ETV Bharat / state

ପୋଷ୍ୟପୁତ୍ର ଭାବେ ଗ୍ରହଣ ନକରିବାରୁ ଟ୍ରିପଲ ମର୍ଡର, ହତ୍ୟାକାଣ୍ଡ ରଚିଥିଲା ଭଣଜା - ବରଗଡ଼ରେ ଟ୍ରିପଲ ମର୍ଡର

ବରଗଡ଼ରେ ଟ୍ରିପଲ ମର୍ଡର ଘଟଣାର ପର୍ଦ୍ଦାଫାସ କଲା ପୋଲିସ । ଛତିଶଗଡରୁ ମୁଖ୍ୟ ଅଭିଯୁକ୍ତ ଗିରଫ। ଅଧିକ ପଢନ୍ତୁ

Triple murder in Bargarh
Triple murder in Bargarh
author img

By

Published : May 5, 2023, 9:40 AM IST

Triple murder in Bargarh

ବରଗଡ: ପୋଷ୍ୟପୁତ୍ର ଭାବେ ଗ୍ରହଣ ନକରିବାରୁ ବୀଭତ୍ସ ହତ୍ୟାକାଣ୍ଡ । ସ୍ବାମୀ ଓ ଦୁଇ ସ୍ତ୍ରୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ ଯୁବକ । ଗତ 18 ତାରିଖରେ ଘଟିଥିବା ଟ୍ରିପଲ ମର୍ଡର ହତ୍ୟା ଘଟଣାରେ ଏପରି ଖୁଲାସା କରିଛି ପୋଲିସ । ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବା ପରେ ପୋଲିସ ସାମ୍ନାରେ ହତ୍ୟାର କାରଣ କହିଛି ଅଭିଯୁକ୍ତ । ବରଗଡରେ ହତ୍ୟା ପରେ ଛତିଶଗଡରେ ଲୁଚିଥିଲା ଅଭିଯୁକ୍ତ । ଏହି ହତ୍ୟା ଘଟଣାରେ ତଦନ୍ତ କରି ଅଭିଯୁକ୍ତ ବାସୁଦେବକୁ ଛତିଶଗଡରୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ବାସୁଦେବ ମୃତକଙ୍କ ଭଣଜା ହୋଇଥିବା ପୋଲିସ କହିଛି ।

ମିଳିଥିବା ସୂଚନା ଅନୁଯାୟୀ, ଗତ ୧୮ ତାରିଖ ଭୋର ସମୟରେ ବରଗଡ଼ ଜିଲ୍ଲା ଭେଡେନ ଥାନା ଅନ୍ତର୍ଗତ ଆଖିଫୁଟା ଗ୍ରାମର ଏକ ବନ୍ଦ ଘରୁ 3 ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଟଙ୍କଧର ସାହୁ ଏବଂ ତାଙ୍କ ଦୁଇ ପତ୍ନୀ ଦୌପଦୀ ସାହୁ ଓ ମାଧବୀ ସାହୁଙ୍କ ମୃତଦେହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା l ପ୍ରଥମେ ଏହାକୁ ଆତ୍ମହତ୍ୟା ଜନିତ ମୃତ୍ୟୁ ବୋଲି କୁହାଯାଉଥିବା ବେଳେ ପରେ ଏହା ଏକ ସୁପରିକଳ୍ପିତ ହତ୍ୟାକଣ୍ଡ ବୋଲି ଜଣାପଡିଥିଲା । ଏହି ଘଟଣାକୁ ଗୁରୁତରସହ ନେଇ ତଦନ୍ତ ଆରମ୍ଭ କରିଥିଲା ପୋଲିସ । ବରଗଡ଼ ଏସପିଙ୍କ ନିର୍ଦ୍ଦେଶ କ୍ରମେ ପଡୋଶୀ ଛତିଶଗଡ଼ ରାଜ୍ୟରୁ ହତ୍ୟାକାରୀ ତଥା ମୁଖ୍ୟ ଅଭିଯୁକ୍ତ ବାସୁଦେବ ସାହୁଙ୍କୁ ଗିରଫ କରିଛି ପୋଲିସ ।

ଏହା ମଧ୍ୟ ପଢନ୍ତୁ: ବରଗଡରେ ଚାଞ୍ଚଲ୍ୟ: ବନ୍ଦ ଘରେ ପଡିଛି ସ୍ୱାମୀ ଓ ଦୁଇ ପତ୍ନୀଙ୍କ ମୃତଦେହ

ଏହା ମଧ୍ୟ ପଢନ୍ତୁ: Bargarh Triple Murder: ଆତ୍ମହତ୍ୟା ଜନିତ ମୃତ୍ୟୁ ନୁହେଁ ଟ୍ରିପଲ ମର୍ଡର, ସୁରାକ ଦେଲା ଅନୁସନ୍ଧାନୀ କୁକୁର

ତେବେ ଅଭିଯୁକ୍ତ ଜଣଙ୍କ ଟଙ୍କଧର ସାହୁ ଓ ତାଙ୍କ ଦୁଇ ପତ୍ନୀଙ୍କୁ ହତ୍ୟା କରିବା ପରେ ଘରୁ ସୁନା ଚୋରି କରି ନେଇଯାଇଥିଲା । ଏହାପରେ ଚୋରି ସୁନାକୁ ବାସୁଦେବ ଶ୍ରବଣ ରଣା ନାମକ ଅନ୍ୟ ଜଣେ ବ୍ୟକ୍ତିକୁ ବିକ୍ରି କରିଦେଇଥିଲା । ତେବେ ଚୋରି ସୁନା କିଣିଥିବା ଅଭିଯୋଗରେ ଶ୍ରବଣ ରଣାଙ୍କୁ ମଧ୍ୟ ପୋଲିସ ଗିରଫ କରିଛି । ବାସୁଦେବଙ୍କୁ ପୋଷ୍ୟପୁତ୍ର ଭାବେ ଗ୍ରହଣ ନ କରିବାରୁ ଆକ୍ରୋଶ ମୂଳକ ଭାବେ ଟଙ୍କଧର ଓ ତାଙ୍କ ଦୁଇ ସ୍ତ୍ରୀଙ୍କୁ ହତ୍ୟା କରିଛି ବାସୁଦେବ ।

ଟଙ୍କଧର ସାହୁଙ୍କ ସାତ ଏକର ଜମି ସହ ଘର ବାଡ଼ି ଥିଲା । ହେଲେ ଦୁଇ ଜଣ ମହିଳାଙ୍କୁ ବିବାହ କରିଥିଲେ ସୁଦ୍ଧା ତାଙ୍କର ସନ୍ତାନ ପ୍ରାପ୍ତି ହୋଇ ନଥିଲା । ତେଣୁ ବାସୁଦେବଙ୍କୁ ପୁଅ ଭାବେ ଗ୍ରହଣ କରିବାକୁ ନିଷ୍ପତ୍ତି ହୋଇଥିଲା । କିନ୍ତୁ ବାସୁଦେବ ମଦ୍ୟ ପାନ କରି ନିଶାସକ୍ତ ଅବସ୍ଥାରେ ରହୁଥିବା ଯୋଗୁଁ ଟଙ୍କଧର ସାହୁ ତାଙ୍କୁ ପୁଅ ଭାବେ ଗ୍ରହଣ କରିବାକୁ ମନା କରିଦେଇଥିଲା । ଫଳରେ ରାତ୍ରୀ ସମୟରେ ଶୋଇଥିବା ବେଳେ ବାସୁଦେବ ଟଙ୍କଧର ଏବଂ ତାଙ୍କ ଦୁଇ ପତ୍ନୀଙ୍କୁ ହତ୍ୟା କରିଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବରଗଡ଼ ଏସପି ପ୍ରହଲ୍ଲାଦ ସାହାଇ ମୀନା ।

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.