ETV Bharat / state

ବିଜେପୁରରୁ ନାମାଙ୍କନ ଦାଖଲ କଲେ ନବୀନ

author img

By

Published : Mar 25, 2019, 2:58 PM IST

Updated : Mar 26, 2019, 11:47 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ

2019-03-25 07:51:03

ବିଜେପୁରରେ ନବୀନଙ୍କ ନାମାଙ୍କନ

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ବିଜେପୁର: ନିଜର 2ୟ ଆସନ ବିଜେପୁର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନାମାଙ୍କନ ଦାଖଲ କରିଛନ୍ତି । ଆଜି ମଧ୍ୟାହ୍ନରେ ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସେ ନିଜ ନାମାଙ୍କନ ଦାଖଲ କରିଛନ୍ତି । ଏହି ସମୟରେ ବରଗଡର ସମସ୍ତ ବିଧାୟକ ଓ ସାଂସଦ ଉପସ୍ଥିତ ରହିଥିଲେ ।

ନବୀନ ଏଥର ଦୁଇଟି ଆସନରୁ ନିର୍ବାଚନ ମୈଦାନକୁ ଓହ୍ଲାଉଛନ୍ତି । ଲଗାତାର 4 ଥର ଜିତିଆସିଥିବା ହିଞ୍ଜିଳି ଆସନ ସହ ଏଥର ପଶ୍ଚିମ ଓଡିଶାରେ ପଦାର୍ପଣ କରିଛନ୍ତି ନବୀନ । ପୂର୍ବରୁ ହିଞ୍ଜିଳି ପାଇଁ ନାମାଙ୍କନ ପତ୍ର ଦାଖଲ କରିସାରିଥିବା ବେଳେ ବିଜେପୁର ଆସନ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

କଟକ: ପାଖେଇ ଆସିଲାଣି 2019 ସାଧାରଣ ନିର୍ବାଚନ । ଏନେଇ ଚଳଚଞ୍ଚଳ ସିଲଭରସିଟି । ଏନେଇ ଆସନ୍ତା ନିର୍ବାଚନ ରେ କଡା ଆଭିମୁଖ୍ୟ ଗ୍ରହଣ କରିବ କମିଶନରେଟ ପୋଲିସ । ଯେପରି ଅବାଧ ଓ ମୁକ୍ତ ରୂପରେ ନିର୍ବାଚନ ସମ୍ପାଦନ ହେବ ସେନେଇ ନଜର ରଖିଛି ପୋଲିସ । ଏଯାବତ ଟୁଇନସିଟି ରେ ନିର୍ବାଚନୀ ଭିତିକ ହିଂସା ସାମ୍ନା କୁ ଆସିନୀ । ଓ ଏହି ସ୍ଥିତି ନିର୍ବାଚନ ଫଳାଫଳ ଘଷଣା ପର୍ଯ୍ୟନ୍ତ ରହିବ ବୋଲି କହିଛନ୍ତି ସିପି ସତ୍ୟଜିତ ମହାନ୍ତି । 

ଇସିଆଇ ର ନିର୍ଦେଶ କ୍ରମେ ଆସନ୍ତା ନିର୍ବାଚନ ରେ କମିଶନରେଟ ପୋଲିସ କୁ ମିଳିଛି ଗୁରୁ ଦାୟିତ୍ବ । ଯେପରି କୌଣସି ପ୍ରକାର ଅପ୍ରତିକର ପରିସ୍ଥିତି ନ ଉପୁଜେ ସେଥିପ୍ରତି କଡା ନଜର ରଖିବ ପୋଲିସ ବିଭାଗ । ଏହାସହିତ ନେତା ଦଳ ଓ ପାର୍ଥି ମାନେ କରିବାକୁ ଥିବା ରାଲି , ସଭା ପାଇଁ କମିଶନରେଟ ପୋଲିସ ର ଅନୁମତି ନେବା ବାଧ୍ୟତାମୂଳକ । ଏହାସହିତ ନିର୍ବାଚନ ଆଚରଣ ବିଧି ଲାଗୁ ହେବାପରେ ସୁରକ୍ଷା ଓ ପେଟ୍ରୋଲିଂ ଦିଗରେ ବେଶ ତତ୍ପରତା ଦେଖାଇଛି କଟକ ୟୁପିଡ଼ି ପୋଲିସ । 

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା , ଆସନ୍ତା ନିର୍ବାଚନ ରେ କଟକ ର 350 ବୁଥ ଓ 3 ଟି ନିର୍ବାଚନ ମଣ୍ଡଳୀ ( ନିଆଳି, ସାଲେପୁର ,ବାରବାଟୀ ) କୁ ବେଶ ସମ୍ବେଦନଶୀଳ ଘୋଷଣା କରିଛନ୍ତି ଜିଲାପାଳ ଅରବିନ୍ଦ ଅଗ୍ରୱାଲ । ଯାହା କମିଶନରେଟ ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ।

ବାଇଟ: ସତ୍ୟଜିତ ମହାନ୍ତି ( ପୋଲିସ କମିଶନର )

Byte on mojo plz check 
Last Updated : Mar 26, 2019, 11:47 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.