ETV Bharat / state

ଲକଡାଉନ ପରେ ମୌସୁମୀ ବର୍ଷା, ଛଡାଇନେଲା ମାଟି କାରିଗରର ଜୀବିକା

author img

By

Published : Jul 2, 2020, 11:02 PM IST

ଲକଡାଉନ ଶେଷ ହେଉ ହେଉ ମାଡିଆସିଲା ମୌସୁମୀ ବର୍ଷା । ମଉଳିଗଲା ଶେଷ ଆଶା । କୁମ୍ଭାର ଘରେ ପଡିରହିଛି ମାଠିଆ । ଅଧିକ ପଢନ୍ତୁ...

ଲକଡାଉନ ପରେ ମୌସୁମୀ ବର୍ଷା, ଛଡାଇନେଲା ମାଟି କାରିଗରର ଜୀବିକା
ଲକଡାଉନ ପରେ ମୌସୁମୀ ବର୍ଷା, ଛଡାଇନେଲା ମାଟି କାରିଗରର ଜୀବିକା

ବରଗଡ: କୁମ୍ଭାର କାରିଗରଙ୍କୁ କାଳ ସାଜିଲା କୋରୋନା । ବେପାରରେ ବାଧା ଦେଲା ଲକଡାଉନ । ଯେଉଁ ସମୟରେ ପ୍ରଚୁର ପରିମାଣରେ ମାଠିଆ ବିକ୍ରି ହୁଏ, ସେହି ସମୟରେ ମାନ୍ଦା ପଡିଲା ବ୍ୟବସାୟ । ସମସ୍ତ ଦୋକାନ ବଜାର ବନ୍ଦ । ନା ବିକ୍ରି ହେଲା ମାଟି ସାମଗ୍ରୀ ନା ଚାଲିଲା ମାଠିଆ ବ୍ୟବସାୟ ।

ସେପଟେ ଲକଡାଉନ ଶେଷ ହେଉ ହେଉ ମାଡିଆସିଲା ମୌସୁମୀ ବର୍ଷା । ମଉଳିଗଲା ଶେଷ ଆଶା । କୁମ୍ଭାର ଘରେ ପଡିରହିଛି ମାଠିଆ । ପୂର୍ବରୁ ଗ୍ରୀଷ୍ମ ଋତୁରେ ଗୋଟିଏ ପରିବାରର ବିକ୍ରି ହୋଇଥାଏ ୫୦୦ରୁ ୬୦୦ ମାଠିଆ । ଏବର୍ଷ କଷ୍ଟେମଷ୍ଟେ ବିକିଛନ୍ତି ୨୦ଟି ମାଠିଆ । ଏହା ହେଉଛି ବରଗଡ ଜିଲ୍ଲାରେ ମାଠିଆ ଗଢୁଥିବା କୁମ୍ଭାର କାରିଗରଙ୍କ କାହାଣୀ ।

ଆଧୁନିକ ଯୁଗରେ କୌଳିକ ବୃତ୍ତି ବଞ୍ଚାଇ ରଖିଛନ୍ତି କୁମ୍ଭାର କାରିଗର । ଜିଲ୍ଲାରେ 2000ରୁ ଅଧିକ କାରିଗର ଅଛନ୍ତି । କିଛି ଅନ୍ୟ ବୃତ୍ତି ଆପଣାଇଥିବାବେଳେ ଆଉ କିଛି ଏବେ ବି ଜାରି ରଖିଛନ୍ତି ମାଟି କାମ । କିନ୍ତୁ ଲକଡାଉନ ଚଳିତ ବର୍ଷ ଏହି ବୃତ୍ତି ଉପରେ ପକାଇଛି ଗଭୀର ପ୍ରଭାବ । ଲକଡାଉନ ଯୋଗୁଁ ବନ୍ଦ ରହିଛି ବିବାହ ବ୍ରତଘର । ମନ୍ଦିର ପୂଜାପର୍ବ ମଧ୍ୟ ବାତିଲ । ବିକ୍ରି ହେଉନି ମାଟି ସାମଗ୍ରୀ । ଆଉ ଥମିଯାଇଛି କାରିଗରଙ୍କ ହାତ । ଘାରିଛି ପରିବାର ପ୍ରତିପୋଷଣ ଚିନ୍ତା ।

ବର୍ଷ ବର୍ଷ ଧରି ଜମୁଥିବା ମାଠିଆ କାରବାର ଏବର୍ଷ କ୍ଷତି ସହିଛି । ଅସହାୟ ହୋଇପଡିଥିବା କୁମ୍ଭାର ପରିବାର ରାଜ୍ୟ ସରକାରଙ୍କ ସହାୟତା ପାଇଁ ଦାବି କରିଛନ୍ତି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.