ETV Bharat / state

ଲକଡାଉନ ପ୍ରଭାବ: ଫେରୁଛି ପରିବେଶ ପ୍ରହରୀ ଘରଚଟିଆ - bargarh news

କୋରୋନା ଲକଡାଉନ ସମୟରେ ଫେରିଛି ଆଧୁନିକତାର କୋଳାହଳ ଭିତରେ ହଜି ଯାଇଥିବା କୁନି ଘରଚଟିଆର କିଚିରି ମିଚିରି ଶବ୍ଦ । ଅନେକ ସମୟରୁ ବିଲୁପ୍ତ ପ୍ରାୟ ଘରଚଟିଆ ଏବେ ପୁଣି ଦୃଶ୍ୟମାନ ହୋଇଛନ୍ତି । ଅଧିକ ପଢ଼ନ୍ତୁ...

Lockdown due to Covid, Lockdown bringing the house sparrows back,  sparrows back, ଫେରୁଛି ପରିବେଶ ପ୍ରହରୀ ଘରଚଟିଆ, ଘର ବାହୁଡୁଛି ଘରଚଟିଆ, bargarh news, ବରଗଡ଼ରେ ବାହୁଡିଲେ ଘରଚଟିଆ
ଲକଡାଉନ ପ୍ରଭାବ, ଫେରୁଛି ପରିବେଶ ପ୍ରହରୀ ଘରଚଟିଆ
author img

By

Published : Jul 23, 2020, 12:50 PM IST

ବରଗଡ଼: କୋରୋନା ମହାମାରୀ ମଣିଷ ପାଇଁ କାଳ ହୋଇଛି କିନ୍ତୁ ବରଦାନ ସାଜିଛି ପ୍ରକୃତି ପାଇଁ । ଦୀର୍ଘ ଦିନର ଲକଡାଉନ ଯୋଗୁଁ ପରିବେଶରେ ହୋଇଛି ଅନେକ ପରିବର୍ତ୍ତନ । ସ୍ବଚ୍ଛ ନିର୍ମଳ ପରିବେଶ ଯୋଗୁଁ ଧୀରେ ଧୀରେ ଫେରୁଛନ୍ତି ଅନେକ ବିଲୁପ୍ତ ପ୍ରାୟ ଜୀବଜନ୍ତୁ । ଆଉ ଏମିତିରେ ଘର ବାହୁଡ଼ିଛି ଅନେକ ଦିନରୁ ହଜିଯାଇଥିବା ଘରଚଟିଆ । ବରଗଡ଼ ଜିଲ୍ଲାର ଗ୍ରାମାଞ୍ଚଳ ମାନଙ୍କରେ ଏବେ ଶୁଣିବାକୁ ମିଳିଛି ଏହି କୁନି ଚଢ଼େଇର କିଚିରି ମିଚିରି ଶବ୍ଦ । ଅଧିକ ମାତ୍ରାରେ ନହେଲେ ମଧ୍ୟ ଅଳ୍ପ ସଂଖ୍ୟାରେ ଘର ଚଟିଆ ଦେଖିବାକୁ ମିଳିଛନ୍ତି । ଯାହାକୁ ଦେଖି ପରିବେଶ ପ୍ରେମୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।

ଲକଡାଉନ ପ୍ରଭାବ, ଫେରୁଛି ପରିବେଶ ପ୍ରହରୀ ଘରଚଟିଆ

ଦିନ ଥିଲା ଘରେ ଘରେ ଦେଖାଯାଉଥିଲେ ଘର ଚଟିଆ । ପରିବାରର ସଦସ୍ୟ ପରି ମଣିଷର ଚାଳ ଘରେ ସେ ବାନ୍ଧିଥିଲା ତାର ବସା । ତେଣୁ କରି ତ ତାର ନାଁ ଥିଲା ଘର ଚଟିଆ । ତାର କିଚିରି ମିଚିରି ସ୍ଵରରେ ପରିବେଶ ହୋଇଉଠୁଥିଲା ଚଳଚଞ୍ଚଳ । କେତେବେଳେ ସେ ଖୁଣ୍ଟି ଖୁଣ୍ଟି ଚାଉଳ ଖାଉଥିଲା, ତେ ଆଉ କେତେବେଳେ ଦର୍ପଣରେ ନିଜ ପ୍ରତିବିମ୍ବ ଦେଖି ତାକୁ ଥଣ୍ଟ ମାରୁଥିଲା । ଧୀରେ ଧୀରେ ଆଧୁନିକତା ସହ ବଦଳିଲା ମଣିଷର ଜୀବନ ଶୈଳୀ । ଗାଁର ଚାଳ ଘର ସବୁ ପାଲଟି ଗଲା କୋଠା । ଆଉ ନିଜ ବସା ହରାଇଲା ଏହି ଟିକି ଚଢ଼େଇ ।

ଚାଷବାସରେ ଅଧିକ ମାତ୍ରାରେ କୀଟନାଶକ ବ୍ୟବହାର କାରଣରୁ କୀଟ ଓ ପୋକ ଅଭାବ ହେବାରୁ ଖାଦ୍ୟ ମିଳିଲା ନାହିଁ ଘରଚଟିଆକୁ । କୁହାଯାଏ ଯେ ଘରଚଟିଆ ପାଇଁ ସବୁଠାରୁ ବଡ଼ ବିପଦ ପାଲଟିଲା ମୋବାଇଲ ଟାୱାରରୁ ଆସୁଥିବା ରେଡିଏସନ ବା ତରଙ୍ଗ । ଯାହାର ପ୍ରଭାବରେ ଘରଚଟିଆର ବଂଶ ଧୀରେ ଧୀରେ ଲୁପ୍ତ ହେବାକୁ ଲାଗିଲା । ଯାହାପରେ ମଣିଷର ସାଥୀ ହେଇଥିବା ଏହି ଟିକି ଚଢ଼େଇର ସ୍ବର ହଜିଗଲା ଆଧୁନିକତାର କୋଳାହଳ ଭିତରେ । ବିଗତ 15 ବର୍ଷ ହେଲା ତାକୁ ଆଉ ଦେଖିବାକୁ ମିଳୁ ନଥିଲା । ପ୍ରଥମେ ସହରାଞ୍ଚଳ ଓ ପରେ ଗ୍ରାମାଞ୍ଚଳ ମାନଙ୍କରୁ ମଧ୍ୟ ସଂପୂର୍ଣ୍ଣ ଉଭାନ ହୋଇଯାଇଥିଲେ ଏମାନେ । ମାତ୍ର ଏବେ କିଛି ଦିନହେଲା ଲକଡାଉନ ପରେ ପରିବେଶ ହୋଇଥିଲା ଶାନ୍ତ, ପ୍ରଦୂଷଣ ମୁକ୍ତ ଯାହା କାରଣରୁ ଗ୍ରାମାଞ୍ଚଳ ମାନଙ୍କରେ ଦେଖିବାକୁ ମିଳିଛି ଘରଚଟିଆଙ୍କୁ । ଅଧିକ ମାତ୍ରାରେ ନହେଲେ ମଧ୍ୟ ଅଳ୍ପ ସଂଖ୍ୟକ ଘର ଚଟିଆ ବରଗଡ ସହର ନିକଟସ୍ଥ ଗ୍ରାମାଞ୍ଚଳ ମାନଙ୍କରେ ଦେଖିବାକୁ ମିଳିଛି ।

ମଣିଷ ଲକଡାଉନ କାରଣରୁ ବନ୍ଦୀ ହେଲା ଆଉ ମୁକ୍ତାକାଶରେ ଉଡି ବୁଲିଥିଲେ ଆକାଶର ଅନେକ ସାଥୀ । ବଣରେ ନିର୍ଭୟରେ ବୁଲିଲେ ଜୀବଜନ୍ତୁ । କଳକାରଖାନା ବନ୍ଦ ହେବା ଯୋଗୁଁ ନିର୍ମଳ ହୋଇଥିଲା ଅନେକ ନଦନଦୀ । ଅନେକ ବିରଳ ପ୍ରଜାତିର ଜୀବଜନ୍ତୁ ମଧ୍ୟ ହୋଇଥିଲେ ଦୃଶ୍ୟମାନ । ଆଉ ଘରକୁ ବାହୁଡ଼ି ଆସିଲା ଘରଚଟିଆ । ଏହି ଲକଡାଉନ ମଣିଷ ଠାରୁ ଦୂରେଇ ଯାଇଥିବା ଘରଚଟିଆକୁ ପୁଣି ଫେରାଇ ଆଣିଛି । ବିଲୁପ୍ତ ପ୍ରାୟ ଘର ଚଟିଆର ଆଗମନରେ ଗ୍ରାମାଞ୍ଚଳ ଲୋକେ ଖୁସି ଥିବାବେଳେ ଘରଚଟିଆଙ୍କ କିଚିରମିଚିର ଶବ୍ଦର ଉପଭୋଗ କରିବାରେ ମଜ୍ଜିଯାଇଛନ୍ତି ଲୋକେ । ତେବେ ଲକଡାଉନ ପରେ ବର୍ତ୍ତମାନ ଯେଉଁ ପ୍ରକାରର ପରିବେଶ ରହିଛି, ତାହା ଆଗକୁ ମଧ୍ୟ ରହିଲେ ମଣିଷକୁ ଦିନେ ଛାଡି ଚାଲିଯାଇଥିବା ତାର ସାଥୀ ଘରଚଟିଆ ପୁଣି ପୂର୍ବପରି ମଣିଷ ସହିତ ନିଶ୍ଚୟ ବସବାସ କରିବ ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.