ETV Bharat / state

ପୋଲିସ ଘରୁ ଲକ୍ଷାଧିକ ଟଙ୍କା ସହ ସୁନା ଚୋରି: ତନାଘନା ଆରମ୍ଭ

author img

By

Published : Jan 28, 2022, 9:39 PM IST

ପୋଲିସ କର୍ମଚାରୀଙ୍କ ଘରୁ ଚୋରୀ । ଲକ୍ଷାଧିକ ଟଙ୍କା ଓ ସୁନା ଗହଣା ଉଠାଇଲେ ଚୋର । ଏପରି ଅଭିଯୋଗ ଆସିଛି ବରଗଡ ଜିଲ୍ଲାରୁ । ଅଧିକ ପଢନ୍ତୁ

ପୋଲିସ ଘରୁ ଲକ୍ଷାଧିକ ଟଙ୍କା ସହ ସୁନା ଚୋରି : ତନାଘନା ଆରମ୍ଭ

ବରଗଡ : ପୋଲିସ କର୍ମଚାରୀଙ୍କ ଘରୁ ଚୋରୀ । ଲକ୍ଷାଧିକ ଟଙ୍କା ଓ ସୁନା ଗହଣା ଉଠାଇଲେ ଚୋର । ଏପରି ଅଭିଯୋଗ ଆସିଛି ବରଗଡ ଜିଲ୍ଲାରୁ । ବରପାଲିର ଥାନାରେ କାର୍ଯ୍ୟରତ ମହିଳା କନେଷ୍ଟବଳ ପ୍ରମୋଦିନୀ ଦୋରାଙ୍କ ଘରୁ ଚୋରୀ ହୋଇଥିବା ଅଭିଯୋଗ ହୋଇଛି । ପୋଲିସ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ,ସୂଚନା ଅନୁଯାୟୀ ବରପାଲି ୧ ନମ୍ବର ୱାର୍ଡ କୁଷ୍ଠାବନ୍ଧପଡାରେ ରହୁଥିବା ପ୍ରଫୁଲ୍ଲ ଦୋରା ଓ ତାଙ୍କ ସ୍ତ୍ରୀ ପ୍ରମୋଦିନୀ କୌଣସି ଏକ କାମ ପାଇଁ ବାହାରକୁ ଯାଇଥିଲେ । ହେଲେ ଏହି ସମୟରେ ଚୋରମାନେ ଘରର ମୁଖ୍ୟ କବାଟରେ ଲାଗିଥିବା ତାଲା ଭାଙ୍ଗି ଘରେ ପଶି ଯାଇଥିଲେ । ଘରେ ଥିବା 6 ଭରି ସୁନା , 10 ଭରି ରୁପା ସହ ନଗଦ 1 ଲକ୍ଷ 30 ହଜାର ଟଙ୍କା ଚୋରୀ କରି ନେଇଥିଲେ ।

ଏହାବି ପଢନ୍ତୁ : ପୋଲିସକୁ ଲୁଟେରାଙ୍କ ଖୋଲା ଚ୍ୟାଲେଞ୍ଜ, ଦିନ ଦ୍ବିପ୍ରହରେ ଝାମ୍ପି ନେଲେ ୩ ଲକ୍ଷ

ତେବେ ବରପାଲି ଥାନାରେ ଏନେଇ ପୋଲିସ କର୍ମଚାରୀ ଜଣକ ଏତଲା ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ ପୋଲିସ ନିଜେ ଯଦି ବରପାଲିରେ ସୁରକ୍ଷିତ ନୁହେଁ । ତେବେ ସାଧାରଣ ଲୋକେ ବା କେତେ ସୁରକ୍ଷିତ ?

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.