ETV Bharat / state

ସମ୍ପତ୍ତି ପାଇଁ ପୁତୁରା ବଂଶ ବୁଡାଇଥିଲା କକା, ହତ୍ୟାରେ ସାହାଯ୍ୟ କରିଥିଲେ ପୁଅ ଓ ପତ୍ନୀ - ଭଟଲି ଥାନା ଅନ୍ତର୍ଗତ ଝିକିଝିକି ଗ୍ରାମରେ ବର୍ବର ଗଣହତ୍ୟା

ଭଟଲି ଥାନା ଅନ୍ତର୍ଗତ ଝିକିଝିକି ଗ୍ରାମରେ ହୋଇଥିବା ବର୍ବର ଗଣହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ପୁତୁରା ସହିତ ପରିବାରର ସମସ୍ତ ଚାରି ଜଣଙ୍କୁ ନିଜେ ହତ୍ୟା କରିଥିଲା କକା । ଅଧିକ ପଢନ୍ତୁ

3 ଜଣଙ୍କୁ ଗିରଫ କଲା ପୋଲିସ
3 ଜଣଙ୍କୁ ଗିରଫ କଲା ପୋଲିସ
author img

By

Published : May 25, 2023, 8:01 AM IST

ବର୍ବର ଗଣହତ୍ୟା ଘଟଣାର ପରଦା ଫାସ କରିଛି ପୋଲିସ

ବରଗଡ଼: ଭଟଲି ଥାନା ଅନ୍ତର୍ଗତ ଝିକିଝିକି ଗ୍ରାମରେ ହୋଇଥିବା ବର୍ବର ଗଣହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ସମ୍ପତ୍ତି ପାଇଁ ଶତୃ ସାଜିଲା ପୁତୁରା ସହିତ ପରିବାରର ସମସ୍ତ ଚାରି ଜଣଙ୍କୁ ନିଜେ ହତ୍ୟା କରିଥିଲା କକା । ଲୋଭରେ ଭୁଲିଗଲା ସମ୍ପର୍କ । ଏହି ବର୍ବର ହତ୍ୟାକାଣ୍ଡ ଘଟଣାରେ ପୋଲିସ ଅଭିଯୁକ୍ତ ଶିବର ପତ୍ନୀ ଓ ପୁଅକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଶିବଙ୍କୁ ହତ୍ୟା ସାହାଯ୍ୟ କରିଥିଲେ ପୁଅ ଓ ସ୍ତ୍ରୀ ।

ସୂଚନା ଅନୁଯାୟୀ, ମେ’ ୨୨ତାରିଖରେ ଭଟଲି ଥାନା ଅନ୍ତର୍ଗତ ଝିକଝିକି ଗ୍ରାମର ଶିବ ବାଗ ନାମକ ଜଣେ ବ୍ୟକ୍ତି ତାଙ୍କ ପୁତୁରା ଗୁରୁଦେବ ବାଗଙ୍କ ପରିବାରର ଚାରି ଜଣଙ୍କୁ ହତ୍ୟା କରିଥିଲେ । ଏହାପରେ ହତ୍ୟା କରିଥିବା ନେଇ ଗ୍ରାମବାସୀଙ୍କୁ ଜଣାଇଥିଲେ । ତେବେ ଗ୍ରାମବାସୀ ଏହି ଘଟଣା ବିଷୟରେ ଭଟଲି ପୋଲିସକୁ ଖବର ଦେବାପରେ ପୋଲିସ ଘଟଣା ସ୍ଥଳକୁ ପହଞ୍ଚି ହତ୍ୟାକାରୀ ଶିବବାଗକୁ ଗିରଫ କରିବା କରିଥିଲା । ଏହାସହ ବନ୍ଦ ଘରୁ 4 ଗୋଟି ରକ୍ତାକ୍ତ ମୃତଦେହକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଦେଇଥିଲା ।

ଏହା ମଧ୍ୟ ପଢନ୍ତୁ: ବରଗଡ଼ରେ ବୀଭତ୍ସ କାଣ୍ଡ, ଗୋଟିଏ ପରିବାରର 4 ଜଣଙ୍କୁ ହତ୍ୟା

ପୋଲିସର ସୂଚନାନୁଯାୟୀ, ଏପରି ଜଘନ୍ୟକାଣ୍ଡ ଘଟାଇବା ଜଣେ ବ୍ୟକ୍ତିର କାର୍ଯ୍ୟ ନୁହେଁ ବରଂ ଏହି ଘଟଣାରେ ଆଉ କିଏ ସମ୍ପୃକ୍ତ ଥିବା ନେଇ ପୋଲିସ ସନ୍ଦେହ କରିଥିଲା । ତଦନ୍ତ ସମୟରେ ଶିବ ବାଗକୁ ଜେରା କରାଯିବାରୁ ସେ ସବୁ ସତ୍ୟ ଘଟଣା ବଖାଣିଥିଲା । ଶିବ ବାଗ ତାଙ୍କ ପୁଅ ନକୁଳ ଓ ତାଙ୍କ ସ୍ତ୍ରୀ ପାର୍ବତୀ ଘରେ ହତ୍ୟାର ଯୋଜନା କରିଥିଲେ । 22 ତାରିଖ ସକାଳ 11ଟା ସମୟରେ ପ୍ରଥମେ ଶିବ ବାଗ ଏବଂ ତାଙ୍କ ପୁଅ ନକୁଳ ପୁତୁରା ବୋହୁ ଏବଂ 10 ବର୍ଷର କୁନି ଝିଅ ଶ୍ରାବଣୀ ହତ୍ୟା କରିଥିଲେ । ପରେ ତାଙ୍କ 15 ବର୍ଷୀୟ ପୁଅ ଚୁଡାମଣି ବାଗକୁ ମଧ୍ୟ ଉଭୟ ବାପ ପୁଅ ଶାବଳରେ ଆକ୍ରମଣ କରି ହତ୍ୟା କରିଥିଲେ । ଏପରି ଜଘନ୍ୟକାଣ୍ଡ ଘଟାଇବା ପରେ ଶିବଙ୍କ ସ୍ତ୍ରୀ ପାର୍ବତୀ କପଡ଼ାରେ ରକ୍ତ ସଫାକରି ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିଥିଲେ ।

ଏହିପରି ତିନି ମା ଛୁଆଙ୍କୁ ହତ୍ୟା କଲା ପରେ ଉଭୟ ବାପ ପୁଅ ଶିବ ଓ ନକୁଳ ଶେଷରେ ପୁତୁରା ଗୁରୁଦେବ ବାଗଙ୍କ ବାଟକୁ ଅପେକ୍ଷା କରି ରହିଥିଲେ ହତ୍ୟା କରିବାକୁ । ପୁତୁରା ଗୁରୁଦେବ ବାଗ ଗାଧୋଇ କରି ଘରକୁ ଫେରିଥିବା ବେଳେ ଘରେ କାହାକୁ ନପାଇ ତାଙ୍କ ସ୍ତ୍ରୀଙ୍କୁ ଡ଼ାକିଥିଲେ । ମାତ୍ର ଏତିକି ବେଳେ ବର୍ବର ହତ୍ୟାକାଣ୍ଡ ଘଟାଇ ସାରିଥିବା ଉଭୟ ବାପ ଓ ପୁଅ ପୁଣି ଏକାଠି ଗୁରୁଦେବକୁ ଆକ୍ରମଣ କରି ହତ୍ୟା କରିଦେଇଥିଲେ । ତେବେ ହତ୍ୟା କରିବା ପରେ ପୋଲିସ ପାଖରେ ଆତ୍ମସମର୍ପଣ କରିଥିଲା ଶିବ । ମାତ୍ର ତଦନ୍ତ ପରେ ଘଟଣାରେ ଶିବଙ୍କ ପତ୍ନୀ ଓ ପୁଅ ସମ୍ପୃକ୍ତ ଥିବା ପୋଲିସ ସୂଚନା ଦେଇଛି । ତେବେ ଏହି ଘଟଣାରେ ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି ଗତକାଲି(ବୁଧବାର) କୋର୍ଟକୁ ଚାଲାଣ କରିଛି ।

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.