ETV Bharat / state

ବରଗଡରୁ ହଟିଲା କଟକଣା, ସନ୍ଧ୍ୟା 6 ଯାଏଁ ଖୋଲିବ ଦୋକାନ ବଜାର - bargarh collector

ଦୀର୍ଘ ଦିନ ପରେ ଜିଲ୍ଲାରେ କୋରୋନା କଟକଣାରେ କୋହଳ କରାଯାଇଛି । କେତେକ ଉପରେ ପୂର୍ବ ଭଳି କଟକଣା ରହିବା ସହ ଅନ୍ୟ କେତେକରେ କୋହଳ କରାଯାଇଛି । ଅଧିକ ପଢନ୍ତୁ....

ବରଗଡରୁ ହଟିଲା କଟକଟଣା
ବରଗଡରୁ ହଟିଲା କଟକଟଣା
author img

By

Published : Aug 5, 2020, 7:27 AM IST

Updated : Aug 5, 2020, 10:01 AM IST

ବରଗଡ: ଜିଲ୍ଲାରେ ମଙ୍ଗଳବାରରୁ କୋରୋନା କଟକଣାକୁ କୋହଳ କରାଯାଇଛି। ଏନେଇ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ବିଜ୍ଞପ୍ତି ଅନୁଯାୟୀ, ଏଣିକି ଜିଲ୍ଲାର ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ଅର୍ଥାତ ଦୋକାନ, ବଜାର ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲା ରହିବ। ଉଭୟ ଦୋକାନୀ ଓ ଗ୍ରାହକ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତ୍ୱକୁ ବାଧ୍ୟତାମୂଳକ କରାଯାଇଛି ।

ସେହିପରି ସେଲୁନ୍‌, ସ୍ପା, ବିଉଟିପାର୍ଲରରେ ଗରାଖଙ୍କ ସ୍ବାସ୍ଥ୍ୟ ସୁରକ୍ଷା ପ୍ରତି ଆବଶ୍ୟକ ସତର୍କତା, ସାନିଟାଇଜ ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଛି । କୌଣସି ସର୍ବସାଧାରଣ ସ୍ଥାନରେ ୭ ଜଣରୁ ଅଧିକଙ୍କ ସମାବେଶ ଉପରେ କଟକଣା ରହିଛି। ବିବାହ ଉତ୍ସବରେ 50 ଓ ଅନ୍ତିମ ସଂସ୍କାରରେ 20ରୁଅଧିକ ରହିବେ ନାହିଁ । ଏଥିସହ ସର୍ବସାଧାରଣ ଛେପ,ଖେଙ୍କାର ସହ ପାନ ମସଲା ଗୁଡଖା ପକାଇବାର ମଧ୍ୟ ବ୍ୟାନ କରାଯାଇଛି । ଏହାକୁ ଉଲ୍ଲଙ୍ଘନ କଲେ ଜରିମାନା ଆଦାୟ କରାଯିବ ।

ସନ୍ଧ୍ୟା 6 ଯାଏଁ ଖୋଲିବ ଦୋକାନ ବଜାର

ବିନା ପାସ ମଧ୍ୟରେ ଜିଲ୍ଲାର ବାହାରୁ ଭିତରେ ଗାଡି ଚଳାଚଳ କରିପାରିବ । ରେଜିଷ୍ଟ୍ରେସନ ସାର୍ଟିଫିକେଟ୍‌ ଅନୁଯାୟୀ,ବସ, ଅଟୋ, ରିକ୍ସା ଆଦିରେ ଉଦ୍ଦିଷ୍ଟ ସଂଖ୍ୟକ ଯାତ୍ରୀ ଯାତାୟାତ କରିବେ । ସମସ୍ତ କୋଭିଡ ଗାଇଡ ଲାଇନ ସହ ସର୍ବନିମ୍ନ ସଂଖ୍ୟକ କର୍ମଚାରୀଙ୍କୁ ନେଇ ସମସ୍ତ ସରକାରୀ, ବେସରକାରୀ ଅଫିସ୍‌, ବ୍ୟାଙ୍କ ଚାଲିବ ।

ଅନ୍ୟପଟେ, ପୂର୍ବଭଳି ଧାର୍ମିକ ଅନୁଷ୍ଠାନ, ପୂଜାପୀଠ ସିନେମା ହଲ, ସୁଇମିଂ ପୁଲ୍‌, ଥିଏଟର, ବାର୍‌, ଅଡିଟୋରିୟମ, ସାମାଜିକ, ସାଂସ୍କୃତିକ, ରାଜନୈତିକ କାର୍ଯ୍ୟକ୍ରମ, ସମାବେଶରେ କଟକଣା ଲାଗୁ ରହିଛି । ସ୍କୁଲ, କଲେଜ, କୋଚିଂ ସେଣ୍ଟର ଏବଂ ଅନ୍ୟ ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ଆସନ୍ତା ୩୧ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ । ରେଷ୍ଟୁରାଣ୍ଟ, ହୋଟେଲଗୁଡ଼ିକ ହୋମ ଡେଲିଭରି କରି ପାରିବେ ବୋଲି କଟକଣା ରହିଛି । ରାତ୍ରି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ରାତ୍ରିକାଳୀନ କର୍ଫୁ କଟକଣା ଲାଗୁ ହୋଇଛି । ଏହି ସମୟରେ ଅତ୍ୟାବଶକୀୟ ସାମଗ୍ରୀ ପାଇଁ ଅନୁମତି ରହିଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Last Updated : Aug 5, 2020, 10:01 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.