ETV Bharat / state

ଲକଡାଉନରେ ଅଣଦେଖା ଦୁଗ୍ଧ ଚାଷୀ: ବିକ୍ରି ହେଉନି କ୍ଷୀର, ପୋଷୁନି ପେଟ - ବରଗଡରେ କ୍ଷତିଗ୍ରସ୍ତ ଦୁଗ୍ଧ ଚାଷୀ

ବରଗଡ ଜିଲ୍ଲାରେ ଚାଷକାର୍ଯ୍ୟ ସହ ଦୁଗ୍ଧ ଚାଷର ରହିଛି ଯଥେଷ୍ଟ ଚାହିଦା ରହିଛି । ଅନେକ ଚାଷୀ କ୍ଷେତରେ ଚାଷକାର୍ଯ୍ୟ ସହ ଘରେ ଗୋରୁ ସେବା କରି ଦୁଗ୍ଧ ଚାଷ କରିଥାଆନ୍ତି । ହେଲେ ଲକଡାଉନ ପାଇଁ ଏବେ ବିପଦରେ ଏହି ଲାଭଦାୟୀ ଦୁଗ୍ଧ ବ୍ୟବସାୟ ।

neglected milk business in lockdown, milk business in bargarh, bargarh latest news, affected milk farmers in bargarh, milk business, ଲକଡାଉନରେ ଅଣଦେଖଖା ଦୁଗ୍ଧ ବ୍ୟବସାୟ, ବରଗଡରେ ଦୁଗ୍ଧ ବ୍ୟବସାୟ, ବରଗଡ ଲାଟେଷ୍ଟ ନ୍ୟୁଜ୍‌, ବରଗଡରେ କ୍ଷତିଗ୍ରସ୍ତ ଦୁଗ୍ଧ ଚାଷୀ, ଦୁଗ୍ଧ ବ୍ୟବସାୟ
ଲକଡାଉନରେ ଅଣଦେଖା ଦୁଗ୍ଧ ଚାଷୀ: ବିକ୍ରି ହେଉନି କ୍ଷୀର, ପୋଷୁନି ପେଟ
author img

By

Published : May 5, 2020, 6:49 PM IST

ବରଗଡ: ମହାମାରୀ କୋରୋନା ଗ୍ରାସରେ ସାରା ବିଶ୍ବ ପ୍ରଭାବିତ ହୋଇଥିବା ବେଳେ ଛୋଟ ବଡ ବିଭିନ୍ନ ବ୍ୟବସାୟ ଏଥିରେ କ୍ଷତିଗ୍ରସ୍ତ ହୋଇଛି । ଦେଶବ୍ୟାପୀ ଚାଲିଥିବା ଲକଡାଉନ ପାଇଁ ଦୋକାନ ବଜାର ବନ୍ଦ ରହିବା ସହିତ ଦୈନନ୍ଦିନ ରୋଜଗାରରେ ଲାଗିଛି ତାଲା । ସେପଟେ ଏସବୁ ଭିତରେ ଅଣଦେଖା ହୋଇ ରହିଯାଇଛି ଅତ୍ୟାବଶ୍ୟକୀୟ ସାମଗ୍ରୀ ଭାବେ ବ୍ୟବହୃତ ଦୁଗ୍ଧ ବ୍ୟବସାୟ । ବରଗଡ ଜିଲ୍ଲାର ହଜାର ହଜାର ଦୁଗ୍ଧ ବ୍ୟବସାୟୀ ଲକଡାଉନ ମଧ୍ୟରେ ନାହିଁ ନଥିବା ଅସୁବିଧା ଭୋଗୁଥିବା ଅଭିଯୋଗ କରିଛନ୍ତି ।

ଲକଡାଉନରେ ଅଣଦେଖା ଦୁଗ୍ଧ ଚାଷୀ: ବିକ୍ରି ହେଉନି କ୍ଷୀର, ପୋଷୁନି ପେଟ

ବରଗଡ ଜିଲ୍ଲାରେ ଚାଷକାର୍ଯ୍ୟ ସହ ଦୁଗ୍ଧ ଚାଷର ରହିଛି ଯଥେଷ୍ଟ ଚାହିଦା ରହିଛି । ଅନେକ ଚାଷୀ କ୍ଷେତରେ ଚାଷକାର୍ଯ୍ୟ ସହ ଘରେ ଗୋରୁ ସେବା କରି ଦୁଗ୍ଧ ଚାଷ କରିଥାଆନ୍ତି । ଏମିତିରେ କେବେ ବର୍ଷା କି ମରୁଡି ପାଇଁ ଚାଷରେ କ୍ଷତି ସହିଲେ ଏହାକୁ ଦୁଗ୍ଧ ଚାଷରେ ଭରଣା କରିଦିଅନ୍ତି ଅନେକ । ସେପଟେ ଆହୁରି କିଛି ଏପରି ଚାଷୀ ବି ଅଛନ୍ତି ଯେଉଁମାନେ ନିଜ ଜମା ପୁଞ୍ଜି ବିନିଯୋଗ କରି ଦାମିକିଆ ଗାଈ ଆଣି ପାଳନ କରନ୍ତି । ପରେ ଏହାର କ୍ଷୀରକୁ ବିଭିନ୍ନ ସୋସାଇଟିରେ ବିକି ଗୁଜୁରାଣ ମେଣ୍ଟାନ୍ତି । ହେଲେ ଲକଡାଉନ ପାଇଁ ଏବେ ବିପଦରେ ଏହି ଲାଭଦାୟୀ ଦୁଗ୍ଧ ବ୍ୟବସାୟ ।

ବରଗଡ ଜିଲ୍ଲାରେ ଦୁଗ୍ଧ ଚାଷକୁ ପ୍ରୋତ୍ସାହନ ଦେବାକୁ ଯାଇ ସ୍ଥାପନ ହୋଇଛି ଏକ ଓମଫେଡର ଏକ ଚିଲିଂ ପ୍ଲାଣ୍ଟ । ଏଥିସହ ଜିଲ୍ଲାରେ ରହିଛି 505 କ୍ଷୀର ସୋସାଇଟି । ଯେଉଁଠାରେ ବର୍ଷତମାମ ଆଣି କ୍ଷୀର ପହଞ୍ଚାନ୍ତି ଜିଲ୍ଲାର 35 ହଜାର 575 ଦୁଗ୍ଧ ଚାଷୀ । ଏହି ସୋସାଇଟି ଗୁଡିକରୁ ବାର୍ଷିକ 2 ଲକ୍ଷ ଲିଟର କ୍ଷୀର ସଂଗ୍ରହ ହେଉଥିବା ବେଳେ ଲକଡାଉନ ପାଇଁ 21 ଦିନ ପାଇଁ ସମ୍ପୂର୍ଣ୍ଣ ବନ୍ଦ ପଡିଥିବା ସୋସାଇଟି । ଏହି ସମୟ ମଧ୍ୟରେ ଦୋକାନ ବଜାର ବନ୍ଦ ଓ ହୋଟେଲ ବନ୍ଦ ରହିଥିବା କ୍ଷୀରକୁ ବିକି ନପାରି ଅନେକ କ୍ଷତି ସହିଥିଲେ ଚାଷୀ । ବର୍ତ୍ତମାନ ଦିନେ ଛଡା ଦିନେ ଏହି ସୋସାଇଟିରୁ 70ରୁ 80 ହଜାର ଲିଟର ସଂଗ୍ରହ ହେଉଛି ସତ ତଥାପି କମୁନି ଚାଷୀଙ୍କ ଦୁଃଖ ।

ଖରା ଦିନ ପାଇଁ କ୍ଷୀର ଜଲଦି ନଷ୍ଟ ହେଉଥିବାରୁ ଏହାକୁ ବିକ୍ରି କରିନପାରି ଚିନ୍ତାରେ ଚାଷୀ । ସେପଟେ ହୋଟେଲ ଓ ଦୋକନା ବନ୍ଦ ରହୁଥିବାରୁ ପନିର ଓ ଛେନା ବ୍ୟବସାୟ ମଧ୍ୟ ଠପ ହୋଇପଡିଛି । ଅର୍ଥାଭାବ ସମୟରେ ଦୁଗ୍ଧ ଚାଷ ଅନେକଙ୍କ ସାହାର ପାଲଟିଥିବାରୁ ଅନେକ ଚାଷୀ ବ୍ୟାଙ୍କରୁ ଋଣ ଆଣି ବିଭିନ୍ନ ସରକାରୀ ଯୋଜନାରେ ଦୁଗ୍ଧ ଫାର୍ମ ଚଳାଇଥିଲେ । ହେଲେ ଏବେ କ୍ଷୀର ବିକ୍ରି ନହେବାରୁ ରୋଜଗାରେ ଲାଗିଛି ଲଗାମ । ଅନ୍ୟପଟେ ଗାଈଙ୍କ ପାଇଁ ଦାନା ମିଳୁନଥିବାରୁ ଭୋକରେ ଗୋର ଗାଈ । କଞ୍ଚା ଘାସ ଆଣିଲେ ବି ଏହାକୁ ଗାଈଙ୍କୁ ଦେବା ପାଇଁ ରହିଛି ଶ୍ରମିକ ଅଭାବ ।

ଏସମସ୍ତ ଅସୁବିଧା ପ୍ରତି ସରକାର ଦୃଷ୍ଟି ଦେଇ ତୁରନ୍ତ କିଛି ବ୍ୟବସ୍ଥା କରିବା ପାଇଁ ସାଧାରଣରେ ଦାବି ଜୋର ଧରିଛି । କେବଳ ଚାଷୀ ନୁହେଁ ଗାଈ ଗୋରୁଙ୍କ ଖାଦ୍ୟର ବ୍ୟବସ୍ଥା ମଧ୍ୟ କରିବା ପାଇଁ ଏବେ ବରଗଡ ଜିଲ୍ଲାର ଦୁଗ୍ଧ ଚାଷୀମାନେ ନିଜ ଯୁକ୍ତି ବାଢିଛନ୍ତି । ଅପେକ୍ଷା କେବେ ସରିବ ଲକଡାଉନ ଓ କେବେ ପୁଣି ସ୍ବାଭାବିକ ହେବ ଲାଭଦାୟୀ ଦୁଗ୍ଧ ବ୍ୟବସାୟ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.