ETV Bharat / state

ତେଲେଙ୍ଗାନାରେ ଫସିଥିଲେ ଦାଦନ, ଟ୍ବିଟ କରି ଉଦ୍ଧାର କଲେ ଟ୍ବିଟର ଗାର୍ଲ ଦୀପା

author img

By

Published : Nov 1, 2021, 7:32 AM IST

Updated : Nov 1, 2021, 8:27 AM IST

ନିର୍ଯ୍ୟାତିତ ଶ୍ରମିକଙ୍କୁ ତେଲେଙ୍ଗାନାରୁ ଉଦ୍ଧାର କଲେ ବରଗଡର ଟ୍ବିଟର ଗାର୍ଲ ଦୀପା ବାରିକ । ଗୁରୁତର ଅବସ୍ଥାରେ ସେମାନଙ୍କୁ ଉଦ୍ଧାର ପରେ ମେଡିକାଲରେ ଭର୍ତ୍ତି କରିଥିଲେ । ଯାହା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଅଧିକ ପଢନ୍ତୁ...

ଦାଦନ ଶ୍ରମିକଙ୍କୁ ଉଦ୍ଧାର କଲେ ଟୁଇଟର ଗାର୍ଲ
ଦାଦନ ଶ୍ରମିକଙ୍କୁ ଉଦ୍ଧାର କଲେ ଟୁଇଟର ଗାର୍ଲ

ବରଗଡ: ନିର୍ଯ୍ୟାତିତ ଶ୍ରମିକଙ୍କୁ ତେଲେଙ୍ଗାନାରୁ ଉଦ୍ଧାର କଲେ ବରଗଡର ଟ୍ବିଟର ଗାର୍ଲ ଦୀପା ବାରିକ । ଗୁରୁତର ଅବସ୍ଥାରେ ସେମାନଙ୍କୁ ଉଦ୍ଧାର ପରେ ମେଡିକାଲରେ ଭର୍ତ୍ତି କରିଥିଲେ । ଯାହା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ଅନୁଯାୟୀ ବରଗଡ ପାଇକମାଲ ବ୍ଲକର ଘୁଚାପାଲି ,ଲହଣ୍ଡିପୁର ଓ ଟେମରି ଗାଁର ପ୍ରାୟ ୨୩ ଜଣ ଦାଦନ ଶ୍ରମିକ ତେଲେଙ୍ଗାନାର ପେଦାପଲ୍ଲୀର ରାଘବପୁର ଅଞ୍ଚଳକୁ କାମ କରିବାକୁ ଆସିଥିଲେ । ହେଲେ ଇଟାଭାଟି ମାଲିକ ସେମାନଙ୍କୁ ଅକଥନୀୟ ଅତ୍ୟାଚାର ଦେଇଥିଲେ । ଟେମରି ଗାଁର ପ୍ରବାସୀ ଶ୍ରମିକ ନିରନ ବାଗଙ୍କୁ ଇଟାଭାଟି ମାଲିକ ଜଙ୍ଗଲକୁ ନେଇ ଅକଥନୀୟ ଅତ୍ୟାଚାର କରିବା ସହ ଲୁହାଛଡ଼ରେ ମାଡ ମଧ୍ୟ ଦେଇଥିଲେ । ଏନେଇ ଟ୍ବିଟର ଗାର୍ଲଙ୍କ ନିକଟରେ କୈଣସି ପ୍ରକାରେ ଖବର ପହଞ୍ଚି ଥିଲା । ପରେ ଦୀପା ବାରିକ ପ୍ରଥମେ ଟ୍ଵିଟର ମାଧ୍ୟମରେ ତେଲେଙ୍ଗାନା ରାଜ୍ୟ ପୋଲିସ ସହ ଯୋଗାଯୋଗ କରିବା ପରେ ତତ୍ପରତା ଦେଖାଇଥିଲା ପୋଲିସ । ପରେ ପେଦାପଲ୍ଲୀ ପୋଲିସର ଏକ ଦଳ ଇଟାଭାଟିକୁ ଯାଇଥିଲେ ।

ଦାଦନ ଶ୍ରମିକଙ୍କୁ ଉଦ୍ଧାର କଲେ ଟୁଇଟର ଗାର୍ଲ

ପେଦାପଲ୍ଲୀ ପୋଲିସ ପରେ ଘଟଣା ସ୍ଥଳରେ ପହଞ୍ଚି ଦାଦନ ଶ୍ରମିକ ମାନଙ୍କୁ ଉଦ୍ଧାର କରିଥିଲା । ଏବଂ ଓଡ଼ିଶାରୁ ଦାଦନ ଶ୍ରମିକ ନେଇ ଯାଇଥିବା ଦୁଇଟି ବୋଲେରୋ ମାଧ୍ୟମରେ ଓଡ଼ିଶାକୁ ପଠେଇବା ପାଇଁ ବ୍ୟବସ୍ଥା କରିଥିଲେ । କିନ୍ତୁ ରାତି ଅଧରେ ସେହି ବୋଲେରୋ ଦ୍ୱୟ ପ୍ରବାସୀ ଶ୍ରମିକ ମାନଙ୍କୁ ପେଦାପଲ୍ଲୀ ରେଳ ଷ୍ଟେସନରେ ଛାଡ଼ି ଦେଇଥିଲେ । ଶୁକ୍ରବାର ସକାଳୁ ପୁଣି ଦୀପା ବାରିକ ତେଲେଙ୍ଗାନା ପୋଲିସକୁ ଯୋଗାଯୋଗ କରିବା ପରେ ଟ୍ରେନ ମାଧ୍ୟମରେ ଓଡ଼ିଶା ପଠେଇବା ବ୍ୟବସ୍ଥା କରିଥିଲା ପୋଲିସ । ପରେ ପାଇକମାଲ ବ୍ଲକ ଘୁଚାପଲି ଗାଁର ଉମା ଲୁହାର,ହରି ଲୁହାର ,ନିର୍ମଳ ଲୁହାରନିରନ ବାଗ (ଟେମରି), ଆରତୀ ବାଗ, ସୁଦାମ ମହାନନ୍ଦ,ଭାଗ୍ୟ ମହାନନ୍ଦ ଲହଣ୍ଡିପୁର,ବିଣା ମହାମନ୍ଦ, ରାଗିଣୀ ମହାନନ୍ଦ ଏବଂ ସମ୍ରାଟ ମହାନନ୍ଦ ଘରକୁ ଫେରିଥିଲେ ।

ସେପଟେ, ୩୧ ତାରିଖ ସକାଳେ ଟ୍ରେନଯୋଗେ ଟେମରି ଗାଁକୁ ପହଞ୍ଚିଥିଲେ ନିରନ ବାଗ ଏବଂ ଅନ୍ୟ ୬ ଜଣ ଶ୍ରମିକ । ପରେ ଦୀପା ଶ୍ରମିକଙ୍କ ଘରକୁ ଯାଇଥିଲେ । ସ୍ବାସ୍ଥ୍ୟବସ୍ଥା ଖରାପ ଥିବାରୁ ଶ୍ରମିକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତେବେ, ଦୀପାଙ୍କ ଏହି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି । ଇଟାଭାଟି ମାଲିକଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି ।

ବରଗଡରୁ ରାଜେସ ସରାପ ,ଇଟିଭି ଭାରତ

Last Updated : Nov 1, 2021, 8:27 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.