ETV Bharat / state

Padmapur Result: ବିଜୟ ପରେ ଜୋଶ୍‌ରେ BJD, ବିଜେପିର ଚିରାଚରିତ ଉତ୍ତର ହେବ ସମୀକ୍ଷା - ପଦ୍ମପୁର ଉପନିର୍ବାଚନ

ପଦ୍ମପୁର ଉପନିର୍ବାଚନ (Padmapur Result) ରେ କାହିଁକି ଜିତିଲା ବିଜେଡି ? ବିଜେଡି ଜିତିବା ପଛର ଫ୍ୟାକ୍ଟର କଣ ? ବିଜେପି କେଉଁଠି କଲା ଭୁଲ ? କଂଗ୍ରେସ ଅମାନତ ହରାଇଲା କାହିଁକି ? ଏବେ ଏସବୁର ଚାଲିଛି କାରଣ ଖୋଜା । ବରିଷ୍ଠ ରାଜନେତା ଦାମୋଦର ରାଉତ କହିଛନ୍ତି, "ନବୀନଙ୍କ ସ୍ବଚ୍ଛ ନିର୍ମଳ ଭାବମୂର୍ତ୍ତି କାରଣରୁ ବିଜେଡିକୁ ବୃହତ ବିଜୟ ମିଳିଛି ।" ଅଧିକ ପଢନ୍ତୁ

Padmapur  Result
Padmapur Result
author img

By

Published : Dec 9, 2022, 10:20 PM IST

Updated : Dec 9, 2022, 10:42 PM IST

ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନ (Padmapur Result) ରେ କାହିଁକି ଜିତିଲା ବିଜେଡି ? ବିଜେଡି ଜିତିବା ପଛର ଫ୍ୟାକ୍ଟର କଣ ? ବିଜେପି କେଉଁଠି କଲା ଭୁଲ ? କଂଗ୍ରେସ ଅମାନତ ହରାଇଲା କାହିଁକି ? ଏବେ ଏସବୁର ଚାଲିଛି କାରଣ ଖୋଜା । ବରିଷ୍ଠ ରାଜନେତା ଦାମୋଦର ରାଉତ କହିଛନ୍ତି, "ନବୀନଙ୍କ ସ୍ବଚ୍ଛ ନିର୍ମଳ ଭାବମୂର୍ତ୍ତି କାରଣରୁ ବିଜେଡିକୁ ବୃହତ ବିଜୟ ମିଳିଛି । ପଦ୍ମପୁରର ଅଭାବ ଅସୁବିଧା ଓ ସମସ୍ୟା ନେଇ ନବୀନ ଯେଉଁ ପ୍ରତିଶ୍ରୁତି ଦେଇଛନ୍ତି ତାହା ପୂରଣ ହେବାକୁ ଆଖି ଆଗରେ ରଖି ଲୋକେ ଭୋଟ ଦେଇଛନ୍ତି । ଏହାସହ ବର୍ଷା ସିଂହ ବରିହାଙ୍କୁ ମିଳିଲା ଅନୁକମ୍ପା ଭୋଟ । ଯାହାକୁ ନେଇ ବିଜେଡିକୁ ବଡ ବିଜୟ ମିଳିଛି ।"

ବିଜୟ ପରେ ଜୋଶ୍‌ରେ BJD

ଏହାବି ପଢନ୍ତୁ- ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମେଡିକାଲ ଛାତ୍ର ଇଫୁ, ନେଲେ ସେଲଫି

ସେପଟେ ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ କହିଛନ୍ତି, "ପଦ୍ମପୁରରେ ଭୋଟ ଧ୍ରୁବିକରଣ ହେଲା । ଯେଉଁ ଭୋଟ କଂଗ୍ରେସକୁ ମିଳିବା କଥା ତାହା ବିଜେଡି ଓ ବିଜେପିକୁ ଗଲା । ଅର୍ଥ ବଳ ଓ କ୍ଷମତାର ପ୍ରଭାବ ଯୋଗୁଁ ଏପରି ସ୍ଥିତି ସୃଷ୍ଟି ହେଲା । ନଚେତ କଂଗ୍ରେସର ପ୍ରାର୍ଥୀ ଭଲ ଥିଲେ । ଅଭିଜ୍ଞତା ବି ଥିଲା । ସେହିପରି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର କହିଛନ୍ତି ପରାଜୟର କାରଣ ଅନ୍ୱେଷଣ କରାଯିବ । କଣ ପାଇଁ ଦଳ ହାରିଲା ସମୀକ୍ଷା ହେବ । ହାରିଛୁ, କିନ୍ତୁ ଗତଥରଠାରୁ ବିଜେପିକୁ ଅଧିକ ଭୋଟ ମିଳିଛି । ହାରିବାର ଅନେକ କାରଣ ଅଛି । ବର୍ଷାଙ୍କ ବିରୋଧରେ କୌଣସି ଅପପ୍ରଚାର କରାଯାଇନାହିଁ ।"

ଅନ୍ୟପଟେ ରାଜନୀତି ସମୀକ୍ଷକ ରବି ଦାସ କହିଛନ୍ତି, "ଭୋଟର ପୋଲାରାଇଜେସନ ହେଲା । କଂଗ୍ରେସ ଭୋଟ ବିଜେଡିକୁ ଗଲା । ବିଜେପି ପ୍ରଦୀପ ପୁରୋହିତଙ୍କ ଭଳି ଜଣେ ଯୋଗ୍ୟ ପ୍ରାର୍ଥୀଙ୍କୁ ଛିଡା କରିଥିଲା । କେନ୍ଦ୍ରର ନେତୃବୃନ୍ଦ ଆସି ପ୍ରଚାର କଲେ । ହେଲେ ନବୀନଙ୍କ ପ୍ରଚାର ଆଗରେ ସବୁ ଫିକା ପଡିଗଲା । ଜିଲ୍ଲା ଗଠନ ହେଉ କି ଇନପୁଟ ସବସିଡି ଭୋଟରଙ୍କ ଉପରେ ପ୍ରଭାବ ପଡିଲା ।"

ଏହାବି ପଢନ୍ତୁ- ଭୁବନେଶ୍ୱରରେ ବର୍ଷା ସିଂ ବରିହା, ଶାଶୁ ଶ୍ୱଶୁରଙ୍କ ନେଲେ ଆଶୀର୍ବାଦ

ଆଗାମୀ 2024 ସାଧାରଣ ନିର୍ବାଚନ ପୂର୍ବରୁ ପଦ୍ମପୁର ଉପନିର୍ବାଚନ ଫଳାଫଳ ବିଜେଡି କ୍ୟାମ୍ପରେ ବୁଷ୍ଟର ଡୋଜ ଦେଇଛି । ଧାମନଗର ବିଜୟ ପରେ ଆଗ୍ରେସିଭ ମୁଡରେ ଥିବା ବିଜେପି ପୁଣି ଥରେ ନିରାଶ ହୋଇଛି । ପିସିସି ପରିବର୍ତ୍ତନ ସତ୍ବେ କଂଗ୍ରେସ ସେଭଳି ସାଂଗଠନିକ ସ୍ଥିତି ସଜାଡି ପାରିନାହିଁ । ଏବେ ଅପେକ୍ଷା 2024 ଲଢେଇ ପାଇଁ କେଉଁ ଦଳ କଣ ରଣନୀତି କରୁଛନ୍ତି ।

ସୂଚନାଯୋଗ୍ୟ ଯେ ଗତକାଲି ପଦ୍ମପୁର ଉପନିର୍ବାଚନ ଫଳାଫଳ ପ୍ରକାଶ ପାଇଥିଲା । ଏଥିରେ ବିଜେଡି ପ୍ରାର୍ଥୀନି ବର୍ଷା ସିଂ ବରିହା ୧ ଲକ୍ଷ ୨୦ ହଜାର ୮୦୭ ଖଣ୍ଡ ଭୋଟ ପାଇ 42 ହଜାର 679 ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ 78 ହଜାର 128 ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ 3 ହଜାର 594 ଭୋଟ ପାଇ ଅମାନତ ହରାଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Dec 9, 2022, 10:42 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.