ETV Bharat / state

ଆମ୍ବୁଲାନ୍ସରେ ନଥିଲା ଅକ୍ସିଜେନ, ଅଣନିଶ୍ବାସୀ ହୋଇ ବୃଦ୍ଧ ମୃତ ! - ambulance

ଆମ୍ବୁଲାନ୍ସର ଖାଲି ଅକ୍ସିଜେନ ସିଲିଣ୍ଡର ନେଇଗଲା ଆହତ ବୃଦ୍ଧଙ୍କ ଜୀବନ । ଏକ ସଡ଼କ ଦୁର୍ଘଟଣାରେ ଆହତ ହୋଇଥିବା ଜଣେ ବୟସ୍କଙ୍କ ମୃତ୍ୟୁ ପରେ ଏଭଳି ଅଭିଯୋଗ ବାଢ଼ିଛନ୍ତି ସ୍ଥାନୀୟ ଲୋକେ । ଘଟଣାସ୍ଥଳରେ ଉତ୍ତେଜନା ଓ ରାସ୍ତାରୋକ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ଼
author img

By

Published : May 22, 2019, 10:11 PM IST

ବରଗଡ଼: ଭଟଲି ରାସ୍ତାସ୍ଥିତ ବରଡୋଲ ଠାରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଟ୍ରକ ଧକ୍କାରେ ଜଣେ ବୃଦ୍ଧ ଗୁରୁତର ଆହତ ହେବାପରେ ପରବର୍ତ୍ତୀ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ତେବେ ଆମ୍ବୁଲାନ୍ସ କର୍ମଚାରୀଙ୍କ ଖାମଖିଆଲ ମନୋଭାବ ଯୋଗୁଁ ବୃଦ୍ଧଙ୍କ ଜୀବନ ଯାଇଥିବା ଅଭିଯୋଗ ଉଠିଛି । ଯାହାକୁ ନେଇ ରାସ୍ତାରୋକୋ କରିଥିଲେ ଲୋକେ ।

ସୂଚନାଯୋଗ୍ୟ, ଟ୍ରକଟି ଭଟଲି ପଟୁ ବରଗଡ ଆଡ଼କୁ ଦ୍ରୁତ ଗତିରେ ଆସୁଥିବାବେଳେ ଭାରସାମ୍ୟ ହରାଇ ବସିଥିଲା । ରାସ୍ତାରେ ଯାଉଥିବା ଜଣେ ବୃଦ୍ଧଙ୍କୁ ପଛପଟୁ ଧକ୍କା ଦେଇ ବରଡୋଲ କେନାଲ ବ୍ରିଜ ଉପରେ ଓଲଟି ପଡିଥିଲା । ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବାବେଳେ ବୃଦ୍ଧ ବ୍ୟକ୍ତିଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଆମ୍ବୁଲାନ୍ସ ଡକାଇଥିଲେ । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ ଆମ୍ବୁଲାନ୍ସ ଆସିବା ଯାଏଁ ତାଙ୍କର ନିଶ୍ବାସ ଚାଲିଥିଲା । ତେବେ ଆମ୍ବୁଲାନ୍ସରେ ଥିବା ଅକ୍ସିଜେନ ସିଲିଣ୍ଡର ଖାଲି ଥିବାରୁ ମାସ୍କ ଲାଗିବା ପରେ ସେ ଅଣନିଶ୍ବାସୀ ହୋଇ ପ୍ରାଣ ହାରିଥିବା ଅଭିଯୋଗ ହୋଇଛି । ହସ୍ପିଟାଲରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିବା ପରେ ଉତ୍ୟକ୍ତ ଲୋକେ ବରଗଡ-ଭଟଲି ରାସ୍ତା ବନ୍ଦ କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ଼

ଆମ୍ବୁଲାନ୍ସ କର୍ମଚାରୀଙ୍କ ଏଭଳି ଖାମଖିଆଲ ମନୋଭାବ ଯୋଗୁଁ ବାରମ୍ବାର ବହୁ ଜୀବନ ହାନି ହେଉଥିବା ଲୋକେ ଅଭିଯୋଗ କରିଛନ୍ତି । ମୃତ ବ୍ୟକ୍ତିଙ୍କ ପରିବାରକୁ କ୍ଷତିପୂରଣ ଦେବା, ଘଟଣାସ୍ଥଳରେ ରାସ୍ତାରେ ହମ୍ପ୍ସ ନିର୍ମାଣ ଓ ଆମ୍ବୁଲାନ୍ସର ଫାର୍ମାସିଷ୍ଟଙ୍କୁ ଚାକିରୀରୁ ବହିଷ୍କାର କରାଯିବା ନେଇ ଲୋକେ ଦାବି କରିଥିଲେ । ଶେଷରେ ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା । ସମସ୍ତ ଦାବି ପୂରଣ କରାଯିବା ନେଇ ପ୍ରତିଶ୍ରୁତି ଦିଆଯିବା ପରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା । ତେବେ ଦୁର୍ଘଟଣା ଯୋଗୁଁ ବୃଦ୍ଧଙ୍କ ପ୍ରାଣବାୟୁ ଚାଲିଗଲା ନାଁ ଆମ୍ବୁଲାନ୍ସରେ ରହିଥିବା ଫାର୍ମାସିଷ୍ଟଙ୍କ ଅବହେଳାରୁ ତାହା ସନ୍ଦେହ ଘେରରେ ରହିଛି ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

||ବରଗଡ ||
ବରଗଡ ଭଟଲି ରାସ୍ତା ସ୍ଥିତ ବରଡୋଲ ଠାରେ ଏକ ଟ୍ରକ ଧକ୍କାରେ ଜଣେ ବୃଦ୍ଧା ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି | ଟ୍ରକଟି ଭଟଲି ପଟୁ ବରଗଡକୁ ଦ୍ରୁତ ଗତିରେ ଆସୁଥିବା ବେଳେ ଭାରସାମ୍ୟ ହରାଇ ବସିଥିଲା ଏବଂ ରାସ୍ତାରେ ଯାଉଥିବା ଜଣେ ବୃଦ୍ଧାଙ୍କୁ ପଛପଟୁ ଧକ୍କା ଦେଇ ବରଡୋଲ କେନାଲ ବ୍ରିଜ ଉପରେ ଓଲଟିପଡିଥିଲା | ଟ୍ରକ ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଉକ୍ତ ଟ୍ରକ ଟି ପୋଲ ଉପରେ ଓଲଟି ପଡିରହିଛି ଏବଂ ବରଗଡ ଭଟଲି ରାସ୍ତା ମଧ୍ୟରେ ଯାତାୟାତ ସଂପୂର୍ଣ୍ଣ ବନ୍ଦ ହୋଇରହିଛି | ଟ୍ରକଟି ଧକ୍କା ଦେଇଥିବା ବୃଦ୍ଧ ବ୍ୟକ୍ତିଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ବରଗଡ ମୁଖ୍ୟ ଚିକିତ୍ସାଳୟକୁ ଏମ୍ବୁଲେନ୍ସ ଯୋଗେ ଆଣିବା ବେଳକୁ ଡାକ୍ତରଖାନାରେ ଉକ୍ତ ବୃଦ୍ଧାଙ୍କୁ ଡାକ୍ତର ମୃତ ଘୋଷଣା କରିଦେଇଥିଲେ | ତେବେ ସ୍ଥାନୀୟ ବାସିନ୍ଦା ଉକ୍ତ ବୃଦ୍ଧଙ୍କୁ ଡାକ୍ତରଖାନାକୁ ଆଣିବା ପାଇଁ 108 ଏମ୍ବୁଲେନ୍ସ କୁ ଡକାଇଥିଲେ ଏବଂ ଗୁରୁତର ଅବସ୍ଥାରେ ଡାକ୍ତରଖାନାକୁ OD 02N 7569 ନମ୍ବର ଏମ୍ବୁଲେନ୍ସ ରେ ଅପରାହ୍ନ 2 ଟା ସମୟରେ ନେବାବେଳେ ବୃଦ୍ଧ ଜଣକ ଜୀବିତ ରହିଥିଲେ କିନ୍ତୁ ଏମ୍ବୁଲେନ୍ସ ରେ ଅକ୍ସିଜେନ ନଥିଲେ ମଧ୍ୟ ଏମ୍ବୁଲେନ୍ସ ରେ ରହିଥିବା ଫାର୍ମାଶିଷ୍ଟ  ବୃଦ୍ଧ ଜଣଙ୍କୁ  ମୂହରେ ମାସ୍କ ଗେଞ୍ଜି ଦେବାରୁ ଅଣନିଶ୍ଵାଶୀ ହୋଇ ବୃଦ୍ଧ ଜଣକ ମୃତ୍ୟୁ ବରଣ କରିଥିବା ଲୋକେ ଅଭିଯୋଗ କରିଛନ୍ତି | ତେବେ ଏମ୍ବୁଲେନ୍ସ କର୍ମଚାରୀଙ୍କ ଏଭଳି ଖାମଖିଆଳି ମନୋଭାବ ଯୋଗୁଁ ବାରମ୍ବାର ବହୁ ଜୀବନ ହାନି ହେଉଥିବାରୁ ଲୋକେ ବରାଡୋଲ ରାସ୍ତାରେ ଆନ୍ଦୋଳନକୁ ଅହଲ୍ଲାଇଥିଲେ | ମରୁତ ବ୍ୟକ୍ତିଙ୍କ ପରିବାରକୁ କ୍ଷତିପୂରଣ ଦିଆଯାଉ , ଘଟଣା ସ୍ଥଳରେ ରାସ୍ତାରେ ହମ୍ପ୍ସ ଦିଆଯାଉ ଓ ଏମ୍ବୁଲେନ୍ସ ର ଫାର୍ମାଶିଷ୍ଟ କୁ ଚାକିରିରୁ ବହିସ୍କାର କରାଯାଉ ବୋଲି ଦାବି ରଖିଛନ୍ତି | ଘଟଣା ସ୍ଥଳକୁ ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝା ସୁଝା କରି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ ଓ ଲୋକଙ୍କ ସମସ୍ତାଦାବି ପୂରଣ କରାଯିବ ବୋଲି ପ୍ରୀତିଶ୍ରୁତି ଦିଆଯିବାରୁ ଲୋକେ ଆନ୍ଦୋଳନରୁ ହଟିଥିଲେ | ତେବେ ଦୁର୍ଘଟଣା ଯୋଗୁଁ ଉକ୍ତ ବୃଦ୍ଧାଙ୍କ ପ୍ରାଣବାଯୁ ଚାଲିଗଲା ନାଁ  ଏମ୍ବୁଲେନ୍ସ ରେ ରହିଥିବା ଫାର୍ମାଶିଷ୍ଟ ଙ୍କର ଅବହେଳାରୁ ତାହା ସନ୍ଦେହ ଘେରରେ ରହିଛି |

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.