ETV Bharat / state

ଆସନ୍ତାକାଲି ଅତାବିରା NAC ନିର୍ବାଚନ, ବୁଥରେ ପହଞ୍ଚିଲେ ପୋଲିଂ ପାର୍ଟି

author img

By

Published : Apr 2, 2023, 7:35 PM IST

ଆସନ୍ତାକାଲି ବରଗଡ଼ ଜିଲ୍ଲା ଅତାବିରାରେ ହେବ NAC ନିର୍ବାଚନ । EVM ଧରି ଅତାବିରାରେ ପହଞ୍ଚିଛନ୍ତି ପୋଲିଂ ପାର୍ଟି । ଅଧିକ ପଢ଼ନ୍ତୁ

attabira NAC Election
ଅତାବିରା NAC ନିର୍ବାଚନ
ଅତାବିରା NAC ନିର୍ବାଚନ

ବରଗଡ଼: ଆସନ୍ତାକାଲି ବରଗଡ଼ ଜିଲ୍ଲା ଅତାବିରାରେ ହେବାକୁ ଯାଉଛି NAC ନିର୍ବାଚନ । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଚାଲିଛି ଜୋରଦାର ପ୍ରସ୍ତୁତି । ଅତାବିରା NAC ନିର୍ବାଚନ ପାଇଁ ସମସ୍ତ ପୋଲିଂ ପାର୍ଟିମାନେ ଅତାବିରାରେ ପହଞ୍ଚିଛନ୍ତି l ବ୍ଲକ ଅଫିସ ସମ୍ମୁଖରୁ EVM ଓ ନିର୍ବାଚନ ସରଞ୍ଜାମ ବଣ୍ଟନ କରାଯାଇଛି l ସମସ୍ତ ପୋଲିଂ ପାର୍ଟି EVM ମେସିନ ସହିତ ନିଜ ନିଜର ସାମଗ୍ରୀ ନେଇ ନିଜ ବୁଥକୁ ପହଞ୍ଚିଛନ୍ତି । ତେବେ ଆଜି (ରବିବାର) ରାତିରେ ସମସ୍ତ ବୁଥ ମାନଙ୍କରେ EVM ମେସିନ ସହ ପୋଲିଂ କର୍ମଚାରୀମାନେ ରହିବାର ବ୍ୟବସ୍ଥା କରାଯାଇଛି । ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ବୁଥ୍‌ରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ବରଗଡ଼ ଏସପି ନିଜେ ସମସ୍ତ ବୁଥକୁ ପରିଦର୍ଶନ କରି ସୁରକ୍ଷା ବ୍ୟବସ୍ଥା ତଦାରଖ କରିଛନ୍ତି ।

ଆସନ୍ତାକାଲି(ସୋମବାର) ସକାଳ ୭ଟାରୁ ସମସ୍ତ ବୁଥରେ ଭୋଟିଂ ଆରମ୍ଭ ହେବାକୁ ଥିବାବେଳେ ପ୍ରଥମେ ମକ୍‌ପଲ୍‌ ହେବ । EVMରେ କୌଣସି ତ୍ରୁଟି ରହିଥିଲେ ତାହାର ସମାଧାନ କରାଯିବ ଏବଂ ପରେ ସକାଳ 8ଟାରୁ ମତଦାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ । ସନ୍ଧ୍ୟା 5ଟା ପର୍ଯ୍ୟନ୍ତ ମତଦାନ ଚାଲିବ । ଅତାବିରା NACରେ ସମୁଦାୟ ଭୋଟର ସଂଖ୍ୟା 13520 ରହିଥିବା ସୂଚନା ମିଳିଛି । ସେମାନଙ୍କ ମଧ୍ୟରୁ ପୁରୁଷ ଭୋଟର ସଂଖ୍ୟା 6743 ଏବଂ ମହିଳା ଭୋଟର ସଂଖ୍ୟା 6777 ରହିଛି । ପୁରୁଷ ଭୋଟରଙ୍କ ଅପେକ୍ଷା ମହିଳା ଭୋଟର ଅଧିକ ରହିଛନ୍ତି । ନିର୍ବାଚନ ପାଇଁ 10ଟି ସ୍କୁଲରେ 16ଟି ବୁଥର ଆୟୋଜନ କରାଯାଇଥିବା ବେଳେ ପ୍ରତି ବୁଥରେ ଜଣେ ଲେଖାଏଁ ପ୍ରିଜାଇଡିଂ ଅଫିସର, 4ଜଣ ପୋଲିଂ ଅଫିସର ଓ ଜଣେ ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ସେଥିମଧ୍ୟରୁ 7ଟି ବୁଥ୍‌ ସମ୍ବେଦନଶୀଳ ଓ 3ଟି ଅତି ସମ୍ବେଦନଶୀଳ ବୁଥ ଚିହ୍ନଟ କରାଯାଇଛି । ଉଭୟ ବୁଥ୍‌ମାନଙ୍କରେ ସିସିଟିଭିର ବ୍ୟବସ୍ଥା କରାଯାଇଛି । ଯେପରି ଶାନ୍ତି ଶୃଙ୍ଖଳା ସହିତ ମତଦାନ ପ୍ରକ୍ରିୟା ସମାପନ ହେବ ସେନେଇ ଏହି ବୁଥ୍‌ମାନଙ୍କରେ ଅଧିକ ପୋଲିସ ମୁତୟନ କରାଯିବାର ବ୍ୟବସ୍ଥା ହୋଇଛି ।

ଏନେଇ ନିର୍ବାଚନ ଅଧିକାରୀ ତଥା ବରଗଡ଼ ଉପଜିଲ୍ଲାପାଳ ଲଲାଟ ଲୁହା କହିଛନ୍ତି,"ଅତାବିରା ବାଳିକା ହାଇସ୍କୁଲର 2 ନମ୍ବର ବୁଥକୁ ପିଙ୍କ୍‌ (ଗୋଲାପି) ବୁଥ କରାଯାଇଛି । ଏଥିରେ ସମସ୍ତ ନିର୍ବାଚନ କର୍ମଚାରୀ ଓ ଦଳୀୟ ଏଜେଣ୍ଟ ମଧ୍ୟ ମହିଳା ରହିବେ । ଶାନ୍ତି ଶୃଙ୍ଖଳାର ସୁରୁଖୁରୁରେ ଭୋଟ ଦାନ ପ୍ରକ୍ରିୟା ହେବ ବୋଲି ଆଶା କରାଯାଉଛି ।" ଅନ୍ୟପଟେ ପୋଲିସ ବିଭାଗ ପକ୍ଷରୁ ମଧ୍ୟ ନିର୍ବାଚନ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । 4 ଗୋଟି ମୋବାଇଲ ପାଟ୍ରୋଲିଂ ପାର୍ଟି ଏବଂ 5ଟି ବାଇକ ପାଟ୍ରୋଲିଂ ପାର୍ଟି ସହର ସାରା ବୁଲି ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ 150 ଜଣ ପୋଲିସ ଅଧିକାରୀଙ୍କୁ ନିର୍ବାଚନରେ ନିଯୁକ୍ତ କରାଯାଇଥିବାବେଳେ ଆସନ୍ତାକାଲି ଆହୁରି କର୍ମଚାରୀଙ୍କୁ ନିଯୁକ୍ତି କରାଯିବ ବୋଲି ପୋଲିସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଇଟିଭି ଭାରତ, ବରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.