ବରଗଡ: ଜିଲ୍ଲା ସ୍ବାସ୍ଥ୍ୟ ବିଭାଗକୁ ସ୍ଥାନୀୟ ବିଧାୟକ ଦେବେଶ ଆଚାର୍ଯ୍ୟ ନିଜସ୍ଵ ପାଣ୍ଠିରୁ ଏକ ଆମ୍ବୁଲାନ୍ସ ପ୍ରଦାନ କରିଛନ୍ତି | କୋରୋନା ମହାମାରୀ ସହିତ ମୁକାବିଲା କରିବା ପାଇଁ ବରଗଡ ସ୍ବାସ୍ଥ୍ୟ ବିଭାଗକୁ ଆମ୍ବୁଲାନ୍ସର ଅଭାବ ଥିଲା । ଫଳରେ କୋରୋନା ସଂକ୍ରମିତ ରୋଗୀଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ଆଣିବାରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା | ହେଲେ ନୂତନ ଆମ୍ବୁଲାନ୍ସ ପ୍ରଦାନ କରାଯିବା ପରେ ସେହି ସମସ୍ୟା ଦୂର ହୋଇଛି ବୋଲି ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି ।
ଜିଲ୍ଲାର ଅଧିକାଂଶ ଆମ୍ବୁଲାନ୍ସ କୋଭିଡ ସଂକ୍ରମିତଙ୍କୁ ନେବା ଆଣିବା କରିବାରେ ନିୟୋଜିତ ଥିବାବେଳେ ସାଧାରଣ ରୋଗୀଙ୍କ ପାଇଁ ବ୍ୟବହାର କରିବା ପୂର୍ବରୁ ଆମ୍ବୁଲାନ୍ସକୁ ସାନିଟାଇଜ କରିବାକୁ ପଡୁଥିଲା । ଫଳରେ ରୋଗୀମାନେ ବହୁ ସମସ୍ୟାର ସମ୍ମୁଖିନ ହେଉଥିଲେ । ହେଲେ ,କୋଭିଡ ରୋଗୀଙ୍କ ପାଇଁ ଏକ ସ୍ଵତନ୍ତ୍ର ଆମ୍ବୁଲାନ୍ସ ବରଗଡ ବିଧାୟକ ସ୍ଵାଧୀନତା ଦିବସରେ ସ୍ୱାସ୍ଥ୍ୟ ବିଭାଗକୁ ପ୍ରଦାନ କରିଛନ୍ତି |
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ