ETV Bharat / state

ବରଗଡ ଗସ୍ତରେ ମନ୍ତ୍ରୀ ରଘୁନନ୍ଦନ ଦାସ, ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପର କଲେ ସମୀକ୍ଷା - ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପ ବରଗଡ

ଜଳ ସମ୍ପଦ ତଥା ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ବରଗଡ଼ ଗସ୍ତ(Water Resources And I & PR Minister Raghunandan Das, Odisha) । ଗଙ୍ଗାଧର ମେହେର ବୃହତ ଜଳସେଚନ ପ୍ରକଳ୍ପର ସମୀକ୍ଷା କଲେ । ଅଧିକ ପଢନ୍ତୁ

ବରଗଡ ଗସ୍ତରେ ମନ୍ତ୍ରୀ ରଘୁନନ୍ଦନ ଦାସ, ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପର କଲେ ସମୀକ୍ଷା

author img

By

Published : Jan 4, 2022, 10:29 PM IST

ବରଗଡ଼: ଜିଲ୍ଲାର ସର୍ବ ବୃହତ ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପ ମାର୍ଚ୍ଚ 2023 ମଧ୍ୟରେ ଶେଷ ହେବାକୁ ଥିବାବେଳେ ନିର୍ମାଣାଧୀନ ଏହି ପ୍ରକଳ୍ପର ତଦାରଖ କରିବାକୁ ଆଜି(ମଙ୍ଗଳବାର) ବରଗଡ଼ରେ ପହଞ୍ଚିଲେ ଜଳ ସମ୍ପଦ ତଥା ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାଶ(Water Resources And I & PR Minister Raghunandan Das, Odisha) ।

ବରଗଡ ଗସ୍ତରେ ମନ୍ତ୍ରୀ ରଘୁନନ୍ଦନ ଦାସ, ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପର କଲେ ସମୀକ୍ଷା
ବରଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ବରଗଡ଼ ଜିଲ୍ଲାପାଳ ମନୀଷା ବାନାର୍ଜି, ଆରକ୍ଷୀ ଅଧୀକ୍ଷକ ରାହୁଲ ଜେନ, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ବିଜେପୁର ବିଧାୟିକା ରିତା ସାହୁ ପ୍ରମୁଖ ଯୋଗ ଦେଇଥିଲେ । ବୃହତ ଜଳସେଚନ ପ୍ରକଳ୍ପର କାର୍ଯ୍ୟଟି କେତେଦୂର ପ୍ରଗତି ହୋଇଛି ତଥା ଆହୁରି ପ୍ରକଳ୍ପ କାମକୁ କିପରି ତ୍ୱରାନ୍ୱିତ କରାଯାଇପାରିବ ଏହା ଉପରେ ଆଲୋଚନା କରିଛନ୍ତି । ଏଥିସହ କାମକୁ ଠିକ ଭାବରେ କରିବାକୁ ମନ୍ତ୍ରୀ ରଘୁନନ୍ଦନ ଦାସ ପରାମର୍ଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଚାଷୀଙ୍କ ହିତ ପାଇଁ କରାଯାଇଥିବା 129 ଗୋଟି ଗାଁର 25600 ହେକ୍ଟର ଜମିରେ ଜଳସେଚନ ବ୍ୟବସ୍ଥା ଦ୍ଵାରା ଏଠାକାର ଚାଷୀ ବେଶ ଉପକୃତ ହେବେ ବୋଲି ମନ୍ତ୍ରୀ ରଘୁନନ୍ଦନ ଦାସ କହିଛନ୍ତି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.