ETV Bharat / state

ଗାଁକୁ ନାହିଁ ରାସ୍ତା, ଷ୍ଟ୍ରେଚରରେ ବୁହାହେଲେ ରୋଗୀ

ଏବେବି ସମସ୍ୟା ଘେରରେ ବରଗଡ ଜିଲ୍ଲା । ଗାଁକୁ ଯା' ଆସ ପାଇଁ ନାହିଁ ଖଣ୍ଡିଏ ରାସ୍ତା । ମେଡିକାଲକୁ ଚିକିତ୍ସା ପାଇଁ ଯିବାକୁ ହେଲେ ଗାଁରେ ଆମ୍ବୁଲାନ୍ସ ପହଁଞ୍ଚିବା ଗ୍ରାମବାସୀଙ୍କ ପାଇଁ ସାତ ସପନ । ଷ୍ଟ୍ରେଚରରେ ବୁହାହୋଇ ହସ୍ପିଟାଲ ଯାଉଛନ୍ତି ରୋଗୀ । ଅଧିକ ପଢନ୍ତୁ...

ଗାଁକୁ ନାହିଁ ରାସ୍ତା, ଷ୍ଟ୍ରେଚରରେ ବୁହାହେଲେ ରୋଗୀ
ଗାଁକୁ ନାହିଁ ରାସ୍ତା, ଷ୍ଟ୍ରେଚରରେ ବୁହାହେଲେ ରୋଗୀ
author img

By

Published : Aug 1, 2021, 10:19 PM IST

ବରଗଡ: ଗାଁ କୁ ନାଁ ଅଛି ରାସ୍ତା ନାଁ ଯାଉଛି ଗାଡି ମଟର କିମ୍ବା ଆମ୍ବୁଲାନ୍ସ । ଯାହା ଫଳରେ କି ଗୁରୁତର ରୋଗୀଙ୍କୁ ଆମ୍ବୁଲାନ୍ସରେ ନେବାକୁ ଦୀର୍ଘ ଦୁଇ କିଲୋମିଟର ପର୍ଯ୍ୟନ୍ତ ଷ୍ଟ୍ରେଚରରେ ବୋହିକି ଆଣିଛନ୍ତି ଆମ୍ବୁଲାନ୍ସ କର୍ମଚାରୀ । ଦୃଶ୍ୟଟିକୁ ଦେଖିଲେ ଜଣାପଡୁଛି କି କାଦୁଅ ପଚ ପଚ ରାସ୍ତା ଭିତରୁ ରୋଗୀଙ୍କୁ ଷ୍ଟ୍ରେଚର ସାହାଯ୍ୟରେ ବୋହି କରି ନେଉଛନ୍ତି ଆମ୍ବୁଲାନ୍ସ କର୍ମଚାରୀ । ଏହି ଦୃଶ୍ୟଟି କୌଣସି ଉପାନ୍ତ ଅଞ୍ଚଳର ଦୃଶ୍ୟ ନୁହେଁ ବରଂ ଏ ହେଉଛି ବରଗଡ଼ ସହର ସ୍ଥିତ ରେଲୱେ ଷ୍ଟେସନରୁ ମାତ୍ର 2 କିଲୋମିଟର ଦୂରରେ ରହିଥିବା ଏକ ଗ୍ରାମର ଦୃଶ୍ୟ ।

ଗାଁକୁ ନାହିଁ ରାସ୍ତା, ଷ୍ଟ୍ରେଚରରେ ବୁହାହେଲେ ରୋଗୀ

ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବରଗଡ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ତୋରା ପଞ୍ଚାୟତର ବଡ଼ଟିକରା ଗ୍ରାମରେ । ଏହି ଗାଁର ଶିବୁ ଦାସ ନାମକ ଜଣେ ଅସହାୟ ବ୍ୟକ୍ତି ଗୁରୁତର ଅସୁସ୍ଥ ହୋଇପଡିଥିଲେ । ତେବେ ଗାଁ ଲୋକେ ତାଙ୍କୁ ମେଡ଼ିକାଲ ନେବାପାଇଁ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ କିନ୍ତୁ ରାସ୍ତାଟି କାଦୁଅ ପଚ ପଚ ହୋଇଥିବାରୁ ଗ୍ରାମ ମଧ୍ୟକୁ ଆମ୍ବୁଲାନ୍ସଟି ପ୍ରବେଶ କରିପାରିନଥିଲା । ଫଳରେ ଆମ୍ବୁଲାନ୍ସ ଚାଳକ ପ୍ରଦ୍ୟୁମ୍ନ ଭୋଇ ଓ 108ର ଫାର୍ମାଶିଷ୍ଟ ଦିବ୍ୟ ମେହେର ଉଭୟ ଦୀର୍ଘ ୨ କିଲୋମିଟର ପର୍ଯ୍ୟନ୍ତ ରୋଗୀକୁ ଷ୍ଟ୍ରେଚରରେ ବୋହି କରି ନେଇଥିଲେ ।

ଗ୍ରାମକୁ ପକ୍କା ରାସ୍ତାଟିଏ ମଧ୍ୟ ନଥିବାରୁ ଜରୁରୀକାଳୀନ ପରିସ୍ଥିତିରେ ଏପରି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ । ତେବେ ବରଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ମାତ୍ର ୫କିଲୋମିଟର ଦୂରରେ ଅବସ୍ଥିତ ବଡଟିକିରା ଗ୍ରାମକୁ ଆଜିଯାଏଁ ବିକାଶ ଅପହଞ୍ଚ ହୋଇ ରହିଥିବାବେଳେ ନାଁ ଶାସକ ଦଳକୁ ଦେଖାଯାଇଛି ଏହି ଗ୍ରାମର ସମସ୍ୟା ।

ସେପଟେ ମୁଖ୍ୟାଳୟରେ ରାଜନୀତି ଖେଳ ଖେଳୁଥିବା ବିରୋଧୀ ବିଜେପି ଓ କଂଗ୍ରେସ ଦଳର ନେତାଙ୍କ ଆଖିକୁ ଦେଖାଦେଇଥିଲା ଏହି ଗ୍ରାମର ସମସ୍ୟା । ଏପରିକି ଗ୍ରାମର ସମସ୍ୟା ବିଷୟରେ ବାରମ୍ବାର ଗ୍ରାମବାସୀ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଗ୍ରାମବାସୀଙ୍କୁ ନିରାଶ ହେବାକୁ ପଡିଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.