ETV Bharat / state

ମୁଖ୍ଯମନ୍ତ୍ରୀ କହିଛନ୍ତି ମାନେ, ଡିସେମ୍ବର ସୁଦ୍ଧା ପଦ୍ମପୁରକୁ ଜିଲ୍ଲା ମାନ୍ୟତା: ବିଧାୟିକା ବର୍ଷା

author img

By ETV Bharat Odisha Team

Published : Oct 3, 2023, 5:37 PM IST

ଡିସେମ୍ବର ସୁଦ୍ଧା ପଦ୍ମପୁରକୁ ଜିଲ୍ଲା ମାନ୍ୟତା ମିଳିବା ନେଇ ସୂଚନା ଦେଲେ ସ୍ଥାନୀୟ ବିଧାୟିକା ବର୍ଷା ସିଂ ବରିହା । କହିଲେ ମୁଖ୍ୟମନ୍ତ୍ରୀଙ୍କ ଉପରେ ପୂର୍ଣ୍ଣ ବିଶ୍ବାସ ରହିଛି, ସେ କହିଛନ୍ତି ମାନେ କରିବେ । ଅଧିକ ପଢ଼ନ୍ତୁ

ଡିସେମ୍ବର ସୁଦ୍ଧା ଜିଲ୍ଲା ମାନ୍ୟତା ପାଇବ ପଦ୍ମପୁର, ମଖ୍ୟମନ୍ତ୍ରୀଙ୍କ ଉପରେ ପୂର୍ଣ୍ଣ ଭରସା ଥିବା କହିଲେ ବିଧାୟିକା ବର୍ଷା

ଡିସେମ୍ବର ସୁଦ୍ଧା ପଦ୍ମପୁରକୁ ଜିଲ୍ଲା ମାନ୍ୟତା, ମଖ୍ୟମନ୍ତ୍ରୀଙ୍କ ଉପରେ ପୂର୍ଣ୍ଣ ଭରସା ଥିବା କହିଲେ ବିଧାୟିକା ବର୍ଷା

ଭୁବନେଶ୍ବର: ପଦ୍ମପୁରକୁ କେବେ ମିଳିବ ଜିଲ୍ଲା ମାନ୍ୟତା । ମୁଖ୍ୟମନ୍ତ୍ରୀଙ୍କ ଘୋଷଣାର କେବେ ହେବ ସଫଳ ରୂପାୟନ । ନବୀନଙ୍କ ପ୍ରତିଶ୍ରୁତି ପୂରଣ ହେବ, ନା ଘୋଷଣା କେବଳ ଘୋଷଣାରେ ହିଁ ରହିଯିବ । ଏହାରି ଭିତରେ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ନେଇ ଆସିଛି ବଡ଼ ଅପଡେଟ । ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ଅନୁସାରେ ଚଳିତ ଡିସେମ୍ବର ସୁଦ୍ଧା ପଦ୍ମପୁର ଜିଲ୍ଲା ମାନ୍ୟତା ପାଇବାକୁ ଯାଉଥିବା କହିଛନ୍ତି ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ।

ବିଧାୟିକା ବର୍ଷା କହିଛନ୍ତି,"ଚଳିତବର୍ଷ ଡିସେମ୍ବର ସୁଦ୍ଧା ପଦ୍ମପୁର ଜିଲ୍ଲା ମାନ୍ୟତା ପାଇବାକୁ ଯାଇଛି । ମୁଖ୍ୟମନ୍ତ୍ରୀ ଯାହା କହନ୍ତି, ତାହା କରନ୍ତି । ସେ କହିଛନ୍ତି ମାନେ ନିଶ୍ଚୟ କରିବେ । ମୁଖ୍ୟମନ୍ତ୍ରୀ ଡିସେମ୍ବର ମାସ ସୁଦ୍ଧା ଡେଡ଼ଲାଇନ୍‌ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଉପରେ ମୋର ପୂର୍ଣ୍ଣ ବିଶ୍ୱାସ ରହିଛି ।"

ସେହିପରି ସେ କେନ୍ଦୁପତ୍ର ତୋଳାଳିଙ୍କ ଉପରେ ଲାଗୁ ହୋଇଥିବା ଜିଏସଟି ଉପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ନେତାଙ୍କ ଉପରେ ବର୍ଷିଛନ୍ତି ବର୍ଷା । ବର୍ଷା କହିଛନ୍ତି,"ପଦ୍ମପୁର ଉପ ନିର୍ବାଚନର ପ୍ରଚାର ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସିଥିଲେ । ସେତେବେଳେ କେନ୍ଦ୍ରମନ୍ତ୍ରୀ କହିଥିଲେ କେନ୍ଦୁପତ୍ର ତୋଳାଳୀମାନଙ୍କର ଯେଉଁ 18 ପ୍ରତିଶତ ଜିଏସଟି ଲାଗୁ ହୋଇଛି ତାହା ଛାଡ଼ କରିବେ । କେନ୍ଦ୍ର ସରକାରରେ ସେ ଦୃଷ୍ଟି ଆକର୍ଷଣ କରିବେ । ଏ ପର୍ଯ୍ୟନ୍ତ ସେ କିଛି ପଦକ୍ଷେପ ନେଇନାହାନ୍ତି ।"

ଆହୁରି ମଧ୍ୟ ବର୍ଷା କହିଛନ୍ତି, "କେନ୍ଦୁପତ୍ର ତୋଳାଳୀ ସଂଘ ସଭାପତି ଥିବା ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ କଣ କରିଛନ୍ତି ? ନିର୍ବାଚନ ଓ ଉପ ନିର୍ବାଚନ ସମୟରେ କେନ୍ଦୁପତ୍ର ତୋଳାଳୀଙ୍କ ନେଇ ରାଜନୀତି କରିବା ବନ୍ଦ କରନ୍ତୁ । 10 ଲକ୍ଷ କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ କିଛି କରିନାହାନ୍ତି । ପଶ୍ଚିମ ଓଡ଼ିଶାରୁ 5 ବିଜେପି ସାଂସଦ ଦିଲ୍ଲୀ ଯାଇଛନ୍ତି । ବିଜେଡି ସାଂସଦ ଦିଲ୍ଲୀରେ ସ୍ୱର ଉଠାଉଥିବା ବେଳେ ବିଜେପି ସାଂସଦ ଚୁପ୍‌ ରହୁଛନ୍ତି । ଜିଏସ୍‌ଟି ଉଠାଇବା ଲାଗି କାହିଁକି ଦାବି କରୁନାହାନ୍ତି ।"

ବର୍ଷା କହିଛନ୍ତି, ମୁଖ୍ୟମନ୍ତ୍ରୀ ବାରମ୍ବାର କେନ୍ଦ୍ରକୁ ଏନେଇ ଚିଠି ଲେଖିଛନ୍ତି । ପଦ୍ମପୁର ଉପ ନିର୍ବାଚନ ସମୟରେ ମଧ୍ୟ ଉଠାଇଥିଲେ । 10 ଲକ୍ଷ ମହିଳା କେନ୍ଦୁପତ୍ର ଉପରେ ନିର୍ଭର କରୁଛନ୍ତି । ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି ଯେ, କେନ୍ଦୁପତ୍ରରୁ ଯେଉଁ ଜିଏସ୍‌ଟି ଆସିବ, ସେଥିରେ ସେମାନଙ୍କ ଉନ୍ନୟନରେ ବିନିଯୋଗ ହେବ । 250 କୋଟି ଟଙ୍କା ତିନି ପର୍ଯ୍ୟାୟରେ କେନ୍ଦୁପତ୍ର ତୋଳାଳୀଙ୍କୁ ଦେଇଛୁ । ବିଜେପି ସାଂସଦମାନଙ୍କୁ କାହିଁକି ଆମ ମହିଳାଙ୍କ ଲୁହ ଦେଖାଯାଉ ନାହିଁ । କାହିଁକି ସେମାନେ ସ୍ବର ଉତ୍ତୋଳନ କରୁନାହାନ୍ତି । ନିର୍ବାଚନ ସମୟରେ ରାଜନୀତି କରି ପରେ ବିଜେପି ନେତାମାନେ ଚୁପ୍‌ ବସିଯାଆନ୍ତି ବୋଲି ବର୍ଷା କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.