ETV Bharat / state

ଯୁକ୍ତ ଦୁଇ କଲେଜ ଅଧ୍ୟକ୍ଷଙ୍କ ବହିଷ୍କାର ଦାବିରେ ସ୍ଥାନୀୟ ଲୋକଙ୍କ ଧାରଣା - ବାବା ବାଲୁଙ୍କେଶ୍ଵର କଲେଜ୍‌ରେ ଧାରଣା

ବରଗଡ଼ ଜିଲ୍ଲା ଖୁଣ୍ଟପାଳିସ୍ଥିତ ବାବା ବାଲୁଙ୍କେଶ୍ଵର କଲେଜ (ବାଲୁଙ୍କେଶ୍ଵର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ) ଅଧ୍ୟକ୍ଷଙ୍କ ବହିଷ୍କାର ଦାବି(expel of balunkeswar college principal ) । ଧାରଣାରେ ବସିଲେ ସ୍ଥାନୀୟ ଲୋକେ ଧାରଣା । ଅଧିକ ପଢ଼ନ୍ତୁ

ଯୁକ୍ତ ଦୁଇ କଲେଜ ଅଧ୍ୟକ୍ଷଙ୍କ ବହିଷ୍କାର ଦାବିରେ ସ୍ଥାନୀୟ ଲୋକଙ୍କ ଧାରଣା

author img

By

Published : Aug 21, 2022, 3:27 PM IST

ବରଗଡ଼: ବ୍ୟକ୍ତିଗତ ଆକ୍ରୋଶକୁ ନେଇ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳିଲେ ଯୁ୍କ୍ତଦୁଇ କଲେଜ ଅଧ୍ୟକ୍ଷ(expel of balunkeswar college principal) । କଲେଜ ଅଧ୍ୟକ୍ଷ୍ୟଙ୍କ ବହିଷ୍କାର ଦାବି କରି ଧାରଣାରେ ବସିଲେ ସ୍ତାନୀୟ ବସିଲେ । ବରଗଡ଼ ଜିଲ୍ଲା ଖୁଣ୍ଟପାଳିରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି । ପୂର୍ବରୁ ଏହି କଲେଜ୍‌ରେ ୨୫୬ ସିଟ ରହିଥିବା ବେଳେ ବର୍ତ୍ତମାନ ଅଧ୍ୟକ୍ଷ ୧୨୮ଟି ସିଟ୍‌ କମାଇ ଦେଇଥିବା ଅଭିଯୋଗ ହୋଇଛି ।

ଯୁକ୍ତ ଦୁଇ କଲେଜ ଅଧ୍ୟକ୍ଷଙ୍କ ବହିଷ୍କାର ଦାବିରେ ସ୍ଥାନୀୟ ଲୋକଙ୍କ ଧାରଣା

ବରଗଡ଼ ଜିଲ୍ଲା ଖୁଣ୍ଟପାଳିସ୍ଥିତ ବାବା ବାଲୁଙ୍କେଶ୍ଵର କଲେଜ (ବାଲୁଙ୍କେଶ୍ଵର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ)ର ଅଧ୍ୟକ୍ଷ ମନୋଜ ଆଚାର୍ଯ୍ୟ ବ୍ୟକ୍ତିଗତ ଆକ୍ରୋଶ ରଖି କଲେଜ ସିଟ୍‌ କମାଇଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଗ୍ରାମବାସୀ । ଉକ୍ତ କଲେଜରେ ପୂର୍ବରୁ ୨୫୬ ସିଟ ରହିଥିବା ବେଳେ କଲେଜ ଅଧ୍ୟକ୍ଷ ୧୨୮ଟି ସିଟ୍‌ କମାଇ ଦେଇଥିବା ଅଭିଯୋଗରେ ଖୁଣ୍ଟପାଳି ଗ୍ରାମବାସୀ ଧାରଣାରେ ବସିଥିଲେ । ଅଧ୍ୟକ୍ଷଙ୍କୁ ପଦରୁ ବହିଷ୍କାର କରିବା ସହିତ ପୂର୍ବପରି କଲେଜ୍‌ରେ ୨୫୬ ସିଟ୍‌ ବଳବତ୍ତର ରଖାଯାଉ ବୋଲି ଦାବି କରିଛନ୍ତି ଗ୍ରାମବାସୀ ।

ବରଗଡ ବ୍ଲକ ଅନ୍ତର୍ଗତ ଖୁଣ୍ଟାପାଳି ଓ ଆଖପାଖ ବହୁ ଗ୍ରାମର ଛାତ୍ରଛାତ୍ରୀ କଲେଜ ପାଠ ପଢିବାରୁ ବଞ୍ଚିତ ହେଉଥିବାରୁ ଖୁଣ୍ଟାପାଳି ଗ୍ରାମବାସୀ ଏକଜୁଟ ହୋଇ ୧୯୯୪ ମସିହାରରେ +୨ କଲେଜ ଆରମ୍ଭ କରିଥିଲେ । ପ୍ରଥମେ ୬୪ ସିଟରୁ ଆରମ୍ଭ ହୋଇଥିବା ଏହି କଲେଜ ପରବର୍ତ୍ତୀ ସମୟରେ ୧୨୮ ସିଟ କରାଯାଇଥିଲା । ଏହି କଲେଜ ଖୋଲିବା ପରେ ପାଖରେ ଥିବା ତୁରୁଙ୍ଗା, ଜୁଳଟ, କନବାର, କୁସନପୁରୀ, କୁମ୍ଭାରୀ, ଗ୍ରୀନ୍ଡ଼ୋଲା, ଗାଇସୋମା ଆଦି ବହୁ ଗ୍ରାମର ଛାତ୍ରଛାତ୍ରୀ କଲେଜ ପାଠ ପଢି ଉପକୃତ ହେଉଥିଲେ । କଲେଜରେ ଦିନକୁ ଦିନ ବଢୁଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟାକୁ ଦେଖି ଗ୍ରାମବାସୀ ୨୦୧୪ ମସିହାରୁ ସିଟ ସଂଖ୍ୟା ବଢାଇବାକୁ ଆବେଦନ କରିଥିଲେ ।

୨୦୧୭-୧୮ ଶିକ୍ଷା ବର୍ଷରେ ଉକ୍ତ କଲେଜର ୧୨୮ ସିଟରୁ ୨୫୬ ସିଟକୁ ବୃଦ୍ଧି କରାଯାଇଥିଲା । ତେବେ ୭ ଏକର ୩୨ ଡିସିମିଲ ଜାଗାରେ ଅବସ୍ଥିତ ଏହି କଲେଜ ଦୀର୍ଘ ୫ ବର୍ଷ ଧରି ୨୫୬ ସିଟରେ ଚାଲିଥିବା ବେଳେ ଚଳିତ ଶିକ୍ଷାବର୍ଷରେ ଏହି ସିଟ ସଂଖ୍ୟା ୧୨୮ କରିଦିଆଯାଇଛି । ସେପଟେ କଲେଜରେ ଆବଶ୍ୟକ କୋଠାଗୃହ ତଥା ଅନ୍ୟାନ୍ୟ ଆବଶ୍ୟକୀୟ ସରଞ୍ଜାମ ନଥିବାରୁ ସିଟ୍‌ ସଂଖ୍ୟା ହ୍ରାସ କରିଦିଆଯାଇଥିବା କଲେଜ୍‌ ଅଧ୍ୟକ୍ଷ ମନୋଜ ଆଚାର୍ଯ୍ୟ କହିଛନ୍ତି । ଏହାକୁ ବିରୋଧ କରି ଗ୍ରାମବାସୀ ଆନ୍ଦୋଳନକୁ ଓହଲ୍ଲାଇଛନ୍ତି । ଅଧ୍ୟକ୍ଷ ମନୋଜ ଆଚାର୍ଯ୍ୟଙ୍କ ଅଫିସରେ ତାଲା ପକାଇ ତାଙ୍କୁ ଏହି ଶିକ୍ଷା ଅନୁଷ୍ଠାନରୁ ବହିଷ୍କାର ପାଇଁ ଦାବି କରିଛନ୍ତି ।

ଇଟିଭି ଭାରତ, ବରଗଡ଼

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.