ETV Bharat / state

'ମୋ ସରକାର' କାର୍ଯ୍ୟକ୍ରମ ଓ 5'ଟି' ସଚିବଙ୍କ ଗସ୍ତ ପ୍ରହସନ ! - 'ମୋ ସରକାର' କାର୍ଯ୍ୟକ୍ରମ ଓ 5'ଟି' ସଚିବଙ୍କ ଗସ୍ତ ପ୍ରହସନ !

ରାଜ୍ୟରେ 'ମୋ ସରକାର' କାର୍ଯ୍ୟକ୍ରମ ଲାଗୁ ହେବା ପରେ 5 'ଟି' ସଚିବ ଓ ତାଙ୍କ ଟିମ୍ ବିଭିନ୍ନ ଡାକ୍ତରଖାନାକୁ ଘନ ଘନ ଗସ୍ତ କରୁଛନ୍ତି । ହେଲେ ଚିକିତ୍ସାଳୟର ଅବ୍ୟବସ୍ଥା 'ମୋ ସରକାର' କାର୍ଯ୍ୟକ୍ରମ ଓ 5'ଟି' ସଚିବଙ୍କ ଗସ୍ତ ଏକ ପ୍ରହସନ ବୋଲି ପ୍ରମାଣିତ କରୁଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ
author img

By

Published : Nov 2, 2019, 11:19 AM IST

ବରଗଡ: ରାଜ୍ୟରେ 'ମୋ ସରକାର' କାର୍ଯ୍ୟକ୍ରମ ଲାଗୁ ହେବା ପରେ 5 'ଟି' ସଚିବ ଓ ତାଙ୍କ ଟିମ୍ ବିଭିନ୍ନ ଡାକ୍ତରଖାନାକୁ ଘନ ଘନ ଗସ୍ତ କରୁଛନ୍ତି । ଏହି କ୍ରମରେ ଶୁକ୍ରବାର ଟିମ୍ ସମ୍ବଲପୁର ଡାକ୍ତରଖାନାରେ ପହଞ୍ଚିଥିଲେ । ଏନେଇ ଖବର ପ୍ରକାଶିତ ହେବା ପରେ ଆଖପାଖ ଅଞ୍ଚଳର ସମସ୍ତ ଡାକ୍ତରଖାନା ଛାତିରେ ଛନକା ପଶିଯାଇଥିଲା । ଏହି ଭୟ ବରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମଧ୍ୟ ଦେଖିବାକୁ ମିଳିଥିଲା ।

ଭିିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ପାଣ୍ଡିଆନ ଓ ତାଙ୍କ ଟିମଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଡାକ୍ତରଖାନା ପରିସର ସଫାସୁତୁରା କରାଯିବା ସହ କର୍ମଚାରୀଙ୍କ ମଧ୍ୟରେ କାର୍ଯ୍ୟ ବ୍ୟସ୍ତତା ଦେଖିବାକୁ ମିଳିଥିଲା । ଏଥିସହିତ ସମସ୍ତଙ୍କ ଦେହରେ ଏପ୍ରୋନ ଲଗାଯାଇଥିଲା । ସେପଟେ ହସ୍ପିଟାଲକୁ 5'ଟି' ସଚିବଙ୍କ ଗସ୍ତର ଖବର ପାଇ ବରଗଡର କିଛି ବୁଦ୍ଧିଜୀବୀ ଡାକ୍ତରଖାନାରେ ପହଞ୍ଚିଥିଲେ । ଆଉ ପାଣ୍ଡିଆନଙ୍କୁ 'ମୋ ସରକାର'କୁ ନେଇ ପ୍ରଶ୍ନ କରିବେ ବୋଲି ପ୍ରସ୍ତୁତ ହୋଇଥିଲେ ।

ସୂଚନାନୁସାରେ, ବିଗତ ଦୁଇ ବର୍ଷ ହେବ ବରଗଡ଼ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟର ଅସ୍ଥିଶଲ୍ୟ ବିଭାଗରେ ଡାକ୍ତର ନଥିବାବେଳେ ରୋଗୀ ତ ଦୂରର କଥା ବିକଳାଙ୍ଗ ମଧ୍ୟ ନିଜ ବିକଳାଙ୍ଗ ପ୍ରମାଣ ପତ୍ର ପାଇପାରୁନାହାଁନ୍ତି । ଯଦ୍ବାରା ସେମାନେ ନିଜ ବିକଳାଙ୍ଗ ଭତ୍ତାରୁ ବଞ୍ଚିତ ହୋଇଛନ୍ତି । ସେହିପରି ଉକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅନେକ ସମସ୍ୟା ରହିଥିବାବେଳେ କେବେ ଏହାର ସମାଧାନ ହେବ ସେ ନେଇ ପ୍ରଶ୍ନ କରିଛନ୍ତି ବରଗଡବାସୀ ।

ଚିକିତ୍ସାଳୟର ଏଭଳି ସ୍ଥିତି ସିଧାସଳଖ ବୟାନ କରୁଛି ଯେ, 'ମୋ ସରକାର' କାର୍ଯ୍ୟକ୍ରମ ଓ 5'ଟି' ସଚିବଙ୍କ ଗସ୍ତ ଏକ ପ୍ରହସନ । ଆଉ ପାଣ୍ଡିଆନଙ୍କ ଠାରୁ ଏହିସବୁ ପ୍ରଶ୍ନର ଉତ୍ତର ମାଗିବାକୁ ବୁଦ୍ଧିଜୀବୀମାନେ ପାଣ୍ଡିଆନଙ୍କ ଅପେକ୍ଷା କରିଥିଲେ । ହେଲେ କୌଣସି କାରଣରୁ ସଚିବ ଓ ତାଙ୍କ ଟିମଙ୍କ ଗସ୍ତ ବାତିଲ ହୋଇଥିବାବେଳେ ବରଗଡ ଗସ୍ତ ସମୟରେ ଅସ୍ଥିଶଲ୍ୟ ଡାକ୍ତର ନେଇ ଆସନ୍ତୁ ବୋଲି ବୁଦ୍ଧିଜୀବୀ ଦାବି କରିଛନ୍ତି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:
5T ସଚିବ କାର୍ତ୍ତିକେୟନ ପାଣ୍ଡିଆନ ବରଗଡ଼ ଡ଼ାକ୍ତରଖାନା କୁ ଆସିବେ ବୋଲି କୁଆଡ଼େ ଖବର ପାଇ ବରଗଡ଼ ର କିଛି ବୁଦ୍ଧିଜୀବୀ ଡାକ୍ତରଖାନାରେ ଆସି ପହଞ୍ଚିଥିଲେ ଏବଂ ପାଣ୍ଡିଆନଙ୍କୁ କିଛି ପ୍ରଶ୍ନ କରିବେ ବୋଲି ଅପେକ୍ଷା କରିଥିଲେ । ବରଗଡ଼ ଡାକ୍ତରଖାନାର ଦୁରାବସ୍ତାକୁ ନେଇ ଜନସାଧାରଣ ମଧ୍ୟରେ ଅସନ୍ତୁଷ୍ଟ ଦେଖାଯାଇଥିବା ବେଳେ ପାଣ୍ଡିଆନ ଙ୍କୁ ଲୋକେ ଘେରିବାପାଇଁ ଆଜି ଜଗିବସିଥିଲେ ।

Body:ରାଜ୍ୟରେ ମୋ ସରକାର କାର୍ଯ୍ୟକ୍ରମ ଲାଗୁହେବା ପରଠାରୁ 5T ସଚିବ କାର୍ତ୍ତିକେୟନ ପାଣ୍ଡିଆନ ହଠାତ ବିଭିନ୍ନ ଡ଼ାକ୍ତରଖାନା ଗୁଡିକୁ ପରିଦର୍ଶନରେ ଯାଉଥିବା ବେଳେ ଆଜି ସମ୍ବଲପୁର ଡାକ୍ତରଖାନାକୁ ଆସି ପହଞ୍ଚିଥିଲେ । ତେବେ ଏହି ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହେବାମାତ୍ରେ ଆଖପାଖ ଅଞ୍ଚଳର ସମସ୍ତ ଡ଼ାକ୍ତରଖାନା ମାନଙ୍କରେ ଛନକା ପସିଥିଲା ଏବଂ ଏହାର ପ୍ରଭାବ ବରଗଡ଼ ଡାକ୍ତରଖାନାରେ ମଧ୍ୟ ଦେଖିବାକୁ ମିଳିଥିଲା । ବରଗଡ଼ ଡ଼ାକ୍ତରଖାନା ପରିଷର ଆଜି ସଫାସୁତୁରା ଦେଖାଯାଉଥିବା ବେଳେ କର୍ମଚାରୀଙ୍କ କାର୍ଯ୍ୟବ୍ୟସ୍ତତା ସହିତ ସମସ୍ତଙ୍କ ଦେହରେ ଏପ୍ରୋନ ଲଗାଯାଇଥିବା ଦେଖିବାକୁ ମିଳିଥିଲା ।
କିନ୍ତୁ ଅନ୍ୟପଟେ ବରଗଡ଼ ର କିଛି ବୁଦ୍ଧିଜୀବୀ ବରଗଡ଼ ଡାକ୍ତରଖାନାରେ ଆସି ପହଞ୍ଚିଥିଲେ ଏବଂ ପାଣ୍ଡିଆନ ଆସିଲେ ତାଙ୍କୁ ଘେରି ପ୍ରଶ୍ନ କରିବେ ବୋଲି କଷି ହୋଇଥିଲେ । ବରଗଡ଼ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ବିଗତ ଦୁଇ ବର୍ଷ ହେଲା ଅସ୍ଥିଶଲ୍ୟ ବିଭାଗ ର ଡ଼ାକ୍ତର ନଥିବା ବେଳେ ରୋଗୀତ ରୋଗୀ ଏଠାକାର ବହୁ ବିକଳାଙ୍ଗ ତାଙ୍କର ବିକଳାଙ୍ଗ ପ୍ରମାଣ ପତ୍ର ପାଇପାରୁନାହାନ୍ତି ଫଳରେ ସେମାନେ ତାଙ୍କର ବିକଳାଙ୍ଗ ଭତ୍ତା ପାଇବାରୁ ବଞ୍ଚିତ ହେଉଛନ୍ତି । ଏହି ଡ଼ାକ୍ଟରଖାନାରେ ଦୀର୍ଘ ଦିନରୁ ଭରିରହିଥିବା ବହୁ ସମସ୍ୟାର ସମାଧାନ କେବେ ହେବ ତାହା ବରଗଡ଼ ବାସୀଙ୍କର ପ୍ରଶ୍ନ ରହିଛି ଏବଂ ପାଣ୍ଡିଆନଙ୍କ ଠାରୁ ଏହାର ଉତ୍ତର ଶୁଣିବା ପାଇଁ ବରଗଡ଼ର କିଛି ବୁଦ୍ଧିଜୀବୀ ଅପେକ୍ଷାରେ ରହିଥିଲେ ପାଣ୍ଡିଆନ ଙ୍କ । ହେଲେ ଆଜି ପାଣ୍ଡିଆନ ବରଗଡ଼କୁ ନ ଆସିବାରୁ ବୁଦ୍ଧିଜୀବୀଙ୍କ ଏହି ଟିମ ଫେରିଯାଇଥିଲେ ଏବଂ ପାଣ୍ଡିଆନଙ୍କର ବରଗଡ଼ ଗସ୍ତ ସମୟରେ ସେ ଅସ୍ଥିଶଲ୍ୟ ଡ଼ାକ୍ତର ନେଇକି ବରଗଡ଼ ଆସନ୍ତୁ ବୋଲି ଦାବିକରିଥିଲେ ।

ବାଇଟ ୧- ଲିପ୍ସିତ ମିଶ୍ର ( ଓକିଲ )
ବାଇଟ ୨- ଶ୍ୟାମସୁନ୍ଦର ଅଗ୍ରୱାଲ ( ବୁଦ୍ଧିଜୀବୀ, ସମାଜସେବୀ)
ବାଇଟ୩- ପ୍ରୀତମ ସିଂ ( ବୁଦ୍ଧିଜୀବୀ )

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.