ବରଗଡ: ସିଟି ହସ୍ପିଟାଲ ଦାବିରେ ବରଗଡରେ ବନ୍ଦ ପାଳନ । ଆନ୍ଦୋଳନକୁ ଓହ୍ଲାଇଛନ୍ତି ସହରବାସୀ । ସୋମବାର ଆନ୍ଦୋଳନ ତେଜିବା ସହ ବିଧାୟକଙ୍କୁ ଘେରିଛନ୍ତି ହଜାର ହଜାର ଲୋକ । ଫଳରେ ବରଗଡ ପୁରୁଣା ଡାକ୍ତରଖାନା ସମ୍ମୁଖରେ ଉତ୍ତେଜନା ସୃଷ୍ଟି ହୋଇଛି । ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କୁ ଉତ୍ତ୍ୟକ୍ତ ଲୋକେ ଘେରାବନ୍ଦୀ କରି ଦାବି ପୂରଣ କରିବା ପାଇଁ କହିଛନ୍ତି ।
ଆନ୍ଦୋଳନ କାରଣରୁ ବରଗଡ଼ର ସମସ୍ତ ଦୋକାନ ବଜାର ବନ୍ଦ ରହିଛି, ସରକାରୀ କାର୍ଯ୍ୟାଳୟ ଗୁଡିକୁ ମଧ୍ୟ ବନ୍ଦ କରିଛନ୍ତି ଜନସାଧାରଣ । ହଜାର ହଜାର ମହିଳା ଓ ପୁରୁଷ ପୁରୁଣା ଡ଼ାକ୍ତରଖାନା ସମ୍ମୁଖରେ ଏକାଠି ହୋଇ ଧାରଣା ଦେଇଛନ୍ତି । ଯେ ପର୍ଯ୍ୟନ୍ତ ସିଟି ହସ୍ପିଟାଲ ଘୋଷଣା କରାନଯାଇଛି ସେ ପର୍ଯ୍ୟନ୍ତ ବିଧାୟକଙ୍କୁ ଛାଡ଼ିବୁ ନାହିଁ ଜିଦରେ ଅଟଳ ରହିଥିଲେ ଉତ୍ୟକ୍ତ ଲୋକେ ।
ଅନ୍ୟ ପଟେ ବରଗଡ଼ ଜନସାଧାରଣଙ୍କ ନ୍ୟାର୍ଯ୍ୟ ଦାବିକୁ ବରଗଡ଼ ଓକିଲ ସଂଘ ମଧ୍ୟ ପୂର୍ଣ୍ଣ ସମର୍ଥନ ଜଣାଇ କୋର୍ଟ କଚେରୀ ବନ୍ଦ କରିଛି ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ