ETV Bharat / state

ସମର୍ଥକ ପାଳିଲେ ବିଜୟଙ୍କ ବିଜୟ ଉତ୍ସବ

ପଦ୍ମପୁର ବିଧାନସଭାରେ ବିଜେଡି ପ୍ରାର୍ଥୀ ବିଜୟ ରଞ୍ଜନ ସିଂ ବରିହାଙ୍କ ପାଇଁ ବିଜୟ ଉତ୍ସବ ପାଳିଲେ ସମର୍ଥକ । ୬୩୫୫ ଖଣ୍ଡ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି ।

author img

By

Published : May 25, 2019, 10:05 PM IST

ଫଟୋ ସୌଜନ୍ୟ : ସମ୍ବାଦଦାତା,ବରଗଡ

ବରଗଡ : ପଦ୍ମପୁର ବିଧାନସଭାରେ ବିଜେଡି ପ୍ରାର୍ଥୀ ବିଜୟ ରଞ୍ଜନ ସିଂ ବରିହା ୬୩୫୫ ଭୋଟରେ ବିଜୟୀ ହେଲା ପରେ ଆଜି ପଦ୍ମପୁରରେ ଏକ ବିଶାଳ ବିଜୟ ଶୋଭାଯାତ୍ରା କରାଯାଇଛି । ହଜାର ହଜାର ଲୋକ ଓ ବିଜେଡି କର୍ମୀଙ୍କ ଏହି ଶୋଭାଯାତ୍ରା ପଦ୍ମପୁର ସହର ପରିକ୍ରମା କରିଥିଲା ।

ଗତ ୨୦୧୪ ସାଧାରଣ ନିର୍ବାଚନରେ ବିଜେପି ଦଳର ପ୍ରଦୀପ ପୁରୋହିତଙ୍କ ଠାରୁ ୪୫୧୩ ଭୋଟରେ ପରାଜୟ ହୋଇଥିଲେ ବିଜୟ । ବରଗଡ ଜିଲ୍ଲାର ପାଞ୍ଚଟି ବିଧାନସଭା ମଧ୍ୟରୁ ଭଟଲି, ବରଗଡ ଓ ଅତାବିରା ଆସନକୁ ବିଜେଡି ଦଳ ଅକ୍ତିଆର କରିଥିବାବେଳେ ବିଜେପୁର ଆସନକୁ କଂଗ୍ରେସ ଦଳ ଓ ପଦ୍ମପୁର ଆସନକୁ ବିଜେପି ଦଳ ଅକ୍ତିଆର କରିଥିଲେ |

ଭିଡିଓ ସୌଜନ୍ୟ : ସମ୍ବାଦଦାତା,ବରଗଡ

ତେବେ ଚଳିତ ୨୦୧୯ ସାଧାରଣ ନିର୍ବାଚନରେ ଉଭୟ ବିଜେପୁର ଓ ପଦ୍ମପୁର ବିଧାନସଭା ଆସନକୁ ବିଜେଡି ଦଳ କବଜା କରିବାରେ ସଫଳ ହୋଇପାରିଛି । ପଦ୍ମପୁର ବିଧାନସଭାରେ ପ୍ରଦୀପ ପୁରୋହିତ ୭୬୧୩୫ ଭୋଟ ଅଧିକାର କରିଥିବାବେଳେ ବିଜେଡି ଦଳର ବିଜୟ ରଞ୍ଜନ ସିଂ ବରିହାଙ୍କୁ ୮୨୪୯୦ ଭୋଟ ମିଳିଥିଲା । ତେବେ ଶ୍ରୀ ବରିହା ୬୩୫୫ ଖଣ୍ଡ ଅଧିକ ଭୋଟରେ ବିଜୟୀ ହୋଇ ପଦ୍ମପୁର ଆସନକୁ ନିଜ ଅକ୍ତିଆରରେ ଆଣିଛନ୍ତି |

ବରଗଡରୁ ରାଜେଶ ସରାପ,ଇଟିଭି ଭାରତ

||ବରଗଡ ||
ବରଗଡ ଜିଲ୍ଲା ପଦ୍ମପୁର ବିଧାନସଭା ରେ ବିଜେଡି ଦଳର ପ୍ରାର୍ଥୀ ବିଜୟ ରଞ୍ଜନ ସିଁ ବରିହା ୬୩୫୫ ଭୋଟରେ ବିଜୟୀ ହେଲା ପରେ ଆଜି ପଦ୍ମପୁର ରେ ଏକ ବିଶାଳ ବିଜୟ ସୋଭା ଯାତ୍ରା କରାଯାଇଛି | ହଜାର ହଜାର ଲୋକ ଓ ବିଜେଡି କର୍ମୀଙ୍କ ଏହି ଶୋଭାଯାତ୍ରା ପଦ୍ମପୁର ସହର ପରିକ୍ରମା କରିବା ସହିତ ଶ୍ରୀ ବରିହା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ |  ବିଜେଡି ଦଳର ବିଜୟ ରଞ୍ଜନ ସିଂ ବରିହା ଗତ ୨୦୧୪ ସାଧାରଣ ନିର୍ବାଚନରେ ବିଜେପି ଦଳର ପ୍ରଦୀପ ପୁରୋହିତ ଙ୍କ ଠାରୁ ୪୫୧୩ ଭୋଟ ରେ  ପରାଜୟ ହୋଇଥିଲେ | ବରଗଡ ଜିଲ୍ଲାର ପାଞ୍ଚଟି ବିଧାନସଭା ମଧ୍ୟରୁ ଭଟଲି , ବରଗଡ ଓ ଅତାବିରା ଆସନକୁ  ବିଜେଡି ଦଳ ଅକ୍ତିଆର କରିଥିବା ବେଳେ ବିଜେପୁର ଆସନକୁ କଂଗ୍ରେସ ଦଳ ଓ ପଦ୍ମପୁର ଆସନକୁ ବିଜେପି ଦଳ ଅକ୍ତିଆର କରିଥିଲେ | ତେବେ ଚଳିତ ୨୦୧୯ ସାଧାରଣ ନିର୍ବାଚନରେ ଉଭୟ ବିଜେପୁର ଓ ପଦ୍ମପୁର ବିଧାନସଭା ଆସନକୁ ବିଜେଡି ଦଳ କବଜା କରିବାରେ ସଫଳ ହୋଇପାରିଛି | ପଦ୍ମପୁର ବିଧାନସଭାରେ ପ୍ରଦୀପ ପୁରୋହିତ ୭୬୧୩୫ ଭୋଟ ଅଧିକାର କରିଥିବା ବେଳେ ବିଜେଡି ଦଳର ବିଜୟ ରଞ୍ଜନ ସିଂ ବରିହାଙ୍କୁ  ୮୨୪୯୦ ଭୋଟ ମିଳିଥିଲା ତେବେ  ଶ୍ରୀ ବରିହା ୬୩୫୫ ଖଣ୍ଡ ଅଧିକ ଭୋଟରେ ବିଜୟୀ ହୋଇ ପଦ୍ମପୁର ଆସନକୁ ନିଜ ଅକ୍ତିଆର ରେ ଆଣିଛନ୍ତି | 

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.