ETV Bharat / state

ମରଣଯନ୍ତା ପାଲଟିଛି ରାସ୍ତା, ପାଶାଣ ପାଲଟିଛି ପ୍ରଶାସନ - ଶୋଇଛି ପ୍ରଶାସନ

ବରଗଡ ଜିଲ୍ଲା ବିଜେପୁର ନିର୍ବାଚନ ମଣ୍ଡଳୀ ଅଧୀନସ୍ତ ବରପାଲି ସହର ରେଲୱେ ଫ୍ଲାଏ ଓଭର ବ୍ରିଜ ବାଏପାସ ରାସ୍ତାର ଅବସ୍ଥା କହିଲେ ନ ସରେ । ଅନେକ ବାର ଅଭିଯୋଗ ପରେ ଶୋଇ ପଡିଛି ପ୍ରଶାସନ । ଅଧିକ ପଢନ୍ତୁ...

ମରଣଯନ୍ତା ପାଲଟିଛି ରାସ୍ତା
ମରଣଯନ୍ତା ପାଲଟିଛି ରାସ୍ତା
author img

By

Published : Aug 3, 2021, 1:06 PM IST

ବରଗଡ: ରାସ୍ତା ମଝିରେ ବିରାଟ ବିରାଟ ଖାଲ । ଗାଡି ଗଡିଲେ ଦୁଇ ପଟକୁ ଢଳି ପଡୁଛି । ଆଉ ଅସରାଏ ବର୍ଷାରେ ସୃଷ୍ଟି ହେଉଛି କୃତ୍ରିମ ପୋଖରୀ । ରାସ୍ତାର ଏପରି ଅବସ୍ଥା ପାଇଁ ଅନେକ ଦୁର୍ଘଟଣା ମଧ୍ୟ ଘଟୁଛି । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ବରଗଡ ଜିଲ୍ଲା ବିଜେପୁର ନିର୍ବାଚନ ମଣ୍ଡଳୀ ଅଧୀନସ୍ତ ବରପାଲି ସହର ରେଲୱେ ଫ୍ଲାଏ ଓଭର ବ୍ରିଜ ବାଏପାସ ରାସ୍ତାର । ଅନେକ ବାର ଅଭିଯୋଗ ପରେ ବି ଶୁଣୁନି ପ୍ରଶାସନ ।

ବେହାଲ ହୋଇଛି ବରପାଲିର ଜଗନ୍ନାଥ ରୋଡ଼

ବଡ ବଡ ଖାଲ ଢ଼ିପ ସହ ରାସ୍ତାରେ ପାଣି ଜମା ହୋଇ ରହୁଥିବାରୁ ଅଞ୍ଚଳବାସୀ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହି ରାସ୍ତା ଦେଇ ସୋନପୁର ,ବୌଦ୍ଧ ଭୁବନେଶ୍ବର ଓ ଜଗନ୍ନାଥ ଧାମକୁ ପ୍ରତ୍ୟେକ ଦିନ ଲକ୍ଷ ଲକ୍ଷ ଲୋକ ଯିବା ଆସିବା କରୁଥିବା ବେଳେ ରାସ୍ତାର ଅବସ୍ଥା ଯୋଗୁଁ ଅଞ୍ଚଳବାସୀଙ୍କ ମଧ୍ୟରେ ଦେଖା ଦେଇଛି ପ୍ରବଳ ଅସନ୍ତୋଷ । ଏହି ସମସ୍ୟା ନେଇ ଅନେକ ଥର ପ୍ରଶାସନ ଓ ସ୍ଥାନୀୟ ଜନ ପ୍ରତିନିଧିଙ୍କୁ ଅବଗତ କରାଇଥିଲେ ମଧ୍ୟ ସମସ୍ତେ ଜାଣିଶୁଣି ଚୁପ ହୋଇ ହାତ ବାନ୍ଧି ବସିଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି ।

ଫ୍ଲାଏ ଓଭର ନିର୍ମାଣ ପାଇଁ ଲମ୍ବା ସମୟ ଲାଗିବ ବୋଲି ପୂର୍ବରୁ ଜଣାଥିଲେ ମଧ୍ୟ ଅସ୍ଥାୟୀ ସାଇଡ ରୋଡକୁ ମାଟି ରାସ୍ତା କରିଦିଆଯାଇଛି ଯାହା ଫଳରେ ଦୀର୍ଘ 3 ବର୍ଷ ହେଲା ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ପ୍ରତିଦିନ ଏହି ରାସ୍ତା ଦେଇ ହଜାର ହଜାର ଗାଡି ଯାତାୟାତ କରୁଥିବା ବେଳେ ଏହା ବରଗଡ ଏବଂ ସୋନପୁର ଜିଲ୍ଲାକୁ ଯୋଡୁଥିବା ମୁଖ୍ୟ ରାସ୍ତା ଅଟେ । ଶୀଘ୍ର ରାସ୍ତାକୁ ପିଚୁ ରାସ୍ତା ନିର୍ମାଣ କରା ନଗଲେ ଜନସାଧାରଣ ରାଜରାସ୍ତାକୁ ଆସି ଆନ୍ଦୋଳନ କରିବେ ବୋଲି ବରପାଲିବାସୀ କଡା ଚେତାବନୀ ଦେଇଛନ୍ତି ।

ବରଗଡରୁ ରାଜେଶ ସରାଫ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.