ETV Bharat / state

ପାଣି ପାଇଁ ବଚସା, ମହିଳାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

ପିଇବାପାଣି ପାଇଁ ଗଣ୍ଡଗୋଳ ଓ ପରେ ଟାଙ୍ଗିଆରେ ହାଣି ହତ୍ୟା । ବରଗଡ଼ ଜିଲ୍ଲା ପଦ୍ମପୁର ଥାନା ଅନ୍ତର୍ଗତ ଲୋହାରପାଲି ପଞ୍ଚାୟତର ଗମ୍ଭାରିଡ଼ିହି ଗ୍ରାମରେ ଅଭାବନୀୟ ଘଟଣା। ଅଧିକ ପଢ଼ନ୍ତୁ

author img

By

Published : Jun 29, 2022, 12:46 PM IST

man killed to woman in bargarh
ପାଣି ପାଇଁ ବଚସା, ମହିଳାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

ବରଗଡ଼: ପିଇବାପାଣି ପାଇଁ ଗଣ୍ଡଗୋଳ ଓ ପରେ ଟାଙ୍ଗିଆରେ ହାଣି ହତ୍ୟା । ବରଗଡ଼ ଜିଲ୍ଲା ପଦ୍ମପୁର ଥାନା ଅନ୍ତର୍ଗତ ଲୋହାରପାଲି ପଞ୍ଚାୟତର ଗମ୍ଭାରିଡ଼ିହି ଗ୍ରାମରେ ଅଭାବନୀୟ ଘଟଣା । ଜଣେ ମହିଳାଙ୍କୁ ଟାଙ୍ଗିଆରେ ହାଣି ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ପୋଲିସ ଜଣଙ୍କୁ ଅଟକ ରଖିଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ ଗମ୍ଭାରିଡ଼ିହି ଗ୍ରାମର ଜଣେ ମହିଳା ନଳକୂପକୁ ପାଣି ପାଇଁ ଯାଇଥିଲେ । ସେହି ସମୟରେ ଦେବାଶିଷ ବାରିକ ନାମକ ଜଣେ ବ୍ୟକ୍ତି ଟାଙ୍ଗିଆ ଧରି ଛିଡା ହୋଇଥିଲା । ପାଣି ଟୋପେ ପାଇଁ ଉକ୍ତ ମହିଳା ଓ ଦେବାଶିଷଙ୍କ ମଧ୍ୟରେ ବଚସା ହୋଇଥିଲା । ଏହାପରେ ଦେବାଶିଷ କ୍ରୋଧଭର ହୋଇ ମହିଳାଙ୍କୁ ଟାଙ୍ଗିଆରେ ଆକ୍ରମଣ କରି ଅତି ନିର୍ମମ ଭାବେ ହତ୍ୟା କରିଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଖବର ପାଇ ପଦ୍ମପୁର ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରିଛି । ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ଅନ୍ୟପଟେ ଏହି ଘଟଣା ପୋଲିସ ଦେବାଶିଷକୁ ଅଟକ ରଖିବା ସହ ତଦନ୍ତ ଜାରି ରଖିଛି ।

ଇଟିଭି ଭାରତ, ବରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.