ETV Bharat / state

ବରଗଡରେ ରେଷ୍ଟୁରାଣ୍ଟ ଓ ମଲ୍ ଖୋଲା‌, ହେଲେ ଉଠା ଦୋକାନ ବନ୍ଦ

author img

By

Published : May 9, 2020, 8:40 PM IST

ବରଗଡରେ ଖୋଲିଲା ରେଷ୍ଟୁରାଣ୍ଟ, ସପିଂ ମଲ । ହେଲେ ଏବେ ବି କଟକଣା ଭିତରେ ବନ୍ଦ ଚା ଓ ଜଳଖିଆ ଠେଲା । ଏନେଇ କ୍ଷୁଦ୍ର ବେପାରୀମାନେ ଜିଲ୍ଲାପାଳଙ୍କ ନିକଟରେ ଦାବି ଜଣାଇଛନ୍ତି । ଅଧିକ ପଢନ୍ତୁ...

Malls, restaurant  open in Bargarh during lockdown
ବରଗଡରେ ଖୋଲିଲା ରେଷ୍ଟୁରାଣ୍ଟ ଓ ମଲ୍

ବରଗଡ: ବର୍ତ୍ତମାନ ସୁଦ୍ଧା ଗୋଟିଏ ବି କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇନଥିବା ଯୋଗୁଁ ଗ୍ରୀନ ଜୋନରେ ରହିଛି ବରଗଡ । ଏଥିଯୋଗୁଁ ତୃତୀୟ ପର୍ଯ୍ୟାୟ ଲକଡାଉନ ମଧ୍ୟରେ ସହରରେ ଥିବା ଛୋଟବଡ ସମସ୍ତ ଦୋକାନ ଓ ସପିଂ ମଲ୍‌ ଗୁଡିକୁ ଖୋଲିବାକୁ ଅନୁମତି ଦିଆଯାଇଥିବା ବେଳେ ବନ୍ଦ ରହିଛି ଚା ଓ ଜଳଖିଆ ଠେଲା ।

କଟକଣା ମୁକ୍ତ ପରେ ସହର ଭିତରେ ସମସ୍ତ ଦୋକାନ ଗୁଡିକ ସକାଳ ୭ ଟାରୁ ୧୨ ଟା ପର୍ଯ୍ୟନ୍ତ ଖୋଲା ରହୁଛି । କିନ୍ତୁ ଛୋଟ ହୋଟେଲ, ଚା ଠେଲା ହେଉ ବା ଜଳଖିଆ ଠେଲା ଗୁଡିକ ଉପରେ କଟକଣା ଲଗାଯାଇଛି । ଏ ନେଇ ନେଇ କ୍ଷୁଦ୍ର ବ୍ୟାପାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି । ତେବେ ଗରିବଙ୍କ ଉଠା ଦୋକାନ ଓ ଚା ଜଳଖିଆ ଠେଲା ଗୁଡିକୁ ଖୋଲାଯିବା ପାଇଁ ଜିଲ୍ଲାପାଳଙ୍କ ଠାରେ ଦାବି କରିଛନ୍ତି ବହୁ ଦୋକାନୀ । ଏହା ଉପରେ ଜିଲ୍ଲାପ୍ରଶାସନ ବିଚାର କରିବ ଏବଂ ପରେ ନିଷ୍ପତ୍ତି ନିଆଯିବ ବୋଲି କହିଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.