ETV Bharat / state

ବରଗଡରେ ଚାଲୁନି ମାତ୍ରାଧିକ ବସ, ଯାତ୍ରୀ ହନ୍ତସନ୍ତ

ଜିଲ୍ଲାରେ ଘରୋଇ ଓ ସରକାରୀ ବସ ସେବା ସମ୍ପୂର୍ଣ୍ଣ ଭୁଷୁଡି ପଡିଥିବାବେଳେ ଯାତ୍ରୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ସମସ୍ତ ବସ ଗୁଡିକରେ କ୍ଷମତା ଠାରୁ ଢେରଗୁଣ ଅଧିକ ଯାତ୍ରୀ ଭର୍ତ୍ତି କରାଯାଉଥିବାବେଳେ କୌଣସି ବସରେ ଯାତ୍ରୀଙ୍କୁ ଟିକେଟ ଦିଆଯାଉନଥିବା ମଧ୍ୟ ଅଭିଯୋଗ ହୋଇଆସୁଛି।

author img

By

Published : Mar 7, 2019, 4:03 AM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ବରଗଡ

ବରଗଡ: ଜିଲ୍ଲାରେ ଘରୋଇ ଓ ସରକାରୀ ବସ ସେବା ସମ୍ପୂର୍ଣ୍ଣ ଭୁଷୁଡି ପଡିଥିବାବେଳେ ଯାତ୍ରୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ସମସ୍ତ ବସ ଗୁଡିକରେ କ୍ଷମତା ଠାରୁ ଢେରଗୁଣ ଅଧିକ ଯାତ୍ରୀ ଭର୍ତ୍ତି କରାଯାଉଥିବାବେଳେ କୌଣସି ବସରେ ଯାତ୍ରୀଙ୍କୁ ଟିକେଟ ଦିଆଯାଉନଥିବା ମଧ୍ୟ ଅଭିଯୋଗ ହୋଇଆସୁଛି। ହେଲେ ପରିବହନ କର୍ତ୍ତୃପକ୍ଷ ଏନେଇ ଚୁପ ରହୁଥିବାରୁ ଜନସାଧାରଣରେ ଅସନ୍ତୋଷ ସୃଷ୍ଟି ପାଇଛି। ତେବେ ଯାତ୍ରୀମାନଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠୁଥିବାବେଳେ ଆମ ଟିମ ଆଗରେ ବସ ଯାତ୍ରୀ ନିଜର ଅସୁବିଧା ବାବଦରେ ଜଣାଇଥିଲେ।

ବରଗଡରୁ ସମ୍ବଲପୁର, ବଲାଙ୍ଗୀର, ରାୟପୁର, ପଦ୍ମପୁର, ଭଟଲି ତଥା ଆଖପାଖ ଅନେକ ଅଞ୍ଚଳକୁ ବହୁ ଘରୋଇ ବସ ଓ ସିଟି ବସ ଚଳାଚଳ କରୁଥିବା ସତ୍ତ୍ୱେ ଯାତ୍ରୀଙ୍କୁ ବସ ଗୁଡିକରେ ଭର୍ତ୍ତି କରାଯାଉଛି। ଯାହା ଫଳରେ ଜିଲ୍ଲାର ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରତିଦିନ ସ୍କୁଲ ଓ କଲେଜକୁ ଯିବା ଆସିବା ପାଇଁ ଛାତ୍ରଛାତ୍ରୀ ତଥା ଶିକ୍ଷକମାନେ ବସ ଉପରେ ନିର୍ଭର କରୁଥିବାବେଳେ ବସ ଗୁଡିକରେ ଲାଗି ରହିଥିବା ଭିଡ ଯୋଗୁଁ ସମସ୍ତେ ପ୍ରଭାବିତ ହେଉଛନ୍ତି।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ବରଗଡ

ଅନ୍ୟପଟେ ବରଗଡରୁ ବୁର୍ଲା ବଡ ମେଡିକାଲକୁ ପ୍ରତିଦିନ ଶହ ଶହ ସଂଖ୍ୟାରେ ରୋଗୀ ଯାଉଥିବାବେଳେ ବସ ଗୁଡିକରେ ଲାଗି ରହୁଥିବା ଭିଡ ଯୋଗୁଁ ରୋଗୀଙ୍କୁ ବସରେ ନେବା ଅସମ୍ଭବ ହୋଇପଡିଛି। ତେବେ ବହୁତ ଗରିବ ପରିବାର ରୋଗୀଙ୍କ ଚିକିତ୍ସାର ଖର୍ଚ୍ଚ ବହନ କରିପାରୁନଥିବାବେଳେ ବାଧ୍ୟ ହୋଇ ଗାଡି ଭଡା କରି ବୁର୍ଲାକୁ ଯାଉଛନ୍ତି। ଅଯଥାରେ ଖର୍ଚ୍ଚାନ୍ତରେ ପଡ଼ୁଛନ୍ତି।

undefined

ବର୍ତ୍ତମାନ ନିର୍ବାଚନ ପାଖେଇ ଆସୁଥିବାବେଳେ ସମସ୍ତ ଦଳ ଗୁଡିକ ନିର୍ବାଚନୀ ପ୍ରଚାରରେ ଲାଗି ପଡିଛନ୍ତି ଏବଂ ବଡବଡ ସମାବେଶରେ ଲୋକଙ୍କୁ ନେବା ଆଣିବା କରିବା ପାଇଁ ବସ ଗୁଡିକୁ ବ୍ୟବହାର କରାଯାଉଥିବାରୁ ବରଗଡ ଅଞ୍ଚଳର ବହୁଯାତ୍ରୀ ତଥା ବୁର୍ଲାକୁ ଯାଉଥିବା ରୋଗୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗୋଟେ ବସରେ ଯେତେ ସିଟ ରହିଛି ତା ଠାରୁ ବହୁ ସଂଖ୍ୟାରେ ଯାତ୍ରୀ ଭର୍ତ୍ତି କରାଯାଉଛି।

ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ଖାସକରି ବୁର୍ଲା ଯାଉଥିବା ଯାତ୍ରୀଙ୍କ ପାଇଁ ଆହୁରି ଅଧିକ ବସଚଳାଚଳ ପାଇଁ ସୁବିଧା କରାଗଲେ ବୁର୍ଲାକୁ ଯାଉଥିବା ରୋଗୀଙ୍କ ସୁବିଧା ହେବା ସଙ୍ଗେ ବହୁ ଗରିବ ଲୋକ ଅଯଥାରେ ଖର୍ଚ୍ଚାନ୍ତ ହେବାରୁ ରକ୍ଷା ପାଇବେ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:Body:

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.