ETV Bharat / state

ପୋଲିସ ସହଯୋଗରେ ଜୁଆଖେଳ ଅଭିଯୋଗ, ଚିନ୍ତାରେ ଗ୍ରାମବାସୀ - ବରଗଡ଼ ପଦ୍ମପୁର ଉପଖଣ୍ଡର ଜଗଦଲପୁର

ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡର ଜଗଦଲପୁର ଠାରେ ଖୁଲମଖୁଲା ଜୁଆଖେଳକୁ ବନ୍ଦ କରିବାକୁ ବାରମ୍ବାର ପୋଲିସ ନିକଟରେ ଅଭିଯୋଗ କରୁଛନ୍ତି ଗ୍ରାମବାସୀ । ହେଲେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ପୋଲିସ ସହଯୋଗରେ ଚାଲିଛି ଜୁଆଖେଳ
author img

By

Published : Oct 4, 2019, 10:25 PM IST

ବରଗଡ: ପୋଲିସ ଉପରୁ ତୁଟିଯାଇଛି ଜିଲ୍ଲାବାସୀଙ୍କ ଭରସା । ଜୁଆଖେଳ ବନ୍ଦ କରିବା ପାଇଁ ଯେତେ ଅଭିଯୋଗ କଲେ ମଧ୍ୟ ନୀରବ ରହିଛି ପୋଲିସ । ଓଲଟା ଗ୍ରାମବାସୀଙ୍କ ଅଭିଯୋଗ ପରେ ଖୁଲମଖୁଲା ଚାଲିଛି ଜୁଆ ଓ ଘୁଡୁଘୁଡୁ ଖେଳ । ଏପରି ଘଟଣା ଘଟିଛି ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡର ଜଗଦଲପୁର ଠାରେ ।

ପୋଲିସ ସହଯୋଗରେ ଚାଲିଛି ଜୁଆଖେଳ

ବାରମ୍ବାର ଜୁଆ ଓ ଘୁଡୁଘୁଡୁ ଖେଳ ଚାଲୁଥିବାରୁ ଜଗଦଲପୁର ଥାନା ଅନ୍ତର୍ଗତ ପୁଟୁକା ଗ୍ରାମରେ ବହୁ ଗଣ୍ଡଗୋଳ ଘଟି ଆସୁଛି । ଗ୍ରାମରେ ଅପ୍ରୀତିକର ପରିବେଶ ସୃଷ୍ଟି ହେଉଥିବାରୁ ଗ୍ରାମବାସୀ ଜଗଦଲପୁର ଥାନାରେ ଯେତେ ଅଭିଯୋଗ କଲେ ମଧ୍ୟ ଜୁଆଖେଳ ବନ୍ଦ ହେଉନାହିଁ । ଏନେଇ ଗ୍ରାମବାସୀ ପଦ୍ମପୁର ଏସଡିପିଓ ପ୍ରଦୀପ ସାହୁଙ୍କୁ ଜଣାଇବା ପରେ ମଧ୍ୟ କୌଣସି ପ୍ରଭାବ ପଡ଼ୁନାହିଁ । ଜୁଆଖେଳ ଚାଲିଥିବା ସମୟରେ ଲୋକେ ପୋଲିସକୁ ଜଣାଇଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ।

ସୂଚନାନୁଯାୟୀ, ଜଣେ ସରପଞ୍ଚଙ୍କ ସ୍ବାମୀ ଓ ବୈତାଲଭଟ୍ଟା ଗ୍ରାମର ବିକ୍ରମ ନାମକ ଅନ୍ୟଜଣେ ମିଶି ଜଗଦଲପୁର ପୋଲିସର ସହାୟତାରେ ଏହି ଜୁଆଖେଳ ଚଳାଉଛନ୍ତି । ଫଳରେ ଯେତେ ଅଭିଯୋଗ କଲେ ମଧ୍ୟ ଜୁଆଖେଳକୁ ବନ୍ଦ କରାଯାଉନଥିବା ଅଭିଯୋଗ ହେଉଛି । ତେବେ ଏନେଇ ସ୍ଥାନୀୟ ବାସିନ୍ଦା ବରଗଡ ଏସପି ପଦ୍ମିନୀ ସାହୁଙ୍କୁ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି | ଦେଖିବାକୁ ବାକି ରହିଲା କେବେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଉଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:ପୋଲିସ ଉପରୁ ତୁଟିଯାଇଛି ଲୋକଙ୍କ ଭରୋସା । ଜୁଆଖେଳ କୁ ବନ୍ଦ କରିବା ପାଇଁ ଯେତେ ଅଭିଯୋଗ କଲେ ମଧ୍ୟ ନୀରବ ରହିଛି ପୋଲିସ ଓଲଟା ଗ୍ରାମବାସୀଙ୍କ ଅଭିଯୋଗ ପରେ ଖୁଲ୍ଲମ ଖୁଲ୍ଲା ଚାଲିଲା ଜୁଆ ଓ ଘୁଡୁଘୁଡୁ ଖେଳ । ଏପରି ଘଟଣା ଘଟିଛି ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡର ଜଗଦଲପୁର ଠାରେ ।
Body:ବାରମ୍ବାର ଜୁଆ ଓ ଘୁଡୁଘୁଡୁ ଖେଳ ଚାଲୁଥିବାରୁ ଜଗଦଲପୁର ଥାନା ଅନ୍ତର୍ଗତ ପୁଟୁକା ଗ୍ରାମରେ ବହୁ ଗଣ୍ଡଗୋଳ ଘଟି ଅସାଧୁ ଲୋକଙ୍କ ସମାଗମରେ ଗ୍ରାମରେ ଅପ୍ରୀତିକର ପରିବେଶ ସୃଷ୍ଟି ହେଉଥିବାରୁ ଗ୍ରାମବାସୀ ଜଗଦଲପୁର ଥାନାରେ ଯେତେ ଅଭିଯୋଗ କଲେ ମଧ୍ୟ ବନ୍ଦ ହେଲାନାହିଁ ଜୁଆଖେଳ । ତେବେ ଗ୍ରାମବାସୀ ପଦ୍ମପୁର SDPO ପ୍ରଦୀପ ସାହୁଙ୍କୁ ଜଣାଇବା ପରେ ମଧ୍ୟ କୌଣସି ପ୍ରଭାବ ପଡ଼ୁନାହିଁ । ଜୁଆଖେଳ ଚାଲିଥିବା ସମୟରେ ଲୋକେ ପୋଲିସକୁ ଜଣାଇଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ । ଓଲଟା ପୁଟୁକା ଗ୍ରାମରେ ଦିନବେଳା ଖୁଲ୍ଲମ ଖୁଲ୍ଲା ଆରମ୍ଭ ହେଲାଣି ଘୁଡୁଘୁଡୁ ପଟି ଖେଳ ।
ତେବେ ଜଣେ ସରପଞ୍ଚଙ୍କ ସ୍ୱାମୀ ଓ ବୈତାଲଭଟ୍ଟା ଗ୍ରାମର ବିକ୍ରମ ନାମକ ଅନ୍ୟଜଣେ ମିଶି ଜଗଦଲପୁର ପୋଲିସର ସହାୟତାରେ ଏହି ଜୁଆଖେଳ ଚଳାଉଥିବା ରୁ ଯେତେ ଅଭିଯୋଗ କଲେ ମଧ୍ୟ ଜୁଆଖେଳକୁ ବନ୍ଦ କରାଯାଉନଥିବା ଅଭିଯୋଗ ହେଊଛି । ତେବେ ଏନେଇ ସ୍ଥାନୀୟ ବାସିନ୍ଦା ବରଗଡ ଏସପି ପଦ୍ମିନୀ ସାହୁଙ୍କୁ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି |

ବାଇଟ ୧ - ତନ୍ମୟ ବାଗ ( ଗ୍ରାମବାସୀ )
Ready to AirConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.