ETV Bharat / state

OPSC exams: ସଫଳତା ଆଣିଲେ ଦୃଷ୍ଟିହୀନ ଯୁବକ ପ୍ରାଚୁର୍ଯ୍ୟ - ଓଡିଶା ପ୍ରଶାସନିକ ସେବା ପରୀକ୍ଷା

ଓଡିଶା ପ୍ରଶାସନିକ ସେବା ପରୀକ୍ଷା ଫଳରେ ବରଗଡ଼ ଜିଲ୍ଲା ପଦ୍ମପୁରର ପ୍ରାଚୁର୍ଯ୍ୟ ପ୍ରଧାନଙ୍କ ସଫଳତା । ଶହେ ପ୍ରତିଶତ ଦୃଷ୍ଟି ବାଧିତ ହୋଇଥିଲେ ହେଁ ଏଭଳି ସଫଳତା ପାଇ ସମଗ୍ର ବରଗଡ଼ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ଅଧିକ ପଢନ୍ତୁ

ସଫଳତା ଆଣିଲେ ଦୃଷ୍ଟିହୀନ ଯୁବକ ପ୍ରାଚୁର୍ଯ୍ୟ
OPSC exams: ସଫଳତା ଆଣିଲେ ଦୃଷ୍ଟିହୀନ ଯୁବକ ପ୍ରାଚୁର୍ଯ୍ୟ
author img

By

Published : Oct 9, 2022, 7:43 PM IST

ବରଗଡ: ପ୍ରଶାସନିକ ସେବା ପରୀକ୍ଷା ଫଳରେ ବରଗଡ଼ ଜିଲ୍ଲା ପଦ୍ମପୁରର ପ୍ରାଚୁର୍ଯ୍ୟ ପ୍ରଧାନଙ୍କ ସଫଳତା । ଶହେ ପ୍ରତିଶତ ଦୃଷ୍ଟି ବାଧିତ ହୋଇଥିଲେ ହେଁ ଏଭଳି ସଫଳତା ପାଇ ଆଜି ସମଗ୍ର ବରଗଡ଼ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । କଥାରେ ଅଛି ଦୃଢ ଇଚ୍ଛାଶକ୍ତି ଥିଲେ ଦୁନିଆର କୌଣସି ବି ପ୍ରତିବନ୍ଧକ ହୋଇପାରିବ ନାହିଁ । ଏହି ସଫଳତା ହାସଲ କରିବାକୁ ପ୍ରାଚୁର୍ଯ୍ୟଙ୍କୁ ଭିନ୍ନ ଧରଣରେ ପ୍ରସ୍ତୁତି କରିବାକୁ ପଡ଼ିଥିଲା । ଓଏଏସ୍‌ ପରୀକ୍ଷା ପାଇଁ ସେ ଏକ ସ୍ବତନ୍ତ୍ର ସଫ୍ଟୱେୟାର ସହାୟତାରେ କମ୍ପ୍ୟୁଟର୍‌ରୁ ଶୁଣି ପ୍ରସ୍ତୁତି ଚଳାଇଥିଲେ । ଶତପ୍ରତିଶତ ଦୃଷ୍ଟିହୀନ ଥିଲେ ହେଁ କଠିନ ପରିଶ୍ରମ ଏବଂ ଏକାଗ୍ରତା ବଳରେ ସେ ଏକ ବିରଳ ଉଦାହରଣ ସୃଷ୍ଟି କରିଛନ୍ତି ।

ସଫଳତା ଆଣିଲେ ଦୃଷ୍ଟିହୀନ ଯୁବକ ପ୍ରାଚୁର୍ଯ୍ୟ

ପିଲାଟି ଦିନରୁ ଜନ୍ମାନ୍ଧ ହୋଇ ମଧ୍ୟ କେବେ ହାର ମାନି ନ ଥିବା ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ସତିଭଟା ଗ୍ରାମର ପ୍ରଧ୍ୟାପକ ରବିରଞ୍ଜନ ପ୍ରଧାନ ମାତା ଜୟନ୍ତୀ ପ୍ରଧାନଙ୍କ ପୁତ୍ର ପ୍ରାଚୁର୍ଯ୍ୟ କୁମାର ପ୍ରଧାନ । ଓଡ଼ିଶା ପ୍ରଶାସନୀକ ସେବା (ଓଏଏସ)୨୦୨୦ ରେ ୨୯୨ ରାଙ୍କରେ କୃତକାର୍ଯ୍ୟ ହୋଇ ପଦ୍ମପୁର ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ଆଣିବାରେ ସକ୍ଷମ ହୋଇପାରିଛନ୍ତି । ତାଙ୍କର ଶିକ୍ଷାଗତ ଯୋଗ୍ୟତା ଏମ.କମ ଥିବାବେଳେ ସେ ବର୍ତ୍ତମାନ ରେଭେନ୍ସା କଲେଜରେ ପି.ଏଚ.ଡି କରୁଛନ୍ତି । ତାହା ସହିତ ସେ ପ୍ରଶାସନିକ ସେବା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ ।

ପ୍ରାଚୁର୍ଯ୍ୟ ପ୍ରଧାନ ଭୀମ ଭୋଇ ଅନ୍ଧ ବିଦ୍ୟାଳୟରୁ ଶିକ୍ଷକତା ଆରମ୍ଭ କରିଥିଲେ । ବାପା ରବିରଞ୍ଜନ ବର୍ତ୍ତମାନ ନୂଆପଡ଼ା ଜିଲ୍ଲା ବୋଡ଼େନ କଲେଜରେ ଓଡ଼ିଆ ଅଧ୍ୟାପକ ଭାବେ କାର୍ଯ୍ୟରତ । ୨୦୧୮ ମସିହାରେ ପ୍ରାଚୁର୍ଯ୍ୟ ଇଣ୍ଡୋନେସିଆରେ ଅନୁଷ୍ଠିତ ହୋଇଥିବା ଏସିଆନ୍ ପାରାଗେମ ରେ କୃତିତ୍ବ ହାସଲ କରି ରୈାପ୍ୟ ପଦକ ହାସଲ କରିବାରେ ସକ୍ଷମ ହୋଇ ଭାରତ ତଥା ଓଡ଼ିଶା ରାଜ୍ୟ ପାଇଁ ଗୌରବ ଆଣିଥିଲେ ।

ସେ ସମୟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ସେ ସମ୍ମାନୀତ ହୋଇଥିଲେ । ଗୀତ ଗାଇବା, ପାଠ୍ୟ ପୁସ୍ତକ ଅଧ୍ୟୟନ ସହ ବିଭିନ୍ନ ମାଗାଜିନ ପଢ଼ିବା, ଚେସ୍‌ ଖେଳିବା ଆଦି ଉପରେ ରହିଛି ତାଙ୍କର ଋଚୀ । ପିଲା ମାନଙ୍କୁ ଚେସ ଖେଳ ଶିଖାଇବା ମଧ୍ୟ ତାଙ୍କର ସଉକ । ଚେସ ଖେଳ ସମ୍ପର୍କରେ ସେ ବର୍ତ୍ତମାନ ଗବେଷଣାରତ । ପ୍ରଶାସନିକ ସେବାରେ ଯୋଗଦାନ କଲା ପରେ ଅସହାୟ ବିକଳାଙ୍ଗମାନଙ୍କ ପାଇଁ ଆସୁଥିବା ସମସ୍ତ ସରକାରୀ ସୁବିଧା ଠିକ ଭାବେ କିଭଳି ସେମାନଙ୍କ ପାଖରେ ପହଞ୍ଚି ପାରିବ ସେ ନେଇ ସେ ଉଦ୍ୟମ କରିବା ସହ ଜନସାଧାରଣଙ୍କ ସେବାରେ ସବୁବେଳେ କର୍ତ୍ତବ୍ୟ କରି ଚାଲିବେ ବୋଲି ଜଣାଇଛନ୍ତି ।

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.