ETV Bharat / state

ବିଜେପୁର ଉପନିର୍ବାଚନରେ ଭୋଟ ବର୍ଜନ କରିବେ ପତ୍ରାପାଳି ଗ୍ରାମବାସୀ - poll boycut

ଗାଇସିଲେଟ ବ୍ଲକ ଚାଣ୍ଟିପାଳି ପଞ୍ଚାୟତ ପତ୍ରାପାଳି ଗ୍ରାମର ବାସିନ୍ଦା ବିଜେପୁର ଉପନିର୍ବାଚନରେ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ବିଜେପୁର ଉପନିର୍ବାଚନରେ ଭୋଟ ବର୍ଜନ କରିବେ ପତ୍ରାପାଳି ଗ୍ରାମବାସୀ
author img

By

Published : Oct 15, 2019, 2:30 AM IST

ବରଗଡ: ବିଜେପୁର ଉପନିର୍ବାଚନ ଆସନ୍ତା 21ରେ ହେବାକୁ ଥିବାବେଳେ ଭୋଟ ବର୍ଜନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି ଗାଇସିଲେଟ ବ୍ଲକ ଚାଣ୍ଟିପାଳି ପଞ୍ଚାୟତ ପତ୍ରାପାଳି ଗ୍ରାମର ବାସିନ୍ଦା । ନେତାଙ୍କ ବାରମ୍ବାର ମିଥ୍ୟା ପ୍ରତିଶ୍ରୁତି କାରଣରୁ ବାଧ୍ୟହୋଇ ଭୋଟ ବର୍ଜନ କରିବାର ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ଗ୍ରାମବାସୀ ।

ବିଜେପୁର ନିର୍ବାଚନ ମଣ୍ଡଳୀର ଚାଣ୍ଟିପାଳି ଗ୍ରାମପଞ୍ଚାୟତ ଅନ୍ତର୍ଗତ ପତ୍ରାପାଳି ଗ୍ରାମକୁ ରାସ୍ତାନିର୍ମାଣ ପାଇଁ ଗ୍ରାମବାସୀଙ୍କ ବହୁଦିନର ଦାବି ପୂରଣ ନହେବାରୁ ଚଳିତ ବିଜେପୁର ଉପନିର୍ବାଚନରେ ଭୋଟ ବର୍ଜନ କରିବାର ନିଷ୍ପତ୍ତି ନେଇଛନ୍ତି ଗ୍ରାମବାସୀ ଏନେଇ ସୋମବାର ବରଗଡ଼ ଜିଲ୍ଲାପାଳ ଓ ନିର୍ବାଚନ ଅଧିକାରୀଙ୍କ ପାଖରେ ଦାବିପତ୍ର ପ୍ରଦାନ କରାଯାଇଛି ।

ବିଜେପୁର ଉପନିର୍ବାଚନରେ ଭୋଟ ବର୍ଜନ କରିବେ ପତ୍ରାପାଳି ଗ୍ରାମବାସୀ

ଦୀର୍ଘ 100 ବର୍ଷ ହେଲା ପତ୍ରାପାଲି ଗ୍ରାମର ରାସ୍ତା ଗୁଡିକ ଶୋଚନୀୟ ହୋଇପଡିଥିବା ବେଳେ ଗ୍ରାମବାସୀଙ୍କ ଅଭିଯୋଗ ସତ୍ତ୍ବେ ଏଠାରେ ରାସ୍ତା ନିର୍ମାଣ କରାଯାଉନାହିଁ । ବିଗତ ଦୁଇ ବର୍ଷ ମଧ୍ୟରେ ତିନୋଟି ନିର୍ବାଚନ ବିଜେପୁରରେ ହେଉଥିଲେ ମଧ୍ୟ ନେତାମନ୍ତ୍ରୀ ମାନେ କେବଳ ମିଥ୍ୟ ପ୍ରତିଶ୍ରୁତି ଦେଇ ଭୁଲିଯାଉଛନ୍ତି । ଯାହାକୁ ନେଇ ଚଳିତ ନିର୍ବାଚନରେ ଭୋଟ ବର୍ଜନ କରିବାର ନିଷ୍ପତ୍ତି ନିଆଯାଇଥିବା ଗ୍ରାମବାସୀ କହିଛନ୍ତି ।

ଏଠାରେ ସୂଚନାଯୋଗ୍ୟ, ଗାଁରେ 382 ଜଣ ଭୋଟର ଥିବାବେଳେ ସମସ୍ତେ ସାମୂହିକ ଭୋଟ ବର୍ଜନ କରିବେ ବୋଲି ସ୍ଥିର କରିଛନ୍ତି ଗ୍ରାମବାସୀ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:ବିଜେପୁର ଉପନିର୍ବାଚନ ଆସନ୍ତା ୨୧ ରେ ହେବାକୁ ଥିବା ବେଳେ ଭୋଟ ବର୍ଜନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି ଗାଇସିଲେଟ ବ୍ଲକ ଚାଣ୍ଟିପାଳି ପଞ୍ଚାୟତ ପତ୍ରାପାଳି ଗ୍ରାମର ବାସିନ୍ଦା । ନେତାଙ୍କ ବାରମ୍ବାର ମିଥ୍ୟା ପ୍ରତିଶ୍ରୁତି କାରଣରୁ ବାଧ୍ୟହୋଇ ଭୋଟ ବର୍ଜନକରିବାର ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ଗ୍ରାମବାସୀ ।

Body:ବିଜେପୁର ନିର୍ବାଚନ ମଣ୍ଡଳୀର ଚାଣ୍ଟିପାଳି ଗ୍ରାମପଞ୍ଚାୟତ ଅନ୍ତର୍ଗତ ପତ୍ରାପାଳି ଗ୍ରାମକୁ ରାସ୍ତାନିର୍ମାଣ ପାଇଁ ଗ୍ରାମବାସୀଙ୍କ ବହୁଦିନର ଦାବୀ ପୂରଣ ନହେବାରୁ ଚଳିତ ବିଜେପୁର ଉପନିର୍ବାଚନରେ ଭୋଟ ବର୍ଜନ କରିବାର ନିଷ୍ପତ୍ତି ନେଇଛନ୍ତି ଗ୍ରାମବାସୀ ଏବଂ ଆଜି ବରଗଡ଼ ଜିଲ୍ଲାପାଳ ଓ ନିର୍ବାଚନ ଅଧିକାରୀଙ୍କ ଠାରେ ଦାବିପତ୍ର ପ୍ରଦାନ କରାଯାଇଛି ।

ଦୀର୍ଘ ୧୦୦ ବର୍ଷ ହେଲା ପତ୍ରାପାଲି ଗ୍ରାମର ରାସ୍ତା ଗୁଡିକ ଶୋଚନୀୟ ହୋଇପଡିଥିବା ବେଳେ ଗ୍ରାମବାସୀଙ୍କ ଯେତେ ଅଭିଯୋଗ ସତ୍ବେ ଏଠାରେ ରାସ୍ତା ନିର୍ମାଣ କରାଯାଉନାହିଁ । ବିଗତ ଦୁଇ ବର୍ଷ ମଧ୍ୟରେ ତିନୋଟି ନିର୍ବାଚନ ବିଜେପୁର ରେ ହେଉଥିଲେ ମଧ୍ୟ ନେତାମନ୍ତ୍ରୀ ମାନେ କେବଳ ମିଥ୍ୟ ପ୍ରତିଶ୍ରୁତି ଦେଇ ଭୁଲିଯାଉଛନ୍ତି ଏବଂ କୌଣସି କାମ ଏହି ଅଞ୍ଚଳରେ ହେଉନାହିଁ ତେଣୁକରି ଚଳିତ ନିର୍ବାଚନ ରେ ଭୋଟ ବର୍ଜନ କରିବାର ନିଷ୍ପତ୍ତି ନିଆଯାଇଥିବା ଗ୍ରାମବାସୀ କହିଛନ୍ତି । ଗାଁରେ ୩୮୨ ଜଣ ଭୋଟର ଥିବା ବେଲେ ସମସ୍ତେ ସାମୁହିକ ଭୋଟ ବର୍ଜନ କରିବେ ବୋଲି ସ୍ଥିର କରିଛନ୍ତି ଗ୍ରାମବାସୀ ।
ବାଇଟ ୧ -ବେଣୁଧର ସାବତ ( ଗ୍ରାମବାସୀ)
ବାଇଟ ୨- ମିତ୍ରଭାନୁ ସାହୁ ( ଗ୍ରାମବାସୀ)

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.