ETV Bharat / state

ଭାତହାଣ୍ଡିରେ ଭୂମିହୀନଙ୍କ ଦୁର୍ଦ୍ଦଶା

ଓଡିଶାର ଭାତହାଣ୍ଡିରେ ଭୂମିହୀନର ଦୁଃଖ କାହାଣୀ । ରାସ୍ତାକଡ ସରକାରୀ ଜମି ସାଜିଛି ବାସସ୍ଥାନ । ଝୁପୁଡି ଘରେ ଜୀବନ ବିତୁଛି । ସରକାରୀ ସୁବିଧାସୁଯୋଗରୁ ଏମାନେ ବଞ୍ଚିତ ।

author img

By

Published : Apr 30, 2019, 9:05 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ

ବରଗଡ: ରାସ୍ତା ଦୁଇ ପାର୍ଶ୍ବରେ ଥିବା ସରକାରୀ ଜମିରେ ଝୁପୁଡି ଘର । ଯେଉଁଠି 50 ବର୍ଷ ହେଲା ଜୀବନ ଅତିବାହିତ କରୁଛନ୍ତି 35 ପରିବାର । ଚାରିଆଡେ ସିନା ଶସ୍ୟ ଶ୍ୟାମଳା ପରିବେଶ, ହେଲେ ଏମାନେ ମଜୁରୀ କରି ପରିବାର ପ୍ରତିପୋଷଣ କରନ୍ତି । ଭୋଟବେଳେ ନେତାଙ୍କ ଠୁ ମିଳେ ପ୍ରତିଶ୍ରୁତିର ପାହାଡ । ହେଲେ ଏମାନେ ଭଲରେ ବୁଝିଥାନ୍ତି ଯେ ଖଟିଲେ ଖାଇବେ, ନଖଟିଲେ ଉପାସ ରହିବାକୁ ପଡିବ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ଏ କାହାଣୀ ବରଗଡ଼ ଭେଡେନ ବ୍ଲକ ଅନ୍ତର୍ଗତ କୁରୁଆଁ ଗାଁ ନିକଟରେ ରହିଥିବା ଏକ ଛୋଟ ବସ୍ତିର । ଦୀର୍ଘ ଦିନ ହେଲା ଏଠି ରହିଆସୁଛନ୍ତି ଏହି 35 ପରିବାର । ଭୂମିହୀନ ହୋଇଥିବାରୁ ସରକାରୀ ଘର ବି ମିଳିପାରୁନି । ‘କାଳିଆ’ ଆଉ ‘ପିଏମ କିଷାନ’ ଯୋଜନାରୁ ବି ଏମାନେ ବଞ୍ଚିତ । ଜମିପଟ୍ଟା ମିଳିବ ଏବଂ ତାପରେ ସରକାରୀ ଘର ମିଳିବ, ଏଭଳି କିଛି ପ୍ରତିଶ୍ରୁତି ଏମାନଙ୍କୁ ବି ମିଳେ । ହେଲେ ଏମାନଙ୍କ ପାଇଁ ପ୍ରତିଶ୍ରୁତି ପାଣିର ଗାର ।

ଦୁର୍ଘଟଣା ଏଠି ଏକ ନିତିଦିନିଆ ଘଟଣା । କାହିଁକିନି ରାସ୍ତା ପାର୍ଶ୍ବରେ ହିଁ ଏମାନଙ୍କ ଜନବସତି । ଖେଳକୁଦ ସମୟରେ ବସ୍ତିର କୁନିକୁନି ପିଲା ରାସ୍ତାକୁ ଦୌଡି ଆସି ଦୁର୍ଘଟଣାର ଶିକାର ହୋଇଥିବା ନଜିର ବି ରହିଛି । ହେଲେ ଏ ପରିବାର ସବୁ ଯିବେ ବା କୁଆଡେ । ଭୂମିହୀନ ଖଟିଖିଆ ଲୋକର ସାହାରା ବା କ’ଣ । ଏବେବି ଅପେକ୍ଷା ସେହି ସରକାରୀ ସହାୟତାକୁ । କେବେ ମିଳିବ ଜମି ଆଉ ସରକାରୀ ଘର । କେବେ ଏମାନଙ୍କ ମୁହଁରେ ହସ ଫୁଟିବ, ତାକୁ ହିଁ ଅପେକ୍ଷା ।

ବରଗଡରୁ ରାଜେଶ ସରାଫ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.