ETV Bharat / state

ବରଗଡରେ ଭୟାନକ ବଜ୍ରପାତ, ଚାଲିଗଲା 15 ଜୀବନ !

author img

By

Published : Aug 7, 2022, 7:52 AM IST

Updated : Aug 7, 2022, 8:44 AM IST

ବଜ୍ରାଘାତରେ ଗଲା 15 ଜୀବନ । 2 ଚାଷୀଙ୍କ ସମେତ 13 ଗୃହପାଳିତ ପଶୁଙ୍କ ମୃତ୍ୟୁ । ଅଧିକ ପଢନ୍ତୁ

ବରଗଡରେ ଭୟାନକ ବଜ୍ରପାତ, ଚାଲିଗଲା 15 ଜୀବନ !
ବରଗଡରେ ଭୟାନକ ବଜ୍ରପାତ, ଚାଲିଗଲା 15 ଜୀବନ !

ବରଗଡ: ବଜ୍ରାଘାତରେ ଗଲା 15 ଜୀବନ । 2 ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟି ଥିବାବେଳେ 13ଟି ଗୃହପାଳିତ ପଶୁଙ୍କ ପ୍ରାଣ ଯାଇଛି । ଏଥିସହ 5 ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ବରଗଡ ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ ଗୁରୁତରଙ୍କ ଅବସ୍ଥା ସ୍ଥିର ରହିଛି ।

ଗତକାଲି(ଶନିବାର) ଅପରାହ୍ନରେ ବରପାଲି ବ୍ଲକ ଅନ୍ତର୍ଗତ ପାଟକୂଲୁଣ୍ଡା ପଞ୍ଚାୟତର ବରିକେଳ ଗ୍ରାମର ଏକ ବିଲରେ କିଛି ଲୋକ ଚାଷ କାମ କରୁଥିଲେ । ଜୋରରେ ବର୍ଷା ହେବାରୁ ଚାଷୀମାନେ ଏକ କୁଡ଼ିଆ ନିକଟରେ ଆଶ୍ରୟ ନେଇଥିଲେ । ହଠାତ୍ ବଜ୍ରପାତ କାରଣରୁ ଘଟଣାସ୍ଥଳରେ 7 ଜଣ ଅଚେତ ହୋଇ ତଳେ ପଡ଼ିଯାଇଥିଲେ l ଏନେଇ ଗ୍ରାମବାସୀ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ବରପାଲି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।

ସେଠାରେ ଡ଼ାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିବା ସହ ଅନ୍ୟ 5 ଜଣଙ୍କୁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଛନ୍ତି l ତେବେ ମୃତ ଦୁଇ ଜଣ 50 ବର୍ଷୀୟ ବୃହସ୍ପତି ଦୀପ ଓ 34 ବର୍ଷୀର ଅବଦୁତ ଦୀପ ବୋଲି ଜଣାପଡ଼ିଛି l ସେହିପରି ବଜ୍ରପାତରେ ପାଟକୁଲୁଣ୍ଡା ଠାରେ 12 ଗୋଟି ଛେଳି ଓ ଗୋଟିଏ ଗାଈର ମଧ୍ୟ ମୃତ୍ୟୁ ଘଟିଛି ।

ଇଟିଭି ଭାରତ, ବରଗଡ

Last Updated : Aug 7, 2022, 8:44 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.