ETV Bharat / state

ଟ୍ରାକ୍ଟରରୁ ପଡି ନାବାଳକ ମୃତ, ଡ୍ରାଇଭର ଫେରାର - ମାଲିକ ଓ ଡ୍ରାଇଭର ଫେରାର

ଟ୍ରାକ୍ଟରରୁ ଖସି 12 ବର୍ଷ ନାବାଳକର ମୃତ୍ୟୁ ଘଟିଥିବାବେଳେ । ଘଟଣାରେ ମାଲିକ ଓ ଡ୍ରାଇଭର ଉଭୟ ଫେରାର ଅଛନ୍ତି ।

tractor
ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ
author img

By

Published : Dec 17, 2019, 12:58 PM IST

ବରଗଡ: ଟ୍ରାକ୍ଟରରୁ ଖସିପଡି 12 ବର୍ଷର ନାବାଳକ ମୃତ। ଏଭଳି ଘଟଣା ଦେଖିବାକୁ ମିଳିଛି ଜିଲ୍ଲାର ପଦ୍ମପୁର ଥାନା ଅନ୍ତର୍ଗତ ପଞ୍ଚାଭୟା ଗାଁରେ। ମୃତ ବାଳକ ଜଣକ ହେଲେ କିଶୋର କୁମ୍ଭାରଙ୍କ ୧୨ ବର୍ଷର ପୁଅ ଆନନ୍ଦ କୁମ୍ଭାର। ସେ ସପ୍ତମ ଶ୍ରେଣୀର ଛାତ୍ର।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ସୂଚନାମୁତାବକ, ଆନନ୍ଦ ଘରେ ଖେଳୁଥିବା ସମୟରେ ସେହି ଗାଁର ଜଣେ ଡ୍ରାଇଭର ଲବନିକାନ୍ତ ବିଭାର ଟ୍ରାକ୍ଟରରେ କାମ କରିବାପାଇଁ ତାଙ୍କୁ ଡାକିନେଇଥିଲେ। ତେବେ ଟ୍ରାକ୍ଟରରେ ବସି ଯାଉଥିବା ସମୟରେ ସେ ଖସିପଡିବାରୁ ଆନନ୍ଦଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଥିଲା | ପରେ ଟ୍ରାକ୍ଟରର ମାଲିକ ଯୋଗେନ୍ଦ୍ର ବାଗ ଆନନ୍ଦର ମୃତଦେହକୁ ତାଙ୍କ ଘରେ ରଖିଦେଇ ପଳାଇଥିଲେ।

ଘଟଣାରେ ମୃତଦେହକୁ ସ୍ଥାନୀୟ ପଦ୍ମପୁର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାପରେ ଆନନ୍ଦଙ୍କ ବାପା ପଦ୍ମପୁର ଥାନାରେ ଅଭିଯୋଗ କରିଥିଲେ। ଟ୍ରାକ୍ଟର ଡ୍ରାଇଭର ଓ ମାଲିକ ଏ ପର୍ଯ୍ୟନ୍ତ ଧରା ଦେଉନଥିବା ବେଳେ ଟ୍ରାକ୍ଟରକୁ ଲୁଚାଇ ଦେଇଥିବା ଅଭିଯୋଗ ହୋଇଛି। ଉକ୍ତ ଟ୍ରାକ୍ଟରର ପଞ୍ଜୀକରଣ ହୋଇନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି କିନ୍ତୁ ପୋଲିସ ଏଯାବତ ଏହାକୁ ଜବତ କରିନାହିଁ |

ସରକାର ଶିଶୁ ଶ୍ରମିକ ବନ୍ଦ କରିବା ପାଇଁ ଅନେକ ଯୋଜନା କରୁଥିବା ବେଳେ କେତେକ ଖଳ ପ୍ରକୃତିର ଲୋକ ଶିଶୁ ମାନଙ୍କୁ ଡାକି ନେଇ କମ ପଇସାରେ କାମ କରାଉଥିବା ସତ୍ତ୍ବେ ସରକାର ଏ ଦିଗରେ ଅଣଦେଖା କରୁଥିବା ସାଧାରଣରେ ଚର୍ଚ୍ଚା ହେଉଛି |

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:ବରଗଡ ଜିଲ୍ଲା ପଦ୍ମପୁର ଥାନା ଅନ୍ତର୍ଗତ ପଞ୍ଚାଭୟା ଗ୍ରାମରେ ଟ୍ରାକ୍ଟର ରୁ ଖସିପଡି ଜଣେ ୧୨ ବର୍ଷର ବାଳକଙ୍କ ମୃତ୍ୟୁ ଘଟିଛି | ସପ୍ତମ ଶ୍ରେଣୀରେ ପାଠ ପଢୁଥିବା ଆନନ୍ଦ କୁମ୍ଭାର ନାମକ ଛାତ୍ର ଘରେ ଖେଳୁଥିବା ସମୟରେ ସେହି ଗ୍ରାମର ଜଣେ ଡ୍ରାଇଭର ଟ୍ରାକ୍ଟରରେ କାମ କରିବାପାଇଁ ତାଙ୍କୁ ଡାକିନେଇଥିଲେ ଏବଂ ଟ୍ରାକ୍ଟର ଯାଉଥିବା ସମୟରେ ସେ ଟ୍ରାକ୍ଟରରୁ ଖସିପଡିବାରୁ ଆନନ୍ଦଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଥିଲା |
Body:ପଞ୍ଚାଭୟା ଗ୍ରାମର କିଶୋର କୁମ୍ଭାରଙ୍କ ୧୨ ବର୍ଷର ପୁଅ ଆନନ୍ଦ କୁମ୍ଭାର ଙ୍କୁ ସେହି ଗ୍ରାମର ଟ୍ରାକ୍ଟର ମାଲିକ ଯୋଗେନ୍ଦ୍ର ବାଗ ଙ୍କ ଡ୍ରାଇବର ଲବନିକାନ୍ତ ବିଭାର ଡାକିନେଇ ଲେବର କାମରେ ନିୟୋଜିତ କରିଥିଲା ଏବଂ କାମ କରୁଥିବା ସମୟରେ ପିଲାଟି ଟ୍ରାକ୍ଟର ରୁ ଖସିପଡି ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିଲା । ଏବଂ ପରେ ଟ୍ରାକ୍ଟର ମାଲିକ ଉକ୍ତ ମୃତ ପିଲାକୁ ଆଣି ତାଙ୍କ ଘରେ ଥୋଇଦେଇ ପଳାଇ ଯାଇଥିଲେ । ପରେ ଉକ୍ତ ମୃତ ପିଲାକୁ ସ୍ଥାନୀୟ ପଦ୍ମପୁର ଚିକିତ୍ସାଲୟ ରେ ଆଣି ପୁଅର ବାପା ପଦ୍ମପୁର ଥାନା ରେ ଅଭିଯୋଗ କରିଥିଲେ । ଟ୍ରାକ୍ଟର ଡ୍ରାଇବର ଓ ମାଲିକ ଏ ପର୍ଯ୍ୟନ୍ତ ଧରା ଛୁଆଁ ଦେଉନଥିବା ବେଳେ ଟ୍ରାକ୍ଟର କୁ ଲୁଚାଇ ଦେଇଥିବା ଅଭିଯୋଗ ହୋଇଛି | ଉକ୍ତ ଟ୍ରାକ୍ଟର ର ପଞ୍ଜୀକରଣ ହୋଇନଥିବା ଗ୍ରାମବାସୀ ଅଭିଯୋଗ କରୁଥିବା ବେଳେ ଟ୍ରାକ୍ଟର କୁ ପୋଲିସ ଏଯାଏ ଜବତ କରିପାରି ନାହି |
ସରକାର ଶିଶୁ ଶ୍ରମିକ ବନ୍ଦ କରିବା ପାଇଁ ଅନେକ ଯୋଜନା କରୁଥିବା ବେଳେ କେତେକ ଖଲ ପ୍ରକୁତ ର ଲୋକ ଶିଶୁ ମାନଙ୍କୁ ଡାକି ନେଇ କମ ପଇସା ରେ ଶ୍ରମିକ ଭାବରେ କାମ କରାଉ ଥିବା ସତ୍ତ୍ୱେ ସରକାର ଏ ଦିଗରେ ଅଣଦେଖା କରୁଥିବା ସାଧାରଣ ରେ ଚର୍ଚ୍ଚା ର ବିଷୟ ପାଲଟିଛି |Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.