ETV Bharat / state

ରେଡକ୍ରସ ଫଣ୍ଡ ଖାଲି, ବାହାରୁ ଔଷଧ କିଣୁଛନ୍ତି ରୋଗୀ - medicine

ବନ୍ଦ ପଡିଛି ବରଗଡ ରେଡକ୍ରସ ମାଗଣା ଔଷଧ ବିତରଣ କେନ୍ଦ୍ର । ବାହାରୁ ମେଡିସିନ କିଣି ଖର୍ଚ୍ଚାନ୍ତ ହେଉଛନ୍ତି ରୋଗୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ
author img

By

Published : May 10, 2019, 12:53 AM IST

ବରଗଡ: ରେଡକ୍ରସ ସେବା ସାରା ଦେଶରେ ପରିଚିତ । ବହୁ ସଚେତନ ଲୋକଙ୍କ ଆର୍ଥିକ ସହାୟତାରେ ଏହି ରେଡକ୍ରସ କାର୍ଯ୍ୟକ୍ଷମ ହୋଇଥାଏ । ଯେଉଁଥିପାଇଁ ବହୁ ଗରିବ ଲୋକଙ୍କ ପାଇଁ ଏହା ସହାୟ ହୋଇଥାଏ । କିନ୍ତୁ ବରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରେଡକ୍ରସ ପକ୍ଷରୁ ଖୋଲାଯାଇଥିବା ମାଗଣା ଔଷଧ ବିତରଣ କେନ୍ଦ୍ର ଦୀର୍ଘ ମାସ ହେଲା ବନ୍ଦ ହୋଇପଡିଛି । ଯେଉଁ କାରଣରୁ ବହୁ ଗରିବ ରୋଗୀ ମାଗଣା ଔଷଧ ପାଇବାରେ ବଞ୍ଚିତ ହେଉଛନ୍ତି ଏବଂ ଅଯଥାରେ ଖର୍ଚ୍ଚାନ୍ତ ହୋଇ ବାହାରୁ ଅଧିକ ଦାମ ଦେଇ ମେଡିସିନ କିଣିବାକୁ ବାଧ୍ୟ ହେଉଛନ୍ତି |

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ତେବେ ରେଡକ୍ରସ ଫଣ୍ଡରେ ଅର୍ଥର ଅଭାବ ଯୋଗୁଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରେଡକ୍ରସର ଏହି ମେଡ଼ିସିନ ବ୍ୟାଙ୍କ ବନ୍ଦ କରିବାକୁ ପଡିଛି ବୋଲି ରେଡକ୍ରସ ପକ୍ଷରୁ କୁହାଯାଇଛି | ସରକାରୀ ଡାକ୍ତରଖାନାରେ ସରକାର ବିଭିନ୍ନ ରୋଗର ପ୍ରାୟ 250 ପ୍ରକାରର ଔଷଧ ମାଗଣାରେ ରୋଗୀଙ୍କୁ ଉପଲବ୍ଧ କରାଯିବାର ବ୍ୟବସ୍ଥା କରିଥିଲେ । କିନ୍ତୁ ବରଗଡ ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଔଷଧ ମିଳିପାରୁନାହିଁ | ବଡବଡ ରୋଗର ଔଷଧ ଡାକ୍ତରଖାନାରେ ଉପଲବ୍ଧ ହେଉନଥିବା ବେଳେ ଗରିବ ରୋଗୀମାନେ ବାଧ୍ୟ ହୋଇ ଅଧିକ ଦାମରେ ଘରୋଇ ଔଷଧ ଦୋକାନ ମାନଙ୍କରେ କିଣିବାକୁ ବାଧ୍ୟ ହୋଇ ଖର୍ଚ୍ଚାନ୍ତରେ ପଡ଼ୁଛନ୍ତି |

ପୂର୍ବରୁ ଏଠାରେ ରେଡକ୍ରସ ପକ୍ଷରୁ ମଧ୍ୟ ଔଷଧ ଗୁଡିକ ଗରିବ ରୋଗୀଙ୍କୁ ମାଗଣାରେ ଦିଆଯାଉଥିଲା | ଡାକ୍ତରଖାନାରେ ଉପଲବ୍ଧ ନଥିବା ଔଷଧ ଗୁଡିକ ରେଡକ୍ରସ ମାଧ୍ୟମରେ ଲୋକେ ସହଜରେ ମାଗଣାରେ ପାଇପାରୁଥିଲେ | କିନ୍ତୁ ନିକଟ ଅତୀତରେ ଓଡିଶା ଓ ଛତିଶଗଡ ବର୍ଡରରେ ରହିଥିବା ଲୁହୁରାଚଟି ଫାଟକଟି ସମ୍ପୂର୍ଣ ବନ୍ଦ ହୋଇଯିବ ଫଳରେ ରେଡକ୍ରସ ଫଣ୍ଡକୁ ଅର୍ଥ ଆସିବା ମଧ୍ୟ ବନ୍ଦ ହୋଇଯାଇଛି । ଫଳରେ ଏହି ମାଗଣା ଔଷଧ ବିତରଣ କେନ୍ଦ୍ରଟି ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇଯାଇଥିଲା |

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:ଅଭିଶପ୍ତ ଭଳି ଜୀବନବିତାଉଛନ୍ତି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଠାରୁ ମାତ୍ର ପାଞ୍ଚ କିଲୋମିଟର ଦୂରରେ ଥିବା ଛ ଗୋଟି ଗ୍ରାମର ଅଧିବାସୀ ।ସ୍ବାଧିନତା ର ୭୨ ବର୍ଷ ପରେ ଏକ ଝର ଉପରେ ମାତ୍ର କେଇମିଟର ପୋଲଟିଏ ପାଇଁ ସ୍ଥାନୀୟ ଜନସାଧାରଣ ରାଜନେତା ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରୀ କରି କରି ଥକି ଗଲେଣି ।ଖରାଦିନରେ ନିଜେ ନିଜେ ଉକ୍ତ ଝର ଉପରେ ଏକ ଅସ୍ଥାୟୀ ରାସ୍ତା ନିର୍ମାଣ କରି ଯାତାୟାତ କରୁଛନ୍ତି । କିନ୍ତୁ ବର୍ଷା ଦିନରେ ଝରର ଅପର ପକ୍ଷରେ ରହୁଥିବା ଲୋକଙ୍କ ଦୁଃଖ ସମ୍ପୂର୍ଣ୍ଣ ଭାବେ ବଢିଯାଏ ।

Body:ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ପୁରୁଣାକଟକ ପଞ୍ଚାୟତ ନିକଟରେ ବୋହିଯାଇଛି ଲକ୍ଷ୍ମୀ ନାଳ । ପୁରୁଣାକଟକ ଠାରୁ ମାତ୍ର ଏକ କିଲୋମିଟର ଦୂର ୫୭ ନମ୍ବର ଜାତୀୟ ରାଜପଥ ନିକଟରେ ଲକ୍ଷ୍ମୀ ନାଳର ଅପର ପାର୍ଶ୍ଵରେ ରହିଛି ଯାଜପୁର, କଳାଖଣ୍ଡି,ଅଠରନଳା,ମଣିପୁର,ଦିଗଚିରା ଓ ନିମଖୁଲି ଭଳି ପ୍ରାୟ ଛ ରୁ ଉର୍ଦ୍ଧ୍ବ ରାଜସ୍ବ ଗ୍ରାମ । କିନ୍ତୁ ମାତ୍ର ପ୍ରାୟ ଦଶ ମିଟର ଚଉଡାରେ ପ୍ରବାହିତ ଲକ୍ଷ୍ମୀ ନାଳରେ ଖଣ୍ଡିଏ ପୋଲ ନିମନ୍ତେ ଦୀର୍ଘ ଦିନରୁ ଅଞ୍ଚଳବାସୀ ଦାବୀ କରି କରି ନିରାଶ ହୋଇ ନିଜକୁ ଅଭିଶପ୍ତ ବୋଲି ଅନୁଭବ କଲେଣି ।ଖରାଦିନେ ଯେମିତିସେମିତି ଚଳିଯାଏ, କିନ୍ତୁ ବର୍ଷା ଦନେ ଏମାନଙ୍କ ଦୁଃଖ କହିଲେ ନସରେ ।କୌଣସି ସରକାରୀ କାମ ହେଉକି ପ୍ରସବ ଯନ୍ତ୍ରଣା ହେଉ ସବୁକିଛି ଭଗବାନଙ୍କ ଭରସାରେ ଛାଡିଦିଅନ୍ତି ଅଞ୍ଚଳବାସୀ । ଏବେ ଦେଖାଯାଉ ସରକାର କିମ୍ବା ଭଗବାନ କିଏ ଏହି ଅଭିଶପ୍ତ ଙ୍କ ଦୁଃଖ ବୁଝିବ ?

Conclusion:ବାଇଟ-୧-ପ୍ରଫୁଲ୍ଲ କୁମାର ସାହୁ, ଅଞ୍ଚଳବାସୀ
ବାଇଟ-୨-ସତ୍ୟଭାମା ଦେହୁରୀ, ଯାଜପୁର
ବାଇଟ-୩-ସତ୍ୟାନନ୍ଦ ପ୍ରଧାନ, ଅଞ୍ଚଳବାସୀ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.