ବରଗଡ: ଦଳିତ ମହିଳାଙ୍କ ପ୍ରତି ଅସଦାଚରଣ ଓ ମାଡମରା ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ ଏତଲା ନରଖିବା ଘଟଣା । ଏସପିଙ୍କ ଅଫିସ ଆଗରେ ଧାରଣାରେ ବସିଲା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ।
ଅଭିଯୁକ୍ତଙ୍କ ବିରୋଧରେ ଏତଲା ନରଖି ଓଲଟା ଦଳିତ ମହିଳାଙ୍କୁ ଓଲଟା ଅପମାନ ଦେଇ ଥାନା ତଡିଥିବା ଅଭିଯୋଗ କରି ଏସପିଙ୍କ ଅଫିସ ଆଗରେ ଧାରଣା ଦେଲା ସଂଘ ।
ସୂଚନା ଅନୁସାରେ, ବରଗଡ ଜିଲ୍ଲା ଭଟଲି ଥାନା ଟୁକୁଲ୍ଲା ଗ୍ରାମରେ ମୃତଦେହ ପୋଡାଯିବା ଘଟଣାକୁ କେନ୍ଦ୍ରକରି ଗ୍ରାମରେ ସଭା ବସିଥିଲା । ଏହି ସମୟରେ କଥା କଟାକଟି ହେବାରୁ ଲିପନ ମିଶ୍ର ନାମକ ଜଣେ ବ୍ୟକ୍ତି ହଠାତ ଉତକ୍ଷିପ୍ତ ହୋଇ ଜଣେ ଦଳିତ ମହିଳାଙ୍କର ଶାଢୀ ଟାଣିବା ସହିତ ତାଙ୍କୁ ଦୁର୍ବ୍ୟବହାର କରି ଆକ୍ରମଣ କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା ।
ତେବେ ଅଭିଯୋଗକୁ ଭଟଲୀ ଥାନା ଅଧିକାରୀ ନରଖିବା ସହ ଓଲଟି ଗାଳିଗୁଲଜ ଦେଇ ବିଦା କରିଦେଇଥିବାର ଅଭିଯୋଗ ଆଣି ସଂଘ ଏସପିଙ୍କ ଦ୍ବାରସ୍ଥ ହୋଇଛି । ସେପଟେ ଏନେଇ ଏସପିଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ