ETV Bharat / state

ଅନ୍ତର୍ଜାତୀୟ ପୁସ୍ତକରେ ସ୍ଥାନ ପାଇଲା ପଦ୍ମଶ୍ରୀ ହଳଧର ନାଗଙ୍କ କବିତା, କାଲି କାଠମାଣ୍ଡୁରେ ହେବେ ସମ୍ମାନିତ

author img

By

Published : Jun 23, 2023, 9:07 PM IST

ବିଶ୍ଵସ୍ତରୀୟ ପୁସ୍ତକରେ ପଦ୍ମଶ୍ରୀ ହଲଧର ନାଗଙ୍କର ସମ୍ବଲପୁରୀ କବିତା "ନାନା ପାଗଳ "ର ଇଂରାଜୀ ଅନୁବାଦିତ " Holy Madness " ଲେଖା ସ୍ଥାନ ପାଇଛି । ଏହି ଅବସରରେ ନେପାଳରେ ସମ୍ମାନିତ ହେବେ ହଳଧର ନାଗ । ଅଧିକ ପଢ଼ନ୍ତୁ

padmashree haldhar nag
ପଦ୍ମଶ୍ରୀ କବିରତ୍ନ ହଳଧର ନାଗ
ପଦ୍ମଶ୍ରୀ କବିରତ୍ନ ହଳଧର ନାଗ

ବରଗଡ଼: ସାରା ବିଶ୍ବ ଶୁଣିବ ସମ୍ବଲପୁରୀ ଭାଷା କବିତା । ବିଦେଶ ମାଟିରେ ସମ୍ମାନିତ ହେବେ ପଦ୍ମଶ୍ରୀ କବିରତ୍ନ ହଳଧର ନାଗ । ତାଙ୍କ ଦ୍ବାରା ଲିଖିତ ସମ୍ବଲପୁରୀ କବିତା "ନାନା ପାଗଳ "ର ଇଂରାଜୀ ଅନୁବାଦଟି ବିଶ୍ଵର ବଡବଡ କବିଙ୍କୁ ମନ ମୋହିଛି । " Madness and an ethology of world poetry " ନାମକ ବିଶ୍ଵ ସ୍ତରୀୟ ପୁସ୍ତକରେ ହଲଧର ନାଗଙ୍କର ସମ୍ବଲପୁରୀ କବିତା "ନାନା ପାଗଳ "ର ଇଂରାଜୀ ଅନୁବାଦିତ " Holy Madness " ଲେଖାଟି ସ୍ଥାନ ପାଇଛି । ଏହି ପରିପ୍ରେକ୍ଷୀରେ ଆସନ୍ତା 24 ତାରିଖରେ କାଠମାଣ୍ଡୁ ଠାରେ ପଦ୍ମଶ୍ରୀ ହଳଧର ନାଗଙ୍କୁ ସମ୍ମାନିତ କରାଯାଉଛି ।

ହଲଧର ନାଗଙ୍କର ସମ୍ବଲପୁରୀ କବିତାଟିକୁ ବରଗଡ଼ ପଞ୍ଚାୟତ ମହାବିଦ୍ୟାଳୟର ଇଂରାଜୀ ପ୍ରଫେସର ମାନଭଞ୍ଜନ ପାଣିଗ୍ରାହୀ ଇଂରାଜୀରେ ଅନୁବାଦ କରିଥିଲେ । ମାନସିକ ବିକାରଗ୍ରସ୍ତଙ୍କ ଉପରେ ହଳଧର ନାଗଙ୍କର ଲିଖିତ ଏହି ହୃଦୟ ସ୍ଵର୍ଶୀ କବିତାକୁ ନେଇ ବିଦେଶରେ ଚର୍ଚ୍ଚା ହୋଇଛି । ତାଙ୍କ ଦ୍ବାରା ଲିଖିତ ଏହି ଉଚ୍ଚ କୋଟିର କବିତା ପାଇଁ କାଠମାଣ୍ଡୁ ଠାରେ ତାଙ୍କୁ ସମ୍ମାନିତ କରାଯାଉଛି । କାଠମାଣ୍ଡୁର ଷ୍ଟୁଡିଓ ଥିଏଟର ଠାରେ ଆୟୋଜିତ "An ethology of world poetry " କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ନିମନ୍ତ୍ରଣ କରାଯାଇଛି । କବିତା ପ୍ରତି ତାଙ୍କର ଅବଦାନ ପାଇଁ ହଲଧର ନାଗଙ୍କୁ ସମ୍ମାନିତ କରାଯିବ । ଏହି ଅବସରରେ ସେ ବରଗଡ଼ରୁ ରାୟପୁର ଏୟାରପୋର୍ଟକୁ ଯାଇ ସେଠାରେ ବିମାନ ଯୋଗେ କାଠମାଣ୍ଡୁକୁ ଯାତ୍ରା କରିବେ । ତାଙ୍କ ସଙ୍ଗେ ପଦ୍ମପୁର ଅଞ୍ଚଳର କେଶରଞ୍ଜନ ପ୍ରଧାନ ମଧ୍ୟ ଯାଉଛନ୍ତି । ତେବେ ସାରା ବିଶ୍ବରେ ନୋବେଲ ପୁରସ୍କାର ପ୍ରାପ୍ତ କବିମାନେ ବିଭିନ୍ନ ଭାଷାରେ ମାନସିକ ବିକାରଗ୍ରସ୍ତଙ୍କ ଆଚରଣ ଉପରେ କବିତା ଲେଖିଛନ୍ତି । ସମ୍ବଲପୁରୀ ଭାଷାରେ ଏହି ପ୍ରସଙ୍ଗରେ ଏକ କବିତା ଲେଖିବାକୁ ପଦ୍ମଶ୍ରୀ ହଳଧର ନାଗଙ୍କୁ ଅନୁରୋଧ କରାଯାଇଥିଲା । ବିଶ୍ବର ବିଭିନ୍ନ ଭାଷାରେ ଲିଖିତ କବିତା " Madness and an ethology of world poetry " ନାମକ ବିଶ୍ଵ ସ୍ତରୀୟ ଏକ ପୁସ୍ତକରେ ସ୍ଥାନ ପାଇବ ବୋଲି ଜଣାଇଥିଲେ ।

ତେବେ ପଦ୍ମଶ୍ରୀ ହଳଧର ନାଗ ସମ୍ବଲପୁରୀ ଭାଷାରେ "ନାନା ପାଗଳ " ନାମକ ଏକ କବିତା ଲେଖିଥିଲେ ଓ ତାକୁ ମାନଭଞ୍ଜନ ପାଣିଗ୍ରାହୀ ଅନୁବାଦ କରି " Holy Madness " ନାମରେ ଏକ ଇଂରାଜୀ କବିତା ପଠାଇଥିଲେ । ଯାହା ଆଜି ସେହି କବିତାଟି ବିଶ୍ଵ ସ୍ତରୀୟ ପୁସ୍ତକରେ ସ୍ଥାନ ପାଇବା ସହିତ ବେଶ ସୁନ୍ଦର କବିତା ରୂପେ ଚୟନ କରାଯାଇଛି । ଏହି ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ହଳଧର ନାଗଙ୍କୁ ଅତିଥି ଭାବେ ନିମନ୍ତ୍ରିତ କରାଯାଇଛି । ଏନେଇ କେଶରଞ୍ଜନ ପ୍ରଧାନ କହିଛନ୍ତି, " ସେହି କାର୍ଯ୍ୟକ୍ରମରେ କାଠମାଣ୍ଡୁର ମେୟର, ଡେପୁଟି ମେୟର ଏବଂ ସେଠାକାର ଅମ୍ବାସେଟର ଉପସ୍ଥିତ ରହିବେ ବୋଲି ଜଣାପଡିଛି । ଆସନ୍ତା 24 ତାରିଖରେ ଅପରାହ୍ନ 4ଟା 30ରେ ଏହି କାର୍ଯ୍ୟକ୍ରମରେ ଯୋଗଦାନ ପରେ 25 ଓ 26 ତାରିଖ ଦୁଇ ଦିନ ଧରି ପଦ୍ମଶ୍ରୀ ନାଗଙ୍କୁ ନେପାଳ ଭ୍ରମଣ ସହିତ ସେଠାକାର କଳା, ସଂସ୍କୃତି ଓ ସାହିତ୍ୟ ପରିଦର୍ଶନ କରାଯିବ । ହଳଧର ନାଙ୍କ ଲିଖିତ ସମ୍ବଲପୁରୀ ଭାଷା କବିତାର ମହକ ଆଜି ବିଦେଶରେ ମଧ୍ୟ ଚହଟି ଯାଇଛି ଯାହାକୁ ନେଇ ଅଞ୍ଚଳବାସୀ ବେଶ ଗର୍ବିତ ମନେକରୁଛନ୍ତି ।"

ଇଟିଭି ଭାରତ, ବରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.