ETV Bharat / state

ବରଗଡ଼ରେ ରବିଋତୁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ

author img

By

Published : May 13, 2022, 11:28 AM IST

ବରଗଡ଼ RMC ଓ ଅତାବିରା RMCରେ ରବିଋତୁ ଫସଲ ପାଇଁ ଧାନ କିଣାବିକା ପ୍ରକ୍ରିୟା ଆରମ୍ଭ । ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ସ୍ଥାନୀୟ RMC ଠାରେ ଧାନ କିଣା ପ୍ରକ୍ରିୟାର ଶୁଭ ଉଦଘାଟନ କରିଛନ୍ତି । ଅଧିକ ପଢନ୍ତୁ

ବରଗଡ଼ରେ ଆରମ୍ଭ ହେଲା ରବିଋତୁ ଧାନ ସଂଗ୍ରହ ପ୍ରକ୍ରିୟା

ବରଗଡ଼: ଆରମ୍ଭ ହେଲା ଓଡ଼ିଶାର ଭାତହାଣ୍ଡି ବରଗଡ଼ ଜିଲ୍ଲାରେ ରବିଋତୁ 2021-2022 ପାଇଁ ଧାନ କିଣାବିକା ପ୍ରକ୍ରିୟା । ବରଗଡ଼ RMC ଓ ଅତାବିରା RMCରେ ରବିଋତୁ ଫସଲ ପାଇଁ ଧାନ କିଣାବିକା ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ଆସନ୍ତା 15 ତାରିଖ ଦିନ ପଦ୍ମପୁର RMCରେ ଧାନ କିଣାପ୍ରକ୍ରିୟା ଆରମ୍ଭ ହେବ । ତେବେ ବରଗଡ଼ RMCର 64ଟି ଓ ଅତାବିରା RMCର 59ଟି ମିଶାଇ ସମୁଦାୟ 123ଟି ମଣ୍ଡିରେ ଧାନକିଣା ପ୍ରକ୍ରିୟା ଆରମ୍ଭ ହୋଇଥିବା ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି ।

ଚଳିତ ରବିଋତୁ ନିମନ୍ତେ ସମଗ୍ର ବରଗଡ଼ ଜିଲ୍ଲାରୁ 40,7258 କ୍ବିଣ୍ଟାଲ ଧାନ ସଂଗ୍ରହ କରାଯିବାର ଧାର୍ଯ୍ୟ କରାଯାଇଛି ବୋଲି ଅଧିକାରୀ କହିଛନ୍ତି । ସେହିପରି 24 ଦିନ ପାଇଁ ଟୋକନ ଅବଧି ରହିଥିବା ବେଳେ ଜିଲ୍ଲାର ଚାଷୀ ଏହାକୁ ସ୍ବାଗତ କରିଛନ୍ତି । ଆହୁରି ଏହି ଋତୁରେ ଧାନକ୍ରୟ ପାଇଁ ସମଗ୍ର ବରଗଡ଼ ଜିଲ୍ଲାରୁ 81,371 ଜଣ ଚାଷୀଙ୍କ ମଧ୍ୟରୁ ଧାନ ବିକ୍ରି ପାଇଁ 78056 ଜଣ ଚାଷୀଙ୍କ ପଞ୍ଜୀକରଣ କରାଯାଇଛି ।

ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ସ୍ଥାନୀୟ RMC ଠାରେ ଧାନ କିଣା ପ୍ରକ୍ରିୟାର ଶୁଭ ଉଦଘାଟନ କରିଛନ୍ତି । ବିଭାଗୀୟ ଅଧିକାରୀ ଓ ଅଞ୍ଚଳର ଚାଷୀମାନେ ଏହି ସମୟରେ ଉପସ୍ଥିତ ଥିଲେ । ତେବେ ଏଥର ଧାନକିଣା ପ୍ରକ୍ରିୟାକୁ ସହଜ, ସରଳ ଓ ସୁବିଧା ଯୋଗ୍ୟ, ଶୃଙ୍ଖଳିତ କରାଯାଇଥିବା ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି ।

ବରଗଡ଼ରୁ ରାଜେସ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.