ETV Bharat / state

କାହା ହାତକୁ ଯିବ ଅତାବିରା NAC, ସହଜ ହୋଇନପାରେ ବିଜେଡି ପାଇଁ ବିଜୟ

author img

By

Published : Apr 1, 2023, 7:38 AM IST

Updated : Apr 1, 2023, 7:40 PM IST

ଏପ୍ରିଲ 3 ତାରିଖରେ ବରଗଡ ଜିଲ୍ଲାରେ ହେବାକୁ ଯାଉଛି ଅତାବିରା NAC ନିର୍ବାଚନ । ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହିତ ତୁଲାଇବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା। NAC ନିର୍ବାଚନରେ କିଏ ମାରିବ ବାଜି, ଚାଲିଛି କଳ୍ପନାଜଳ୍ପନା । ଅଧିକ ପଢ଼ନ୍ତୁ

ବରଗଡ ଅତାବିରା NAC ନିର୍ବାଚନ, ମୈଦାନକୁ ଓହ୍ଲାଇଛନ୍ତି ପ୍ରାର୍ଥୀ

ବରଗଡ: ଅତାବିରା NAC ନିର୍ବାଚନ । ମୈଦାନକୁ ଓହ୍ଲାଇଛନ୍ତି ପ୍ରାର୍ଥୀ । ଏପ୍ରିଲ 3 ତାରିଖରେ ନିର୍ବାଚନ ହେବାକୁ ଥିବା ବେଳେ ଏପ୍ରିଲ 5 ତାରିଖରେ ଭୋଟ ଗଣତି ଏବଂ ନିର୍ବାଚନ ଫଳାଫଳର ହେବ ଘୋଷଣା । ତେବେ ଅତାବିରା ବିଜ୍ଞାପିତ ଅଞ୍ଚଳରେ ସମୁଦାୟ ଭୋଟର ସଂଖ୍ୟା 13520 ରହିଥିବା ବେଳେ, ପୁରୁଷ ଭୋଟର ସଂଖ୍ୟା 6743 ଏବଂ ମହିଳା ଭୋଟର ସଂଖ୍ୟା 6777 ରହିଛି । ମହିଳା ଭୋଟର ସଂଖ୍ୟା ପୁରୁଷ ଭୋଟର ତୁଳନାରେ ଅଧିକ ରହିଥିବା ବେଳେ ମହିଳା ମତଦାନ ମଧ୍ୟ ଅଧିକ ରହିବ ବୋଲି ଆଶା କରାଯାଉଛି । ଅତାବିରା NAC ନିର୍ବାଚନରେ ଗତ ଥର ବିଜେଡି ଦଳ ସମସ୍ତ 12 ଗୋଟି ଯାକ ସିଟକୁ ଅକ୍ତିଆର କରିଥିବା ବେଳେ ଏଥର ସିଟ୍ ହାତେଇବା ପାଇଁ ବିଜେପି ଏବଂ କଂଗ୍ରେସ ମଧ୍ୟ ଅଣ୍ଟା ଭିଡିଛି ।

ଦୁଇବର୍ଷର କୋରୋନା ମହାମାରୀ ସମୟରେ ଏହି ଅଞ୍ଚଳର ଲୋକେ କିପରି ସେବା ଓ ସାହାଯ୍ୟ ସହଯୋଗ ପାଇଥିଲେ ସେହି ଉପରେ ନିର୍ଭର କରୁଛି ଯେ ବର୍ତ୍ତମାନର NAC ନିର୍ବାଚନରେ ଲୋକେ ବିଜେଡି ଦଳକୁ କେଉଁ ଭାବରେ ଗ୍ରହଣ କରୁଛନ୍ତି । ଅନ୍ୟପଟେ ଅତାବିରା ଅଞ୍ଚଳ ମୁଖ୍ୟତଃ ଚାଷୀ ବହୁଳ ଅଞ୍ଚଳ ହୋଇଥିବା ବେଳେ ଏଠାରେ ବହୁ ଚାଷୀ ନିଜର କଷ୍ଟ ଉପାର୍ଜିତ ଧାନ ବିକ୍ରି କରିନପାରି ସରକାର ଉପରେ ଆକ୍ରୋଶ ରଖିଛନ୍ତି ।

ସେହିପରି ଏହି ଅଞ୍ଚଳରେ ରାସ୍ତା ଘାଟ କିଛିକାଂଶରେ ନିର୍ମିତ ହୋଇଥିବା ବେଳେ ଅନେକ ସ୍ଥାନରେ ନିମ୍ନମାନର କାମ ଓ ଦୁର୍ନୀତିର ଗନ୍ଧ ଲୋକଙ୍କ ମନରୁ ଲିଭିପାରି ନାହିଁ । ନିକଟରେ ଆମ ଆଦମୀ ପାର୍ଟି ପକ୍ଷରୁ ଖୁଲସା କରାଯାଇଥିବା ପାଇଖାନା ଦୁର୍ନୀତିକୁ ଲୋକେ ନାପସନ୍ଦ କରୁଥିବା ବେଳେ ଚଳିତ NAC ନିର୍ବାଚନରେ ଏହାର ପ୍ରଭାବ କେତେକାଂଶରେ ପଡିବ ତାହା ମତଦାନ ପରେ ହିଁ ଜଣାପଡିବ । ତେବେ ବିଜେଡି ଏଥର ମଧ୍ୟ ଗଡ ହାତେଇବା ନେଇ ଦୃଢକ୍ତି ବାଢିଥିବା ବେଳେ ବିଜେପି ମଧ୍ୟ ପଛରେ ନାହିଁ ।

ଅନ୍ୟପଟେ ଆମ ଆଦମୀ ପାର୍ଟି ମଧ୍ୟ କଂଗ୍ରେସ ଦଳରୁ ଅଧିକ ଲୋକପ୍ରିୟତା ହାସଲ କରିବାରେ ସଫଳ ହୋଇଛି ଅତାବିରା ଠାରେ । ଆମ ଆଦମୀ ପାର୍ଟି ଦିଲ୍ଲୀ ପରି ମଡେଲ ଅତାବିରାରେ ଲାଗୁ କରିବ ବିଜୟୀ ହେଲେ ବୋଲି ଘୋଷଣା କରିଥିବା ବେଳେ ଘରକୁ ଘର ଆଇ ଆମ ଆଦମୀ ପାର୍ଟି ମଧ୍ୟ ଭୋଟ ଭିକ୍ଷା କରୁଛନ୍ତି । ତେବେ ନିର୍ବାଚନର ତାତି ବର୍ତମାନ ବଢି ଚାଲିଥିବା ବେଳେ ପ୍ରକୃତରେ କିପରି ରହିଛି ଅତାବିରାର ରାଜନୈତିକ ସମୀକରଣ, କାହାର ସ୍ଥିତି କିପରି ଅଛି ଏନେଇ ମନ୍ତବ୍ୟ ରଖିଛନ୍ତି ବରଗଡର ରାଜନୈତିକ ସମୀକ୍ଷକ ତଥା ବରିଷ୍ଠ ଓକିଲ କିରଣ ମିଶ୍ର ।

ଇଟିଭା ଭାରତ, ବରଗଡ

Last Updated : Apr 1, 2023, 7:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.