ETV Bharat / state

ବରଗଡ ଜିଲ୍ଲା ହସ୍ପିଟାଲରେ ଖୋଲିଲା ପୋଲିସ ସହାୟତା କେନ୍ଦ୍ର - ପୋଲିସ ସହାୟତା କେନ୍ଦ୍ର

ବରଗଡ ଜିଲ୍ଲାର ସରକାରୀ ଡାକ୍ତରଖାନାରେ ଖୋଲିଲା  ପୋଲିସ ସହାୟତା କେନ୍ଦ୍ର । ‘ମୋ ସରକାର’ ଯୋଜନା ଅନୁଯାୟୀ ପୋଲିସ ପକ୍ଷରୁ ଏହି ସହାୟତା କେନ୍ଦ୍ର ଖୋଲାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ
author img

By

Published : Oct 28, 2019, 11:06 PM IST

ବରଗଡ: ଜିଲ୍ଲାର ସରକାରୀ ଡାକ୍ତରଖାନାରେ ଖୋଲିଲା ପୋଲିସ ସହାୟତା କେନ୍ଦ୍ର । ‘ମୋ ସରକାର’ ଯୋଜନା ଅନୁଯାୟୀ ପୋଲିସ ପକ୍ଷରୁ ଏହି ସହାୟତା କେନ୍ଦ୍ର ଖୋଲାଯାଇଛି । ରୋଗୀ, ଡାକ୍ତରଖାନାର କର୍ମଚାରୀ ଏବଂ ସର୍ବସାଧାରଣଙ୍କ ସେବା ଓ ସୁରକ୍ଷା ପାଇଁ ବରଗଡ ଏସପି ପଦ୍ମିନୀ ସାହୁଙ୍କ ଅଧ୍ୟକ୍ଷତାରେ ଏହାର ଶୁଭାରମ୍ଭ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ରାଜ୍ୟ ସରକାରଙ୍କ ‘ମୋ ସରକାର’ ଯୋଜନା ଅନୁଯାୟୀ ଡାକ୍ତରଖାନାରେ ତିନିଜଣ ପୋଲିସ କନେଷ୍ଟବଳ ଓ ଜଣେ ଇନଚାର୍ଜ ଅଫିସର ଦିନ ତମାମ ଉପସ୍ଥିତ ରହି ପୋଲିସ ସେବା ଯୋଗାଇବାର ବ୍ୟବସ୍ଥା କରାଯାଇଛି । ଡାକ୍ତରଖାନା ଗୁଡିକରେ ଦିନକୁ ଦିନ ବଢି ଚାଲିଥିବା ଦଲାଲଙ୍କ ଅସାମାଜିକ କାର୍ଯ୍ୟକଳାପ ଓ ଦୁର୍ବୃତ୍ତଙ୍କ ଅପରାଧକୁ ରୋକିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି ।

ତେବେ ଏହି ଅବସରରେ ବରଗଡ ଏସପି ପଦ୍ମିନୀ ସାହୁ ଡାକ୍ତରଖାନା ପରିଦର୍ଶନ କରିଥିଲେ । ରୋଗୀ, କାର୍ଯ୍ୟରତ କର୍ମଚାରୀ ତଥା ଏଡିଏମଓଙ୍କୁ ଡାକ୍ତରଖାନାର ସୁବିଧା ଅସୁବିଧା ବିଷୟରେ ପଚାରି ବୁଝିଥିଲେ ସେ । ଏହା ସହିତ ଆମ୍ବୁଲାନ୍ସର ଯିବା ଆସିବାରେ ଯେଭଳି କିଛି ବାଧା ନପୁଜେ ସେ ନେଇ ଡାକ୍ତରଖାନାକୁ ସଂଯୋଗ କରୁଥିବା ରାସ୍ତା ଗୁଡିକୁ ୱାନ ୱେ କରିବାର ନିଷ୍ପତ୍ତି ନେଇଛନ୍ତି ସେ । ସେହିପରି ବେଆଇନ ଭାବେ ରାସ୍ତା କଡରେ ମାଡିବସିଥିବା ଦୋକାନ ଗୁଡିକୁ ହଟାଯିବାର ନିର୍ଦେଶ ଦେଇଛନ୍ତି ପଦ୍ମିନୀ ସାହୁ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:ବରଗଡ ଜିଲ୍ଲା ସରକାରୀ ଡାକ୍ତରଖାନାରେ ମୋ ସରକାର ଯୋଜନା ଅନୁଯାୟୀ ଜିଲ୍ଲା ପୋଲିସ ପକ୍ଷରୁ ଏକ ସହାୟତା କେନ୍ଦ୍ର ଖୋଲାଯାଇଛି | ରୋଗୀ , ଆଟାନଣ୍ଡଣ୍ଟ , ଡାକ୍ତରଖାନାର କର୍ମଚାରୀ ଓ ସର୍ବସାଧାରଣଙ୍କ ସେବା ଓ ସୁରକ୍ଷା ପାଇଁ ବରଗଡ ଏସ୍ ପି ପଦ୍ମିନୀ ସାହୁ ଙ୍କ ଅଧ୍ଯକ୍ଷତାରେ ଏହି ସହାୟତା କେନ୍ଦ୍ର ଖୋଲାଯାଇଛି |
Body:ବରଗଡ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ୨୪ ଘଣ୍ଟିଆ ପୋଲିସ ସହାୟତା କେନ୍ଦ୍ର ଖୋଲାଯାଇଛି | ରାଜ୍ୟ ସରକାରଙ୍କ ମୋ ସରକାର ଯୋଜନା ଅନୁଯାୟୀ ଡାକ୍ତରଖାନାରେ ତିନିଜଣ ପୋଲିସ କନଷ୍ଟବଳ ଓ ଜଣେ ଇନଚାର୍ଜ ଅଫିସର ଦିନ ତମାମ ଉପସ୍ଥିତ ରହି ପୋଲିସ ସେବା ଯୋଗାଇବାର ବ୍ୟବସ୍ଥା କରାଯାଇଛି |
ଡାକ୍ତରଖାନା ମାନଙ୍କରେ ଦିନକୁ ଦିନ ବଢି ଚାଲିଥିବା ଦଲାଲ ମାନଙ୍କର ଅସାମାଜିକ କାର୍ଜ୍ୟାକଳାପ ଓ ଦୁର୍ବୁତ୍ତ ମାନଙ୍କର ଅପରାଧକୁ ରୋକିବା ପାଇଁ ପୋଲିସ ସହାୟକ ହେବ | ତେବେ ବରଗଡ ଏସ ପି ପଦ୍ମିନୀ ସାହୁ ବରଗଡ ଡାକ୍ତରଖାନା ପରିଦର୍ଶନ କରିଥିଲେ ଏବଂ ରୋଗୀ , ଆଟାନଣ୍ଡଣ୍ଟ, କାର୍ଯ୍ୟରତ କର୍ମଚାରୀ ତଥା ଏଡିଏମଓ ଙ୍କୁ ଡାକ୍ତରଖାନାର ସୁବିଧା ଅସୁବିଧା ବିଷୟରେ ପଚାରି ବୁଝିଥିଲେ | ଡାକ୍ତରଖାନାର ସମସ୍ତ ୱାର୍ଡ଼ କୁ ଯାଇ ରୋଗୀଙ୍କୁ ଦଲାଲ ମାନଙ୍କ ପ୍ରବେଶ ବିଷୟରେ ପଚାରି ବୁଝିବା ସହିତ ସେ ରକ୍ତ ଭଣ୍ଡାର ଗୃହକୁ ମଧ୍ୟ ଯାଇ ସମୀକ୍ଷା କରିଥିଲେ | ତେବେ ଡାକ୍ତରଖାନାକୁ ଏମ୍ବୁଲେନ୍ସ ଗୁଡିକ ଜୀବ ଆସିବା ରେ ଅସୁବିଧା ହେଉଥିବା ଅଭିଯୋଗ ଆସିବା ପରେ ଡାକ୍ତରଖାନା କୁ ସଂଯୋଗ କରୁଥିବା ରାସ୍ତା ଗୁଡିକୁ ୱାନ ୱେ କରାଯିବ ବୋଲି ନିଷ୍ପତ୍ତି ନେଇଥ୍ଗିଲେ | ସେହିପରି ବେଆଇନ ଭାବେ ରାସ୍ତା କଡରେ ମାଡିବସିଥିବା ଦୋକାନ ଗୁଡିକୁ ହଟାଯିବାର ନିର୍ଦେଶ ଦେଇଥିଲେ ଏସ.ପି ପଦ୍ମିନୀ ସାହୁ | ବରଗଡ ଟାଉନ ଆଇ.ଆଇ.ସି ସଦାନନ୍ଦ ପୁଝାରୀ ଏସ ପି ଙ୍କ ସଙ୍ଗେ ଡାକ୍ତରଖାନା ପରିଦର୍ଶନ ରେ ଉପସ୍ଥିତ ରହି ଉଚିତ ପଦକ୍ଷେପ ନେଇଥିଲେ ଯାହାକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି |

ବାଇଟ 1- ପଦ୍ମିନୀ ସାହୁ ( ଏସ ପି ବରଗଡ ) ଭିଡିଓ ଓ ବାଇଟ MOJO ରେ ଯାଇଛି |
Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.