲେ |

ତେବେ ପୂର୍ବରୁ ଜମାକାରୀ ମାନଙ୍କ ଖାତାକୁ ସଂଗ୍ରହ କରି ରମେଶ ଖାତାରେ ପ୍ରମାଣ ଥିବା ପୃଷ୍ଠା ଗୁଡିକୁ ଫାଡିଦେଇଥିବା ବେଳେ କିପରି ଜମାକାରୀ ମାନେ ତାଙ୍କର ଟଙ୍କା ଫେରିପାଇବେ ସେନେଇ ଏବେ ଜମାକାରୀ ଚିନ୍ତାରେ ପଡିଛନ୍ତି |

ଜମାକାରୀମାନଙ୍କ ଖାତାରେ ରହିଥିବା ପ୍ରମାଣ ଅନୁଯାୟୀ ପୋଷ୍ଟ ଅଫିସ ପକ୍ଷରୁ ଜମାକାରୀ ତାଙ୍କର ଟଙ୍କା ଫେରିପାଇବେ ବୋଲି କୁହାଯାଉଥିବା ବେଳେ ବହୁ ଜମାକାରୀଙ୍କର ଖାତାର ପୃଷ୍ଠା ଫଡାଯାଇଛି । ତେବେ ସେହି ଜମାକାରୀମାନେ ନିଜର ଟଙ୍କା ପାଇପାରିବେ ନା ନାହି ତାହା ଏବେ ସନ୍ଦେହରେ |

ତେବେ ଏହି ଘଟଣାରେ ବିଭାଗ ପକ୍ଷରୁ ବରହାଗୁଡ଼ା ବ୍ରାଞ୍ଚ ପୋଷ୍ଟ ମାଷ୍ଟର ଥିବା କହ୍ନେୟା ଲାଲ ଭୋଇଙ୍କୁ ନିଲମ୍ବିତ କରାଯାଇଛି ଏବଂ ଏହାର ଅଧିକ ତଦନ୍ତ ଜାରି ରହିଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:ବରଗଡ ବ୍ଳକ ଅନ୍ତର୍ଗତ ବରାହଗୋଡାସ୍ଥିତ ଡାକଘରରେ ଅର୍ଥ ଜମାକାରୀଙ୍କ ଲକ୍ଷାଧିକ ଟଙ୍କା ହଡପ କରିଦିଆଯାଇଥିବା ଘଟଣାରେ ଆଜି ବରାହଗୋଡା ଗ୍ରାମବାସୀ ନିଜ ପିଲାଛୁଆଙ୍କୁ ଧରି ବରଗଡ ଥାନାଛକସ୍ଥିତ ମୁଖ୍ୟ ଡାକଘର ସମ୍ମୁଖରେ ଧାରଣା ଦେଇଛନ୍ତି। ଲକ୍ଷାଧିକ ଟଙ୍କା ଆତ୍ମସାତ୍‌ କରିଥିବା ଡାକ କର୍ମଚାରୀଙ୍କ ବିରୋଧରେ ବରଗଡ ଟାଉନ ଥାନାରେ ଏତଲା ଦେବା ସହ ଅପରାଧୀ ମାନଙ୍କୁ ଗିରଫ ଦାବି କରିଛନ୍ତି ଗ୍ରାମବାସୀ |ବରଗଡ ମୁଖ୍ୟ ଡାକଘରକୁ ଘେରାବନ୍ଦି କରି ଆନ୍ଦୋଳନକୁ ଅହଲ୍ଲାଇଛନ୍ତି ବରହାଗୁଡା ଗ୍ରାମବାସୀ | ଆଜି ମୁଖ୍ୟ ଡାକଘରକୁ ସଂପୂର୍ଣ୍ଣ ଅଚଳ କରି ଅର୍ଥ ଜମାକାରୀ ତାଙ୍କର ଜମା ରାଶି ଫେରସ୍ତ କରିବାକୁ ଦାବିକରିଥିଲେ | ତେବେ ଡାକଘର ସମ୍ମୁଖରେ ବସି ଗ୍ରାମବାସୀ ଆନ୍ଦୋଳନକୁ ଜାରିରଖିଛନ୍ତି |

Body:ସୂଚନା ଅନୁଯାୟୀ ଟାଉନ ଥାନା ଅନ୍ତର୍ଗତ ବାରହାଗୁଡ଼ା ଗ୍ରାମରେ ଥିବା ପୋଷ୍ଟ ଅଫିସରେ ବହୁ ଚାଷୀ ସୁକନ୍ୟା ଯୋଜନା , ଆରଡି ଓ ସେଭିଙ୍ଗ ଖାତା ଖୋଲି ଅର୍ଥ ଜମା କରିଆସୁଥିଲେ ମାତ୍ର ଜମାକାରୀଙ୍କ ଖାତାରେ ପୋଷ୍ଟ ଅଫିସ ର ଷ୍ଟାମ୍ପ ଓ ଜମା କରାଯାଇଥିବା ଅର୍ଥର ପରିମାଣ ଉଲ୍ଲେଖ କରାଯାଇଛି କିନ୍ତୁ ଏହି ରାଶି ପୋଷ୍ଟ ଅଫିସ ରେ ଜମା ହୋଇନଥିବାରୁ ବହୁ ଜମାକାରୀ ତୋରା ପୋଷ୍ଟ ଅଫିସକୁ ଘେରାଉ କରିଥିଲେ | ଜମାକାରୀଙ୍କ ଲକ୍ଷାଧିକ ଟଙ୍କା, ସହକାରୀ ବ୍ରାଞ୍ଚ ପୋଷ୍ଟ ମାଷ୍ଟର ରମେଶ ମଲ୍ଲିକ ହଡପ କରିଥିବା ଜାଣି ଲୋକେ ରମେଶ କୁ ବରଗଡ ଟାଉନ ଥାନାରେ ଦେଇଥିଲେ ସେଠାରେ ସେ ୭ ଲକ୍ଷ ଟଙ୍କା ଉଠାଇନେଇଥିବା ସ୍ଵୀକାର କରିଥିଲେ | ତେବେ ପୂର୍ବରୁ ଜମାକାରି ମାନଙ୍କର ଖାତାକୁ ସଂଗ୍ରହ କରି ରମେଶ ଖାତାରେ ପ୍ରମାଣ ଥିବା ପୃଷ୍ଟା ଗୁଡିକୁ ଫାଡିଦେଇଥିବା ବେଳେ କିପରି ଜମାକାରୀ ମାନେ ତାଙ୍କର ଟଙ୍କା ଫେରିପାଇବେ ସେନେଇ ଏବେ ଚିନ୍ତାରେ ପଡିଛନ୍ତି |
Conclusion:ଜମାକାରୀ ମାନଙ୍କ ଖାତାରେ ରହିଥିବା ପ୍ରମାଣ ଅନୁଯାୟୀ ପୋଷ୍ଟ ଅଫିସ ପକ୍ଷରୁ ଜମାକାରୀ ତାଙ୍କର ଟଙ୍କା ଫେରିପାଇବେ ବୋଲି କୁହାଯାଉଥିବା ବେଳେ ବହୁ ଜମାକାରୀଙ୍କର ଖାତାର ପ୍ରୁଷ୍ଠା ଫଡାଯାଇଛି ତେବେ ସେହି ଜମାକାରୀ ମାନେ ନିଜର ଟଙ୍କା ପାଇପାରିବେ ନା ନାହି ତାହା ଏବେ ସନ୍ଦେହରେ | ତେବେ ଏହି ଘଟଣାରେ ବିଭାଗ ପକ୍ଷରୁ ବରହାଗୁଡ଼ା ବ୍ରାଞ୍ଚ ପୋଷ୍ଟ ମାଷ୍ଟର ଥିବା କହ୍ନେୟା ଲାଲ ଭୋଇଙ୍କୁ ନିଲମ୍ବିତ କରାଯାଇଛି ଏବଂ ଏହାର ଅଧିକ ତଦନ୍ତ ଆରମ୍ଭ ହୋଇଯାଇଛି |
ବାଇଟ 1- ମମତା ସାହୁ ( ହିତାଧିକାରୀ )
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.