ETV Bharat / state

ଜେଲରେ ବିଚାରାଧୀନ କଏଦୀଙ୍କ ଆତ୍ମହତ୍ୟା, ହାତରେ ଲେଖିଲେ I Love You MANJU - ସ୍ତ୍ରୀକୁ ମନେପକାଇ ଥାନାରେ ସ୍ବାମୀର ଆତ୍ମହତ୍ୟା

ବରଗଡ଼ ଜିଲ୍ଲା ସୋହେଲା ଜେଲରେ ଜଣେ ବିଚାରାଧୀନ କଏଦୀ ଆତ୍ମହତ୍ୟା କରିଥିବା ଘଟଣା ଏବେ ସାମ୍ନାକୁ ଆସିଛି । ଅଧିକ ପଢନ୍ତୁ

ସ୍ତ୍ରୀକୁ ମନେପକାଇ ଥାନାରେ ସ୍ବାମୀର ଆତ୍ମହତ୍ୟା, ହାତରେ ଲେଖିଲେ  " I LOVE You MANJU "

author img

By

Published : May 10, 2022, 4:08 PM IST

ବରଗଡ: ବଧୂହତ୍ୟା ଅଭିଯୋଗରେ ଥାନାରେ ବିଚାରଧୀନ କଏଦୀ ଥିଲେ ସ୍ବାମୀ, ସ୍ତ୍ରୀକୁ ମନେ ପକାଇ ଶେଷରେ ହାତରେ " I LOVE You MANJU " ଲେଖି ଥାନାରେ କଲେ ଆତ୍ମହତ୍ୟା । ବରଗଡ଼ ଜିଲ୍ଲା ସୋହେଲା ଜେଲରେ ଜଣେ ବିଚାରାଧୀନ କଏଦୀ ଆତ୍ମହତ୍ୟା କରିଥିବା ଘଟଣା ଏବେ ସାମ୍ନାକୁ ଆସିଛି । କଏଦୀ ଜଣକ ପେଟୁପାଲି ଗ୍ରାମର ମନମୋହନ ରାଉତିଆ ।

ସ୍ତ୍ରୀକୁ ମନେପକାଇ ଥାନାରେ ସ୍ବାମୀର ଆତ୍ମହତ୍ୟା, ହାତରେ ଲେଖିଲେ " I LOVE You MANJU "

ସୂଚନାଅନୁଯାୟୀ ମନମୋହନଙ୍କ ସ୍ତ୍ରୀ ମଞ୍ଜୁ ରାଉତିଆ ଗତ 6 ତାରିଖରେ ଆତ୍ମହତ୍ୟା କରିଥିବାବେଳେ ମଞ୍ଜୁଙ୍କ ପରିବାର ଲୋକେ ଥାନାରେ ବଧୂହତ୍ୟା ଅଭିଯୋଗ ଆଣିଥିଲେ । ତେବେ ପୋଲିସ ମନମୋହନଙ୍କୁ ଗିରଫ କରିଥିବାବେଳେ ସୋହେଲା ଜେଲରେ ବିଚାରାଧୀନ କଏଦୀ ଭାବରେ ଥିଲେ । ଆଜି ମନମୋହନ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି ।

ଏନେଇ ପଦ୍ମପୁର ଏସଡିପିଓ ବିଭୂତି ଭୂଷଣ ଭୋଇ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ସୂଚନା ଦେଇଛନ୍ତି । ତେବେ କଏଦୀ ଜଣକ କାହିଁକି ଓ କିପରି ଜେଲ ଭିତରେ ଆତ୍ମହତ୍ୟା କଲେ ତାହା ଏବେ ଯାଏଁ ଅସ୍ପଷ୍ଟ ରହିଥିବାବେଳେ ସୋହେଲା ଜେଲରେ କିପରି ସୁରକ୍ଷା ବ୍ୟବସ୍ଥା ରହିଛି ତାହା ଏଠାରେ ପ୍ରଶ୍ନ ଉଠୁଛି ।

ଜେଲ ଭିତରେ ସିସି ଟିଭି କ୍ୟାମେରା, ବ୍ୟାପକ ଜେଲ କର୍ମଚାରୀ ନିୟୋଜିତ ରହିଛନ୍ତି । ତଥାପି ଜଣେ କଏଦୀ ଜେଲ ଭିତରେ ଆତ୍ମହତ୍ୟା କରୁଛି ଏବଂ ଜେଲ କର୍ମଚାରୀ ଖବର କିପରି ପାଇପାରୁନାହାନ୍ତି ତାହା ନିଶ୍ଚିତ ରୂପେ ଜେଲ କର୍ମଚାରୀଙ୍କ ଅବହେଳାକୁ ପ୍ରମାଣିତ କରୁଛି । ଅନ୍ୟପଟେ ମନମୋହନଙ୍କର ଏପରି ପଦକ୍ଷେପ ସମସ୍ତଙ୍କୁ ଦ୍ଵନ୍ଦରେ ପକାଇଦେଇଛି । ପ୍ରକୃତରେ ମନମୋହନ ନିର୍ଦ୍ଦୋଷ ଥିଲେ ନାଁ ସେ ପଶ୍ଚାତାପ କରି ଏପରି ପଦକ୍ଷେପ ନେଇଛନ୍ତି ତାହା ଏବେ ସବୁଠାରୁ ବଡପ୍ରଶ୍ନ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.