ETV Bharat / state

ବରଗଡ଼ ସରକାରୀ ସ୍କୁଲ ବନ୍ଦ ନେଇ ଜିଲ୍ଲାପାଳଙ୍କ ଅଫିସ ଆଗରେ ଆନ୍ଦୋଳନ - ଜିଲ୍ଲାପାଳଙ୍କ ଅଫିସ ଆଗରେ ଆନ୍ଦୋଳନ

ସରକାରୀ ସ୍କୁଲ ବନ୍ଦ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ବେଳେ ବରଗଡ଼ରେ ମଧ୍ୟ 273 ଗୋଟି ସରକାରୀ ସ୍କୁଲକୁ ସଂପୂର୍ଣ୍ଣ ରୂପେ ବନ୍ଦ କରି ଦିଆଯାଇଛି । ଏହାର ପ୍ରତିବାଦରେ ବରଗଡ ଜିଲ୍ଲାପାଳଙ୍କ ଅଫିସ ଆଗରେ ଆନ୍ଦୋଳନ କରିଥିଲେ ଲୋକେ । ଅଧିକ ପଢନ୍ତୁ...

Protest in front of bargarh Magistrate's Office
ବରଗଡ଼ ସରକାରୀ ସ୍କୁଲ ବନ୍ଦ ନେଇ ଜିଲ୍ଲାପାଳଙ୍କ ଅଫିସ ଆଗରେ ଆନ୍ଦୋଳନ
author img

By

Published : Nov 3, 2020, 10:20 AM IST

ବରଗଡ଼: ସ୍କୁଲକୁ ପିଲା ନଆସୁଥିବାରୁ ସରକାରୀ ସ୍କୁଲ ବନ୍ଦ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ତେବେ ଏନେଇ ବରଗଡ଼ ଜିଲ୍ଲାରେ ମଧ୍ୟ 273 ଗୋଟି ସରକାରୀ ସ୍କୁଲକୁ ସଂପୂର୍ଣ୍ଣ ରୂପେ ବନ୍ଦ କରିଦିଆଯାଇଛି । ଯାହାଫଳରେ ବରଗଡରେ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଏହାର ପ୍ରତିବାଦରେ ବରଗଡର ବିଭିନ୍ନ ଅଞ୍ଚଳରୁ ଲୋକେ ଆସି ଜିଲ୍ଲାପାଳଙ୍କ ଅଫିସ ଆଗରେ ଆନ୍ଦୋଳନ କରିଥିଲେ ।

ବରଗଡ଼ ସରକାରୀ ସ୍କୁଲ ବନ୍ଦ ନେଇ ଜିଲ୍ଲାପାଳଙ୍କ ଅଫିସ ଆଗରେ ଆନ୍ଦୋଳନ

ଶିକ୍ଷା ସମସ୍ତଙ୍କର ମୌଳିକ ଅଧିକାର ଥିବା ବେଳେ କିନ୍ତୁ ସରକାର ଏହି ମୌଳିକ ଅଧିକାରରୁ ବଞ୍ଚିତ କରିଦେଇଛନ୍ତି ବହୁ ଗରିବ ପରିବାରଙ୍କୁ । ବରଗଡର 273 ଗୋଟି ସ୍କୁଲ ବନ୍ଦ କରିବାର ନିଷ୍ପତ୍ତି ନେଇ ରାଜ୍ୟ ସରକାର ଯେଉଁ ଜନବିରୋଧୀ ପଦକ୍ଷେପ ନେଇଛନ୍ତି, ବିରୋଧୀ ଦଳ ମଧ୍ୟ ଏହାର ଫାଇଦା ଉଠାଇ ରାଜନୀତି କରିବା ଆରମ୍ଭ କରିଦେଲେଣି । ବରଗଡ ଆମ ଆଦମି ପାର୍ଟି ମଧ୍ୟ ଆନ୍ଦୋଳନକାରୀଙ୍କ ସପକ୍ଷରେ ବାହାରି ବିଜେଡି ସରକାରକୁ ଘେରିବା ଆରମ୍ଭ କରିଦେଇଛି ।

ରାଜ୍ୟ ସରକାର ଯଦି ଏହି ଭୁଲ ନିଷ୍ପତ୍ତିକୁ ପ୍ରତ୍ୟାହାର ନ କରନ୍ତି ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଆମ ଆଦମି ଦଳର ଆବାହକ ଭବାନୀ ସାହୁ ଚେତାବନୀ ଦେଇଛନ୍ତି |

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.