ETV Bharat / state

Padmapur By-Poll: ପଦ୍ମପୁରରେ ଥିଲା ଦ୍ୱୈତ ବିଧାୟକ ପ୍ରଥା, ନିର୍ବାଚନମଣ୍ଡଳୀରୁ ଆସିଛନ୍ତି ପାୱାରଫୁଲ ମନ୍ତ୍ରୀ

ପଦ୍ମପୁରରେ 16ଥର ନିର୍ବାଚନ ହୋଇଥିବାବେଳେ ଅନ୍ୟୁନ 4ଜଣ ରାଜ୍ୟ ମନ୍ତ୍ରୀମଣ୍ଡଳରେ ଗରୁତ୍ବପୂର୍ଣ ଭୂମିକା ନିଭାଇଛନ୍ତି । ଅଧିକ ପଢନ୍ତୁ

author img

By

Published : Nov 8, 2022, 9:18 PM IST

Etv Bharat
Etv Bharat

ଭୁବନେଶ୍ବର: ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ବିୟୋଗରେ ବରଗଡ ଜିଲ୍ଲାର ପଦ୍ମପୁରରେ ହେଉଛି ଉପନିର୍ବାଚନ (Padmapur By poll ) । ଏହି ଆସନ ହାତେଇବା ଲାଗି 3 ପ୍ରମୁଖ ରାଜନୈତିକ ଦଳ ଅଣ୍ଟା ଭିଡିଛନ୍ତି । ତେବେ ପଦ୍ମପୁରରେ 16 ଥର ନିର୍ବାଚନ ହୋଇଥିବାବେଳେ ଅନ୍ୟୁନ 4 ଜଣ ରାଜ୍ୟ ମନ୍ତ୍ରୀମଣ୍ଡଳରେ ଗରୁତ୍ବପୂର୍ଣ ଭୂମିକା ନିଭାଇଛନ୍ତି ।

1950 ମସିହା ଜାନୁୟାରୀ 26 ତାରିଖରେ ଭାରତ ଏକ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ରର ମାନ୍ୟତା ପାଇଥିଲା । ଏହା ସହିତ ସ୍ବାଧୀନ ଭାରତ ପାଇଁ ଏକ ସମ୍ବିଧାନ ପ୍ରସ୍ତୁତ ହୋଇ କାର୍ଯ୍ୟକାରୀ ହେଲା । ନୂତନ ସମ୍ବିଧାନ ଅନୁସାରେ ସାବାଳକ ଭୋଟ ଦାନର ବ୍ୟବସ୍ଥା ହେଲା । ପ୍ରଥମ ଓଡିଶା ବିଧାନସଭା ପାଇଁ 1951 ଡିସେମ୍ବର 20 ତାରିଖରୁ 1952 ଜାନୁୟାରୀ 24 ତାରିଖ ମଧ୍ୟରେ 35 ଦିନ ଧରି ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହାଥିଲା ଭାରତ ବର୍ଷର ପ୍ରଥମ ସାଧାରଣ ନିର୍ବାଚନ । ସେତେବେଳେ ଓଡିଶା ବିଧାନସଭାର ସଦସ୍ୟ ସଂଖ୍ୟା 140 ଥିଲା । ଏହାର ଦୀର୍ଘ 24 ବର୍ଷ ପରେ 1974 ମସିହାରେ ବିଧାନସଭାର ସଦସ୍ୟ ସଂଖ୍ୟା 140 ରୁ ବୃଦ୍ଧି ପାଇ 147 ହୋଇଥିଲା । 1952 ମସିହା ମାର୍ଚ୍ଚ 4 ତାରିଖରେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନରେ ପ୍ରତିନିଧି ମାନେ ଶପଥ ଗ୍ରହଣ କରିଥିଲେ ।

ଏହାବି ପଢନ୍ତୁ- ପଦ୍ମପୁର ଉପନିର୍ବାଚନ, 6 ମନ୍ତ୍ରୀଙ୍କୁ ଦାୟିତ୍ୱ ବାଣ୍ଟିଲା ବିଜେଡି

ବରଗଡ ଜିଲ୍ଲା ପଦ୍ମପୁର ବିଧାନସଭା ଆସନ (Padampur Assembly constituency) ରୁ ଏଯାବତ 16 ଥର ନିର୍ବାଚନ ହୋଇସାରିଛି । ବିଭିନ୍ନ ସମୟରେ 8 ଜଣ ଜନପ୍ରିୟ ନେତା ନିର୍ବାଚିତ ହେବା ସହ ଏମାନଙ୍କ ମଧ୍ୟରୁ ଅନ୍ୟୁନ 4 ଜଣ ରାଜ୍ୟ ମନ୍ତ୍ରୀମଣ୍ଡଳରେ ଗରୁତ୍ବପୂର୍ଣ ଭୂମିକା ନିଭାଇଛନ୍ତି । 1951-52 ରେ ହୋଇଥିବା ନିର୍ବାଚନରେ ପଦ୍ମପୁର ବିଧାନସଭା ଆସନରୁ ଦ୍ବୈତ ବିଧାୟକ ଭାବେ ସ୍ୱାଧୀନ ପ୍ରାର୍ଥୀ ଅନିରୁଦ୍ଧ ମିଶ୍ର ଓ କଂଗ୍ରେସ ପ୍ରାର୍ଥୀ ଭାବେ ଲାଲ ରଂଜିତ ସିଂ ବରିହା ବିଜୟୀ ହୋଇଥିଲେ ଏବଂ ନବକୃଷ୍ଣ ଚୌଧୁରୀଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଥିଲେ । 1957 ରେ ଏହି ଆସନରୁ ଗଣତନ୍ତ୍ର ପରିଷଦରୁ ଲାଲ ମିତ୍ରୋଦୟ ସିଂ ବରିହା ଏବଂ କଂଗ୍ରେସ ପ୍ରାର୍ଥୀ ବିରବିକ୍ରମାଦିତ୍ୟ ସିଂ ବରିହା ବିଜୟୀ ହୋଇଥିଲେ । ଲାଲ ମିତ୍ରୋଦୟ ସିଂ ବରିହା ଦ୍ବୈତ ଭାବେ ବିଜୟ ଲାଭ କରିଥିଲେ । 1961ରେ ଏହି ଆସନରୁ ଦ୍ବୈତ ବିଧାୟକ ପ୍ରଥା ଉଚ୍ଛେଦ ହୋଇଥିଲା । 1961 ନିର୍ବାଚନରେ ପ୍ରଥମ ଥର ପାଇଁ ପଦ୍ମପୁର ଏକକ ବିଧାୟକ ପାଇଥିଲା । 1957, 1961, 1967 ଓ 1977 ନିର୍ବାଚନରେ କଂଗ୍ରେସ, ଜନ କଂଗ୍ରେସ ଏବଂ ଜନତା ପାର୍ଟିରୁ ବିରବିକ୍ରମାଦିତ୍ୟ ସିଂ ବରିହା ବିଜୟୀ ହୋଇ ଯଥାକ୍ରମେ ଡ଼କ୍ଟର ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ, ବିରେନ ମିତ୍ରଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଥିଲେ । 1971, 1974 ବିଧାନସଭା ନିର୍ବାଚନରେ କଂଗ୍ରେସରୁ ପ୍ରାର୍ଥୀ ହୋଇ ଡ଼କ୍ଟର କୃପାସିନ୍ଧୁ ଭୋଇ ବିଜୟୀ ହୋଇ ନନ୍ଦିନୀ ଶତପଥୀଙ୍କ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇଥିଲେ । 1980, 1985, 2004 ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଭାବେ ସତ୍ୟଭୂଷଣ ସାହୁ ବିଜୟୀ ହୋଇ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସରକାରରେ ମୁଖ୍ୟ ସଚେତକ ହୋଇଥିଲେ ।

ଏହାବି ପଢନ୍ତୁ- ଗୋଟିଏ ମାସରେ ୩୨ ଲକ୍ଷ ବାହାଘର, ବ୍ୟବସାୟୀ କରିବେ ୩.୭୫ ଲକ୍ଷ କୋଟି ବେପାର

1990, 1995, 2000, 2009, 2019 ଜନତା ଦଳ ଓ ବିଜୁ ଜନତା ଦଳରୁ ପ୍ରାର୍ଥୀ ହୋଇ ବିଜୟରଞ୍ଜନ ସିଂ ବରିହା ବିଜୟୀ ହୋଇ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ କ୍ୟାବିନେଟ ପାହ୍ୟାର ମନ୍ତ୍ରୀ ହୋଇଥିଲେ । 1990 ଓ 1995ରେ ଜନତା ଦଳ ଓ ପରବର୍ତ୍ତୀ ସମୟରେ ଲଗାତାର ଭାବର ବିଜେଡିରୁ ନିର୍ବାଚିତ ହୋଇଛନ୍ତି ବିଜୟ । 2014 ରେ ଏହି ଆସନରୁ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ବିଜୟ ହାସଲ କରିଥିଲେ । ଗତ 5ଟି ସାଧାରଣ ନିର୍ବାଚନରେ ଏହି ଆସନରୁ ବିଜେଡି, କଂଗ୍ରେସ ଓ ବିଜେପିର ପ୍ରାର୍ଥୀ ବିଭିନ୍ନ ସମୟରେ ବିଜୟ ହୋଇଛନ୍ତି । ତେଣୁ ବିଜୟରଞ୍ଜନଙ୍କ ବିୟୋଗ ପରେ ବିଜୟ ଲାଗି 3 ରାଜନୈତିକ ଦଳ ଆଶାବାଦୀ ଅଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.