ETV Bharat / state

ବାପାଙ୍କୁ ମୁଖାଗ୍ନି ଦେଲେ ଝିଅ, ପରିବାର ଚଳାଇବାକୁ ପୁଅ ଯାଇଛି ଦାଦନ ଖଟି

ପୁଅ ଦାଦନ ଖଟିବାକୁ ଯାଇଥିବା ବେଳେ ବାପାର ହେଲା ମୃତ୍ୟୁ । ମୁଖାଗ୍ନି ଦେଲା ଝିଅ । ଅଧିକ ପଢନ୍ତୁ

author img

By

Published : Jun 18, 2023, 9:24 PM IST

Etv Bharat
Etv Bharat
ପରିବାର ଚଳାଇବାକୁ ପୁଅ ଯାଇଛି ଦାଦନ ଖଟି

ବରଗଡ଼: ବାପାକୁ ମୁଖାଗ୍ନି ଦେଲେ ଝିଅ । ମୃତ ପିତାର ଏକମାତ୍ର ପୁଅ ରହିଛି, ହେଲେ ପରିବାର ପ୍ରତିପୋଷଣ ଲାଗି ଦାଦନ ଖଟିବାକୁ ବାହାର ରାଜ୍ୟ ଯାଇଛି ପୁଅ । ଏପରି ସ୍ଥିତିରେ ଶେଷରେ ଝିଅ ବାପାକୁ ଦେଇଛି ମୁଖାଗ୍ନି । ଏଭଳି ଏକ ଭାବପ୍ରବଣ ଦୃଶ୍ୟ ବରଗଡ଼ ସଦରଥାନା ଅନ୍ତର୍ଗତ ଚାରପାଲି ଗ୍ରାମରେ ଦେଖିବାକୁ ମିଳିଛି । ମୃତ ବ୍ୟକ୍ତିଙ୍କ ପୁଅ ରୋଜଗାର ପାଇଁ ତାମିଲନାଡୁରେ ଥିବା ଜଣାପଡିଛି ।

ଭବାନୀପାଟଣା ଅଞ୍ଚଳରୁ ଆସି ବରଗଡ଼ ସଦରଥାନା ଅନ୍ତର୍ଗତ ଚାରପାଲି ଗ୍ରାମରେ ଏକ ଭଡ଼ା ଘରେ ରହି ଆସୁଥିଲେ ବିଜୟ ପଧାନ ଓ ତାଙ୍କର ସ୍ତ୍ରୀ ପ୍ରଫୁଲ୍ଲ ପଧାନ ସମେତ ତାଙ୍କ ଦୁଇଝିଅ ଓ ଗୋଟିଏ ପୁଅ। ସ୍ଥାନୀୟ ଅଞ୍ଚଳରେ କୁଲି ମଜୁରି କାମ କରି ବିଜୟ ପଧାନ ତାଙ୍କ ପରିବାର ପରିପୋଷଣ କରିଆସୁଥିଲେ । ମାତ୍ର ଦୀର୍ଘ ୬ମାସ ହେଲା ବିଜୟ ରୋଗାଗ୍ରସ୍ତ ହୋଇ ଶଯ୍ୟାଶାୟୀ ହୋଇ ପଡିଥିଲେ । ଏଭଳି ସ୍ଥିତିରେ ସ୍ତ୍ରୀଙ୍କ ମୁଣ୍ଡ ଉପରେ ପରିବାର ଚଳାଇବା ସହିତ ନିଜର ରୋଗାଗ୍ରସ୍ତ ସ୍ବାମୀର ଚିକିତ୍ସା ଦାୟିତ୍ବ ରହିଥିଲା। ମାତ୍ର ତାଙ୍କ ଶରୀର ମଧ୍ୟ ଅସୁସ୍ଥ ରହୁଥିବା ବେଳେ ଏକମାତ୍ର ପୁଅ ରାକେଶ ରୋଜଗାର ପାଇଁ ତାମିଲନାଡୁକୁ ଚାଲିଯାଇଥିଲା ।

ଏହା ବି ପଢନ୍ତୁ- ବିକାଶ ନାଁରେ ଗଛକଟା ପରିଣାମ ଭୋଗୁଛନ୍ତି ବରଗଡ଼ବାସୀ ! ପ୍ରବଳ ତାପମାତ୍ରାରେ ଛଟପଟ ଲୋକେ

ଏପରି ପରିସ୍ଥିତିରେ ୧୮ବର୍ଷୀୟ ଝିଅ ଋତୁ ପଧାନ ଅନ୍ୟ ଘରେ ବାସନ ମାଜି ଯାହା ରୋଜଗାର କରୁଥିଲା ସେଥିରେ ନିଜର ରୁଗ୍ଣ ବାପା ଓ ମାଆଙ୍କ ଔଷଧ ଖର୍ଚ୍ଚ ବହନ କରିବା ସହିତ ସାନ ଭଉଣୀର ଲାଳନ ପାଳନ ଦାୟିତ୍ବ ତୁଲାଇ ଆସୁଥିଲା । କିନ୍ତୁ ଆଜି ଶଯ୍ୟାଶାୟୀ ବାପା ବିଜୟ ପଧାନଙ୍କର ମୃତ୍ୟୁ ହୋଇଥିବା ବେଳେ ଘରେ କେହି ପୁରୁଷ ଲୋକ ନଥିବାରୁ ତାଙ୍କର ମୃତ ଶରୀର ଦୀର୍ଘ ସମୟ ପର୍ଯ୍ୟନ୍ତ ଘରେ ପଡିରହିଥିଲା। ତାଙ୍କର କୌଣସି ସମ୍ପର୍କୀୟ ନଥିବାରୁ ଆଶ୍ବାସନା ଦେବାକୁ ମଧ୍ୟ କେହି ନଥିଲେ । ମୃତଦେହ ପାଖରେ ଦୁଇ ଝିଅ ସହିତ ମାଆ ବସି କୋହଭରା ସ୍ବରରେ କାନ୍ଦୁଥିବାର କରୁଣ ଦୃଶ୍ୟ ଦେଖି ସ୍ଥାନୀୟ ଲୋକେ ସାମାଜିକ ସଂଗଠନ ସଂକଳ୍ପ ପରିବାରକୁ ଖବର ଦେଇଥିଲେ ।

ତେବେ ସଂକଳ୍ପ ପରିବାରର ସଦସ୍ୟମାନେ ଘଟଣାସ୍ଥଳକୁ ପହଞ୍ଚିଥିଲେ । ଉକ୍ତ ଗରିବ ଅସହାୟ ପରିବାର ସହିତ ଛିଡ଼ା ହୋଇଥିଲେ ଏବଂ ମୃତ ବିଜୟଙ୍କ ମୃତଦେହକୁ ଚାରି କାନ୍ଧ ଦେବା ସହିତ ସସମ୍ମାନେ ଅନ୍ତିମ ସତ୍କାର କରିଥିଲେ । ବିଜୟଙ୍କ ଝିଅ ନିଜେ ବାପାଙ୍କୁ ମୁଖାଗ୍ନି ଦେଇଥିବା ବେଳେ ସଂକଳ୍ପ ପରିବାରର ଏପରି ସହାୟତା ପାଇଁ ଧନ୍ୟବାଦ ଜ୍ଞାପନ କରିଥିଲେ। ତେବେ ସଂକଳ୍ପ ପରିବାର ର ଜି.ରମେଶ, ବିକାଶ ଅଗ୍ରୱାଲ, ରଞ୍ଜିତ ସାହୁ, ନିଲେସ ପଧାନ, ଅନନ୍ତ ସାହୁ ସମେତ ସ୍ଥାନୀୟ ବାସିନ୍ଦା ସୁବଳ ଭୋଇ, ପ୍ରମୋଦ ଭୋଇ, ପଲସ୍ତି ପଧାନ, କିରଣ ମେହେର ପ୍ରମୁଖ ସହଯୋଗର ହାତ ବଢାଇଥିଲେ ।

ଇଟିଭି ଭାରତ, ବରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.