ETV Bharat / state

Padmapur By Poll: ପ୍ରଦୀପ ପୁରୋହିତ ବିଜେପି ପ୍ରାର୍ଥୀ: ବିଧାୟିକା କୁସୁମ ଟେଟେ

author img

By

Published : Nov 11, 2022, 5:48 PM IST

ପଦ୍ମପୁର ଫାଇଟ ପାଇଁ (Padmapur By Poll) ଭାରତୀୟ ଜନତା ପାର୍ଟିର ଯୋଦ୍ଧା ହେବେ ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ତଥା ପୂର୍ବତନ ପଦ୍ମପୁର ବିଧାୟକ ପ୍ରଦୀପ ପୁରୋହିତ (Pradeep Purohit) । ଏନେଇ କେନ୍ଦ୍ରୀୟ ବିଜେପି ପକ୍ଷରୁ କୌଣସି ବିଧିବଦ୍ଧ ଭାବେ ଘୋଷଣା ହୋଇନଥିଲେ ମଧ୍ୟ, ପ୍ରଦୀପ ପ୍ରାର୍ଥୀ ହେଉଥିବା ସୂଚନା ଦେଇଛନ୍ତି ବିଧାୟିକା କୁସୁମ ଟେଟେ । ଅଧିକ ପଢନ୍ତୁ

Padmapur By Poll: ପ୍ରଦୀପ ପୁରୋହିତ ବିଜେପି ପ୍ରାର୍ଥୀ: ବିଧାୟିକା କୁସୁମ ଟେଟେ
Padmapur By Poll: ପ୍ରଦୀପ ପୁରୋହିତ ବିଜେପି ପ୍ରାର୍ଥୀ: ବିଧାୟିକା କୁସୁମ ଟେଟେ

ଭୁବନେଶ୍ବର: ପଦ୍ମପୁର ଫାଇଟ ପାଇଁ (Padmapur By Poll) ଭାରତୀୟ ଜନତା ପାର୍ଟିର ଯୋଦ୍ଧା ହେବେ ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ତଥା ପୂର୍ବତନ ପଦ୍ମପୁର ବିଧାୟକ ପ୍ରଦୀପ ପୁରୋହିତ (Pradeep Purohit) । ଏନେଇ କେନ୍ଦ୍ରୀୟ ବିଜେପି ପକ୍ଷରୁ କୌଣସି ବିଧିବଦ୍ଧ ଭାବେ ଘୋଷଣା ହୋଇନଥିଲେ ମଧ୍ୟ, ପ୍ରଦୀପ ପ୍ରାର୍ଥୀ ହେଉଥିବା ସୂଚନା ଦେଇଛନ୍ତି ବିଧାୟିକା କୁସୁମ ଟେଟେ । ନାମାଙ୍କନ ଦାଖଲ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୧୪ ତାରିଖରେ ପ୍ରଦୀପ ନାମାଙ୍କନ ଦାଖଲ କରିବେ ବୋଲି ସୂଚନା ଦେଇଛନ୍ତି କୁସୁମ ।

ଏହାବି ପଢନ୍ତୁ- Padmapur By Poll: ବିଜେପିକୁ ପାର କରାଇବେ ପଶ୍ଚିମାଞ୍ଚଳ ନେତା !

ପଦ୍ମପୁର ଉପନିର୍ବାଚନ ପାଇଁ ଗତକାଲି (ଗୁରୁବାର) ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଆସନ୍ତା 17 ତାରିଖରେ ନାମାଙ୍କନ ଦାଖଲର ଶେଷ ଦିବସ ରହିଥିବା ବେଳେ, 18 ରେ ଯାଞ୍ଚ, 21 ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଦିନ ଧାର୍ଯ୍ୟ ହୋଇଛି । ଡିସେମ୍ବର 5 ତାରିଖରେ ମତଦାନ ହେବାକୁ ଥିବା ବେଳେ, ଡିସେମ୍ବର 8ରେ ଭୋଟ ଗଣତି ହେବ ।

ଏହାବି ପଢନ୍ତୁ- Padmapur By-Poll: ପଦ୍ମପୁରରେ ଥିଲା ଦ୍ୱୈତ ବିଧାୟକ ପ୍ରଥା, ନିର୍ବାଚନମଣ୍ଡଳୀରୁ ଆସିଛନ୍ତି ପାୱାରଫୁଲ ମନ୍ତ୍ରୀ

ପଦ୍ମପୁରର ବିଜେଡି ବିଧାୟକ ୬୫ ବର୍ଷିଅ ବିଜୟ ରଞ୍ଜନ ସିଂହ ବରିହାଙ୍କ ଦେହାନ୍ତ ପରେ ଏହି ବିଧାନସଭା ଆସନଟି ଖାଲି ପଡିଛି । ଅକ୍ଟୋବର ୨ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ବିଜୟ ରଞ୍ଜନଙ୍କ ଦେହାନ୍ତ ହୋଇଥିଲା । ବିଜୟ ପଦ୍ମପୁର ଆସନରୁ ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଗତ ୨୦୧୪ ବିଧାନସଭା ନିର୍ବାଚନରେ ସେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ଠାରୁ ପରାସ୍ତ ହୋଇଥିଲେ । ପୁଣି ଥରେ ପ୍ରଦୀପଙ୍କୁ ବିଜୟ ୨୦୧୯ରେ ପରାସ୍ତ କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.