ETV Bharat / state

ସରକାରୀ ଆବାସ ଯୋଜନା କାହାପାଇଁ ? ବାରମ୍ବାର ଦାବି ପରେ ବି ମିଳୁନି ଘର

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବିତୀୟ ନିର୍ବାଚନ ମଣ୍ଡଳୀ କୁହାଯାଉଥିବା ତଥା ବିଜେପୁର ନିର୍ବାଚନ ମଣ୍ଡଳୀକୁ ପହଞ୍ଚିପାରୁ ନାହିଁ ସରକାରୀ ଆବାସ ଯୋଜନା ।

author img

By

Published : Oct 29, 2019, 10:54 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ

ବରଗଡ: ଦେଶରେ କେହି ବି ବାସହୀନ ରହିବେ ନାହିଁ । ସେଇଥିପାଇଁ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଆରମ୍ଭ କରିଛନ୍ତି ଯୋଜନା । ଏହାସହ ପ୍ରଧାନମନ୍ତ୍ରୀ ମିଶନ ମୋଡରେ ସମସ୍ତଙ୍କୁ ଘର ଯୋଗାଇ ଦେବା ପାଇଁ ‘ହାଉସିଙ୍ଗ ଫର ଅଲ 2022’ ଘୋଷଣା କରିଛନ୍ତି । ଏହାସହ ସତ୍ତ୍ବେ କେଉଁଠି ନା କେଉଁଠି ସବୁ ଫେଲ ମାରୁଛି । ଯାହାଙ୍କୁ ଘର ମିଳିବା କଥା ମିଳୁନାହିଁ ବୋଲି ଅଭିଯୋଗ ହେଉଛି । ଆଉ ଏହି ଅଭିଯୋଗ ଆସିଛି ମୁଖ୍ୟମନ୍ତ୍ରୀଙ୍କ ଦ୍ବିତୀୟ ନିର୍ବାଚନ ମଣ୍ଡଳୀ କୁହାଯାଉଥିବା ବିଜେପୁରରୁ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ଏଠି ସରକାରଙ୍କ ଆବାସ ଯୋଜନା ପୁରା ବାଟବଣା ହୋଇଯାଇଛି । କାରଣ ଅଭିଯୋଗ ହେଉଛି ଏଠି ଧନୀ ଲୋକଙ୍କୁ କେବଳ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମିଳେ । ବିଜେପୁରର ଉପରପଡାରେ ଏମିତି ଏକ ପରିବାର ହେଉଛନ୍ତି ଆନନ୍ଦ ମେହେର ଓ ଅକ୍ଷୟ ମେହେର । ନିତ କୌଳିକ ବୃତ୍ତି ଲୁଗା ବୁଣିବା କାମ କରୁଥିବା ବେଳେ ଆଜି ପର୍ଯ୍ୟନ୍ତ ପକ୍କା ଘର ଖଣ୍ଡିଏ କରିବାକୁ ସକ୍ଷମ ହୋଇନାହାଁନ୍ତି । ବ୍ଲକ ଅଫିସ ଓ ନବ ଗଠିତ ହୋଇଥିବା ଏନଏସି ଅଫିସରେ ବାରମ୍ବାର ଘର ଖଣ୍ଡିଏ ପାଇଁ ଅଭିଯୋଗ କରି ନିରାଶ ହୋଇଛନ୍ତି ଏହି ପରିବାର । ଘରେ 8 ଜଣ ସଦସ୍ୟ ଥିବା ବେଳେ ଥିବା ଚାଳ ଛପର ଘରେ ଯେଣେତେଣେ ପ୍ରକାର ଚଳିଯାଉଛନ୍ତି । ହେଲେ ଏହି ଚାଳ ଛପର ଘର କେତେବେଳେ କଣ ହେବ ତାହା କହିବା ମୁସ୍କିଲ ।

ଅତି ଦୟନୀୟ ଭାବେ ପରିବାର 8ଜଣ ସଦସ୍ୟ ବସବାସ କରୁଥିବା ବେଳେ ସେହି ମାଟି ଦଦରା ଭଙ୍ଗା ଘରେ ନିଜ ମୁଙ୍ଗାସାଲ ମଧ୍ୟ ବସାଇଛନ୍ତି । ହେଲେ ଘର ଖଣ୍ଡେ ପାଇଁ ଗୁହାରୀ କରି କରି ନିରାଶ ଏବେ ପରିବାର । ଏଠି ପ୍ରଶ୍ନ ଉଠୁଛି ବିଜୁ ଆବାସ ଯୋଜନା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାହା ପାଇଁ ? ଆଉ କେତେ ଗୁହାରୀ କେଲେ ବାବୁ ମାନେ ଆନନ୍ଦ ମେହେର ଓ ଅକ୍ଷୟ ମେହେରଙ୍କୁ ମିଳିବ ସରକାରୀ ଆବାସ । ତାକୁ ଏବେ ଅପେକ୍ଷା ।

ବରଗଡରୁ ରାଜେସ ସରାପ, ଇଟିଭି ଭାରତ

Intro:ରାଜ୍ୟ ସରକାର ଗରିବ ଲୋକଙ୍କପାଇଁ ବହୁ ଯୋଜନା ଘୋଷଣା କରୁଥିଲେ ମଧ୍ୟ ଏହାର ଲାଭ ମିଳୁନାହିଁ ପ୍ରକୃତ ହିତାଧିକାରୀଙ୍କୁ । ଗରିବଙ୍କ ପାଇଁ ସାତ ସପନ ହୋଇଛି ସରକାରୀ ସାହାର୍ଯ୍ୟ । ଏପରିକି ସାରା ରାଜ୍ୟରେ ଚର୍ଚ୍ଚାରେ ଥିବା ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ନିଜ ନିର୍ବାଚନ ମଣ୍ଡଳୀ ବୋଲି ଘୋଷଣା କରିଥିବା ବିଜେପୁର ରେ ମଧ୍ୟ ଏହାର ଉଦାହରଣ ଦେଖିବାକୁ ମିଳିଛି । ବିପଦ ସଂକୁଳ ଅବସ୍ଥାରେ ଥିବା ଏକ ଘରେ ୮ ଜଣ ସଦସ୍ୟ ବାସକରୁଥିବା ବେଳେ କେତେବେଳେ ଘର ଭୁଶୁଡ଼ି ଜୀବନ ଚାଲିଯିବ ତାହା କହିହେବ ନାହିଁ। ଏପରି ପରିସ୍ଥିତିରେ ରହୁଥିବା ଲୋକଙ୍କୁ ମଧ୍ୟ ସରକାରଙ୍କ ଆବାସ ଯୋଜନାରେ ଘରଟିଏ ମିଳିପାରିନାହିଁ ।
ବାଇଟ ୧ - ଆନନ୍ଦ ମେହେର ( ବିଜେପୁର )
ବାଇଟ ୨- ଅକ୍ଷୟ ମେହେର ( ବିଜେପୁର)
ବାଇଟ ୩- ରୀତା ମେହେର ( ପରିବାର ବର୍ଗ )

Body:ଆନନ୍ଦ ମେହେର ଓ ଅକ୍ଷୟ ମେହେର ଦୁଇ ଭାଇଙ୍କ ପରିବାର ଏକାଠି ରହନ୍ତି ଏକ ଛୋଟିଆ ମାଟି ଘରେ । ଉଭୟ ଭାଇଙ୍କ ଦୁଇଟି ଲେଖାଏଁ ସନ୍ତାନ ଥିବା ବେଳେ ସମୁଦାୟ ୮ ଜଣ ସଦସ୍ୟ ରହନ୍ତି ଫଟା ଦଦରା ଘରଭିତରେ ଯାହା କେତେବେଳେ ଭୁଶୁଡ଼ି ଯିବା ତାହା କହିହେବନାହିଁ ।
ଉଭୟ ଆନନ୍ଦ ଏବଂ ଅକ୍ଷୟଙ୍କ ପରିବାରର ସମସ୍ତେ ମିଶି ଲୁଗା ବୁଣିଥାନ୍ତି ଓ ଏଥିରେ ଯାହାକିଛି ଅମଳ କରନ୍ତି ସେଥିରେ ହିଁ ତାଙ୍କର ପରିବାର ପୋଷଣ କରିଥାନ୍ତି । ଘର ଭିତରେ ଲୁଗା ବୁଣିବାର ୨ ଗୋଟି ମୁଙ୍ଗାସାଲ ଥିବା ବେଳେ ସମସ୍ତ ୮ ଜଣଙ୍କ ରହିବା ପାଇଁ ମଧ୍ୟ ଘରେ ସ୍ଥାନ ନାହଁ । ତଥାପି ମଧ୍ୟ କଷ୍ଟେ ମଷ୍ଟେ ଦିନ କାଟୁଛନ୍ତି ଉଭୟ ପରିବାର ।

ସରକାରଙ୍କ ଇନ୍ଦ୍ରାଆବାସ ଯୋଜନାରେ ଘରଟିଏ ପାଇଁ ଦୀର୍ଘ ବର୍ଷରୁ ବହୁବାର ବ୍ଲକରେ ଦରଖାସ୍ତ କରିଥିଲେ ସୁଦ୍ଧା ଆଜିଯାଏ ମିଲିପାରି ନାହିଁ ପକାଘର ଟିଏ । ଆନନ୍ଦ ଓ ଅକ୍ଷୟ ଯେତେ ଗୁହାରୀ କଲେ ସୁଦ୍ଧା ଦୁଇ ଭାଇଙ୍କ କଥା ନା ଶୁଣୁଛନ୍ତି ନେତା ନା ଶୁଣୁଛନ୍ତି ଏଠାକାର ପ୍ରଶାସନ । ଧନୀ ଲୋକଙ୍କୁ ପଛେ ମିଳିଯାଉଛି ପକାଘର ହେଲେ ଗରିବଙ୍କୁ ମିଳୁନଥିବା କହିଛନ୍ତି ଦୁଇ ଭାଇ।

ତେବେ ମୁଖ୍ୟମନ୍ତ୍ରୀ ଙ୍କ ସବୁବେଳେ ନଜର ରହିଥିବା ଏହି ବିଜେପୁର ନିର୍ବାଚନ ମଣ୍ଡଳୀ ରେ ଯଦି ଗରିବ ଲୋକଙ୍କୁ ଏପରି ଅବସ୍ଥା ତାହାହେଲେ ଅନ୍ୟତ୍ର ସ୍ଥାନରେ ସରକାରଙ୍କ ଯୋଜନା ଗୁଡିକ କିପରି କାର୍ଯ୍ୟକାରୀ ହୋଇଥିବା ତାହା ସହଜରେ ଜଣାପଡିଯାଉଛି ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.